ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ…

ବାସ୍ତବବ୍ୟୁରୋ(ଭୁବନେଶ୍ୱର)ତା.୧୬/୦୩: ଓଡ଼ିଶାର ବିଶିଷ୍ଟ କବି ତଥା ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ରମାକାନ୍ତ ରଥଙ୍କ ଆଜି ପରଲୋକ ଘଟିଛି । ସେ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା ।

ସ୍ୱର୍ଗତଃ ରଥ ୧୯୩୪ ଡିସେମ୍ବର ୧୩ରେ କଟକରେ ଜନ୍ମଗ୍ରହଣ କରିଥିଲେ ।ସେ୧୯୭୫ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ଓଡ଼ିଶାର ମୁଖ୍ୟ ସଚିବ ଭାବେ ୧୯୯୨ରେ ଅବସର ନେଇଥିଲେ ।ତାଙ୍କ ଦ୍ୱାରା ରଚିତ କବିତା ସଙ୍କଳନଗୁଡ଼ିକ ମଧ୍ୟରୁ ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ, ସଚିତ୍ର ଅନ୍ଧାର, କେତେ ଦିନର ଏବଂ ଶ୍ରେଷ୍ଠ କବିତା ଆଦି ଜନମାନସରେ ବେଶ୍ ଆଦୃତ ଲାଭ କରିଥିଲା । ସ୍ୱର୍ଗତ ରଥଙ୍କ ଦ୍ୱାରା ରଚିତ ‘ଶ୍ରୀରାଧା’ କବିତା ପାଠକୀୟ ମହଲରେ ବେଶ ଚର୍ଚ୍ଚିତ ହୋଇଥିଲା ।

ସ୍ୱର୍ଗତଃ ରଥଙ୍କୁ ‘ସପ୍ତମ ଋତୁ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ‘ସଚିତ୍ର ଅନ୍ଧାର’ ପାଇଁ ଶାରଳା ପୁରସ୍କାର ପ୍ରଦାନ କରାଯାଇଥିଲା । ୧୯୯୩-୧୯୯୮ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପସଭାପତି ଓ ୧୯୯୮-୨୦୦୩ ପର୍ଯ୍ୟନ୍ତ କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ୨୦୦୬ରେ ସ୍ୱର୍ଗତ ରଥଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ତାଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଗଭୀର ଶୋକବ୍ୟକ୍ତ କରି କହିଛନ୍ତି ଯେ, ସ୍ୱର୍ଗତ ରଥଙ୍କ କବିତା ପାଠକଙ୍କ ହୃଦୟକୁ ଆହ୍ଲାଦିତ କରିବା ସହ ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିବାରେ ଅକଳ୍ପନୀୟ ଯୋଗଦାନ ବହନ କରିଛି । ତାଙ୍କ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି ।

ସେୟାର କରନ୍ତୁ

Next Post

୨୨ରେ ଓଡିଶା ଗସ୍ତ ରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

Sun Mar 16 , 2025
ବାସ୍ତବ ବ୍ୟୁରୋ: ଆସନ୍ତା ୨୨ ତାରିଖରେ ଓଡ଼ିଶା ଗସ୍ତ ରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ ପ୍ରଥମେ ସମ୍ବଲପୁର ଆସିବେ ଏବଂ ତାପରେ ଭୁବନେଶ୍ବରରେ ବିଭିନ୍ନ ସରକାରୀ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାଛଡ଼ା ତାଙ୍କର ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି। ତେବେ ଏନେଇ ସଂପୂର୍ଣ୍ଣ କାର୍ଯ୍ୟସୂଚୀ ଆସିବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି। ଏଥିଲାଗି ଆଜି ବୁର୍ଲାରେ ବିଜେପି […]

You May Like

Pin It on Pinterest