
ବରଗଡ଼:-୧୬.୩(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ମନାପଡା ପଞ୍ଚାୟତ ଟିଙ୍ଗିପାଲି ଠାରେ ଚୋବିଶ ପ୍ରହରୀ ନାମ ଯଜ୍ଞ ଆରମ୍ଭ ହୋଇଯାଇଛି।
ସର୍ବ ପ୍ରଥମେ ସପତ୍ନିକ କିଶୋର ପଧାନ ଓ ପୁଷ୍ପାଞ୍ଜଳି ପଧାନ କର୍ତ୍ତା ବରଣ ପୂର୍ବକ ସ୍ଥାନୀୟ ଡେଙ୍ଗେଇ କଣ୍ଟା ତୁଠରେ ପୂଜାର୍ଚ୍ଚନା କରାଯାଇଥିଲା।ତଦପରେ ଏକ ବର୍ଣ୍ଣାଢ଼୍ୟ କଳସ ଶୋଭାଯାତ୍ରା ଘଣ୍ଟ ଶଙ୍ଖ ହୁଳହୁଳି ର ତାଳେ ତାଳେ ଜଳପୂର୍ଣ୍ଣ କଳସ ଗ୍ରାମ ପରିକ୍ରମା କରି ନାମଯଜ୍ଞ ମଣ୍ଡପ ଠାରେ ସ୍ଥାପନ ପୂର୍ବକ “ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ,ହରେ ରାମ ହରେ ରାମ ରାମ ରାମ ହରେ ହରେ” ନାମ ଧରା ଆରମ୍ଭ ହୋଇ ଦୀର୍ଘ ୪ଦିନ ଧରି ଆସନ୍ତା ୧୯ତାରିଖ ବୁଧବାର ଦିନ ପୂର୍ଣ୍ଣାହୁତି ହେବ ବୋଲି ଗ୍ରାମବାସୀ ଙ୍କ ପକ୍ଷରୁ ଜଣାପଡିଛି।ବାପ ଅଜା ଅମଳରୁ ଗାଆଁ ର ଚୈତନ୍ୟ ମହାପ୍ରଭୁ ଙ୍କ ମନ୍ଦିର ନିକଟରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ନାମ ଯଜ୍ଞ ପାଇଁ ପରଜା ମାନଙ୍କ ଶକ୍ତି ଅନୁଯାୟୀ ଯଥା ଶକ୍ତି ତଥା ଭକ୍ତି ରେ ଆର୍ଥିକ,ଶାରୀରିକ ସହ ଚାଉଳ ଆଦାୟ ପୂର୍ବକ ଗ୍ରାମର ଆବାଳବୃଦ୍ଧ ବନିତା ସମସ୍ତେ ଅଣ୍ଟା ଭିଡ଼ିଛନ୍ତି।ପାରମ୍ପରିକ ରୀତିନୀତି ଅନୁଯାୟୀ ଗାଆଁ ଦାଣ୍ଡ ଦୁଆର ମୁହଁରେ ଲିପା ପୋଛା ହୋଇ ବର୍ଦ୍ଧନି କଳସ ସ୍ଥାପନ ପୂର୍ବକ ଧୂପ ଦ୍ବୀପ ପ୍ରଜ୍ବଳନ କରି ନାମ ଧରା ପାଇଁ ଭବ୍ୟ କଳସ ଯାତ୍ରା କୁ ସ୍ବାଗତ କରାଯାଇଥିଲା।
ସେହିପରି ନାମ ଯଜ୍ଞ ଆରମ୍ଭ ଦିନ ଠାରୁ ପୂର୍ଣ୍ଣାହୁତି ପର୍ଯ୍ୟନ୍ତ ଗାଆଁରେ ଘର ମାନଙ୍କରେ ରୋଷେଇ ବାସ ସବୁ ବନ୍ଦ ହୋଇ ସମସ୍ତେ ନାମ ଯଜ୍ଞ ରେ ଲାଗି ପଡିଛନ୍ତି।ପାଖାପାଖି ୭୫ବର୍ଷ ତଥା ବାପ ଅଜା ଅମଳରୁ ଏହି ନାମଯଜ୍ଞ ହୋଇ ଆସୁଥିବା ବେଳେ ପୂଜକ ଭାବରେ ମନାପଡ଼ା କିଶୋର ଷଡ଼ଙ୍ଗୀ ବ୍ରହ୍ମା ବରଣ ହୋଇ ପୂଜାକାର୍ଯ୍ୟ ତୁଲାଇବାକୁ ଥିବା ବେଳେ ପ୍ରତିଦିନ ଆଖପାଖ ପାଲି ଗାଆଁ ମାନଙ୍କରୁ ସହ ଯୋଗୀ ସଙ୍କୀର୍ତ୍ତନ ଦଳ ଯୋଗ ଦେବାକୁ ଥିବା ବେଳେ ବୁଧବାର ପୂର୍ଣ୍ଣାହୁତି ଦିନ ନଗର କୀର୍ତ୍ତନ ଗୋପାଳ ପୁର,ତାଲ ମେଣ୍ଡା,ଗୁତିପାଲି କୀର୍ତ୍ତନ ଦଳ ଯୋଗ ଦେବେ ବୋଲି ଗ୍ରାମବାସୀ ଙ୍କ ପକ୍ଷରୁ ଜଣାପଡିଛି।