ଜଷ୍ଟିସ୍ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

ବାସ୍ତବ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି। କେନ୍ଦ୍ର ଆଇନ୍‌ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ ସାମାଜିକ ଗଣମାଧ୍ୟମ ‘ଏକ୍’ରେ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟ କଲେଜିୟମ୍ ଜଷ୍ଟିସ୍ ଟଣ୍ଡନଙ୍କ ନାମ ସୁପାରିଶ କରିଥିଲେ। ଜଷ୍ଟିସ୍ ହରିଶ ଟଣ୍ଡନ ଏବେ କୋଲକାତା ହାଇକୋର୍ଟରେ ବିଚାରପତି ଅଛନ୍ତି। 

ସୂଚନାଯୋଗ୍ୟ ଯେ, ଜଷ୍ଟିସ୍ ହରିଶ ଟଣ୍ଡନ ବର୍ତ୍ତମାନ କଲିକତା ହାଇକୋର୍ଟରେ ବିଚାରପତି ଅଛନ୍ତି। ଗତ ଜାନୁଆରି ୧୯ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହଙ୍କ ଅବସର ପରେ ନୂତନ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ନେଇ ଏହି ସୁପାରିଶ କରାଯାଇଥିଲା। ଜଷ୍ଟିସ୍ ଅରିନ୍ଦମ୍ ସିହ୍ନା ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଅଛନ୍ତି, ଯାହାଙ୍କର ଆହ୍ଲାବାଦ୍‌ ହାଇକୋର୍ଟକୁ ବଦଳି ହୋଇଛି। 

ଜଷ୍ଟିସ୍ ଟଣ୍ଡନ ୧୯୬୪ ମସିହା ନଭେମ୍ବର ମାସ ୧୬ ତାରିଖରେ ଜନ୍ମଗ୍ରହଣ କରିଛନ୍ତି। ସେ ୧୯୮୩ ମସିହାରେ କୋଲକାତା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ ପରେ ୧୯୮୯ ମସିହାରେ ସେହି ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରି ସହିତ ଉତ୍ତୀର୍ଣ୍ଣ ହୋଇଥିଲେ। ସେହିବର୍ଷ ସେପ୍ଟେମ୍ବର ୨୬ରେ ଓକିଲ ଭାବେ ନାମ ପଞ୍ଜୀକରଣ କରି ସେ ଅଭ୍ୟାସ ଆରମ୍ଭ କରିଥିଲେ। ୨୦୧୦ ଅପ୍ରେଲ୍‌ ୧୩ ତାରିଖରେ କଲିକତା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। 

ସେୟାର କରନ୍ତୁ

Next Post

ପୂର୍ବତନ ରାଜ୍ୟ ସଭାପତି ଓ କେନ୍ଦ୍ରମନ୍ତ୍ରୀ ଡ.ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା...

Sat Mar 22 , 2025
 ତ୍ୟାଗ, ନିରନ୍ତର ସଂଗ୍ରାମ ବଳରେ ଜନନାୟକ ବନିପାରିଥିଲେ ଡ.ଦେବେନ୍ଦ୍ର ପ୍ରଧାନ : ଶ୍ରୀ ମନମୋହନ ସାମଲ ଓଡ଼ିଶା ରାଜନୀତିରେ ଡ.ଦେବେନ୍ଦ୍ର ପ୍ରଧାନଙ୍କ ଯୋଗଦାନ ସବୁଦିନ ପାଇଁ ଅମର ହୋଇ ରହିବ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସରଳ ବ୍ୟକ୍ତିତ୍ୱ ବଳରେ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ: କେନ୍ଦ୍ରମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ ବିପରୀତ ପରିସ୍ଥିତିରେ କାର୍ଯ୍ୟକର୍ତାକୁ ଯୋଡି ସଂଗଠନକୁ ମଜବୁତ କରିବାର ମୂଳଦୁଆ ପକାଇଥିଲେ : ରାଷ୍ଟ୍ରୀୟ […]

You May Like

Pin It on Pinterest