୨୨ରେ ଓଡିଶା ଗସ୍ତ ରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ବାସ୍ତବ ବ୍ୟୁରୋ: ଆସନ୍ତା ୨୨ ତାରିଖରେ ଓଡ଼ିଶା ଗସ୍ତ ରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ ପ୍ରଥମେ ସମ୍ବଲପୁର ଆସିବେ ଏବଂ ତାପରେ ଭୁବନେଶ୍ବରରେ ବିଭିନ୍ନ ସରକାରୀ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାଛଡ଼ା ତାଙ୍କର ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି। ତେବେ ଏନେଇ ସଂପୂର୍ଣ୍ଣ କାର୍ଯ୍ୟସୂଚୀ ଆସିବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି।

ଏଥିଲାଗି ଆଜି ବୁର୍ଲାରେ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ କୁଚିଣ୍ଡା ବିଧାୟକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକଙ୍କ ସମେତ ସମ୍ବଲପୁର ଜିଲ୍ଲାର ବିଧାୟକ ପ୍ରାର୍ଥୀମାନେ ବି ଯୋଗ ଦେଇଥିଲେ।

ସେୟାର କରନ୍ତୁ

Next Post

ବର୍ଷା ପବ୍ଲିକେସନ୍ ପ୍ରସ୍ତୁତ ଯୁବକବି ବୀରେନ୍ଦ୍ର ନାୟକଙ୍କ ପ୍ରଥମ କବିତା ପୁସ୍ତକ ‘ଦରଜର ଦରୋଟି’ ଲୋକାର୍ପିତ....

Sun Mar 16 , 2025
ବାସ୍ତବବ୍ୟୁରୋ(ଭୁବନେଶ୍ବର)୧୬ ମାର୍ଚ୍ଚ, ୨୦୨୫:ଆଜି ସନ୍ଧ୍ୟାରେ ବର୍ଷା ପବ୍ଲିକେସନ୍‌ ପକ୍ଷରୁ ପ୍ରକାଶିତ ଲୋହିଆ ଏକାଡ଼େମୀ ସଭାକକ୍ଷରେ ଗାଳ୍ପିକା ଯୁବକବି ବୀରେନ୍ଦ୍ର ନାୟକଙ୍କ ପ୍ରଥମ କବିତା ପୁସ୍ତକ ‘ଦରଜର ଦରୋଟି’ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପୁସ୍ତକ ଲୋକାର୍ପଣ ଉତ୍ସବର ପ୍ରଥମ ଚରଣରେ ଆଜି ମହାପ୍ରୟାଣ ଲଭିଥିବା ପ୍ରଣମ୍ୟ କବି ରମାକାନ୍ତ ରଥଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ନୀରବ ପ୍ରାର୍ଥନା କରାଯିବା ସହ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। […]

You May Like

Pin It on Pinterest