ନବୀନଙ୍କ ଗେମ୍ ପ୍ଲାନ୍- ୧

ପ୍ରକାଶ ପାଇଲା ବିଜେଡ଼ିର ପ୍ରଥମ ଓ ଦ୍ୱତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଆସନ୍ତା ନିର୍ବାଚନ ପାଇଁ ବିଜେଡ଼ି ତାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ପ୍ରାର୍ଥୀ ତାଲିକାରେ ମୋଟ୍ ୯ଟି ଲୋକସଭା ସମେତ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି ।ଏଇ ମାତ୍ର କିଛି ଦିନହେବ ନବୀନ ନିବାସରେ ଟିକେଟ ପାଇଁ ମନ୍ତ୍ରୀ ଓ ବିଧାୟକ ମାନେ ନିଜର ବାୟୋଡ଼ାଟା ଧରି ନିଜର ଭାଗ୍ୟ ପରିକ୍ଷା କରୁଥିବାର ଦେଖିବାକୁ ମିଳିଥିଲା । ତେବେ କିଛି ନେତାଙ୍କ ଭାଗ୍ୟ ନବୀନ ନିର୍ଦ୍ଧାରଣ କରିଥିବାବେଳେ କିଛି ନେତାଙ୍କୁ ତାଙ୍କ ତାଲିକାରୁ ବଦ୍ ଦେଇଛନ୍ତି ନବୀନ । ଏବଂ ବାଦ୍ ଦେଇଥିବା ନେତାଙ୍କ ବଦଳରେ କିଛି ନୂଆ ମୁହଁ ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଦେଖିବା ଲୋକସଭା ଓ ବିଧାନସଭା ଆସନରୁ କିଏ କେଉଁଠୁ ଲଢ଼ିବେ ।

କଳାହାଣ୍ଡି ଲୋକସଭା ପ୍ରାର୍ଥୀ- : ପୁଷ୍ପେନ୍ଦ୍ର ସିଂହଦେଓ
ବିଧାନସଭା ଆସନ
ଖରିଆର : ଲମ୍ବୋଧର ନିଆଳ
ନୂଆପଡ଼ା : ରାଜେନ୍ଦ୍ର ଢୋଲକିଆ
ଜୁନାଗଡ଼ : ଦିବ୍ୟ ଶଙ୍କର ମିଶ୍ର
ଧର୍ମଗଡ଼ : ମହୋଷଧି ବାଗ
ଭବାନୀପାଟଣା : ଦୁଷ୍ମନ୍ତ ନାଏକ
ନର୍ଲା :ଭୂପିନ୍ଦର ସିଂ

ନବରଙ୍ଗପୁର ଲୋକସଭା ପ୍ରାର୍ଥୀ- : ରମେଶ ଚନ୍ଦ୍ର ମାଝୀ
ବିଧାନସଭା ଆସନ
ଉମରକୋଟ : ସୁବାଶ ଗଣ୍ଡ
ନବରଙ୍ଗପୁର : ସଦାଶିବ ପ୍ରଧାନ
ଡ଼ାବୁଗାଁ : ମନୋହର ରାନ୍ଧାରୀ
କୋଟପାଡ଼ : ପଦ୍ମୀନୀ ଡିଆନ
ଚିତ୍ରକୋଣ୍ଡା : ପୂର୍ଣ୍ଣଚନ୍ଦ୍ର ସାକା

କୋରାପୁଟ ଲୋକସଭା ପ୍ରାର୍ଥୀ- କୌଶଲ୍ୟା ହିକ୍କା
ବିଧାନସଭା ଆସନ
ଗୁଣୁପୁର : ରଘୁନାଥ ଗମାଙ୍ଗ
ବିଷମକଟକ :ଜଗନ୍ନାଥ ସାରକା
ରାୟଗଡ଼ା : ଲାଲ ବିହାରୀ ହିମିରିକା
ଲକ୍ଷ୍ମୀପୁର : ପ୍ରଭୁ ଜାନୀ
ଜୟପୁର : ରବି ନାରାୟଣ ନନ୍ଦ
କୋରାପୁଟ : ରଖୁରାମ ପୋଡାଲ

ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ- ଚନ୍ଦ୍ରଶେଖର ସାହୁ
ବିଧାନସଭା ଆସନ
ଛତ୍ରପୁର : ସୁବାସ ଚନ୍ଦ୍ର ବେହେରା
ଗୋପାଳପୁର : ପ୍ରଦୀପ ପାଣିଗ୍ରାହୀ
ବ୍ରହ୍ମପୁର : ବିକ୍ରମ ପଣ୍ଡା
ଦିଗପହଣ୍ଡି : ସୂଯ୍ୟ ନାରାୟଣ ପାତ୍ର
ଚିକିଟି : ଉଷା ଦେବୀ
ମୋହନା : ପୂର୍ଣ୍ଣବାସୀ ନାୟକ
ପାରଳାଖେମୁଣ୍ଡି : କଲ୍ୟାଣୀ ଗଜପତି

ବଲାଙ୍ଗୀର ଲୋକସଭା ପ୍ରାର୍ଥୀ-: କଳିକେଶ ନାରାୟଣ ସିଂହଦେଓ
ବିଧାନସଭା ଆସନ
ଟିଟଲାଗଡ : ଟୁକୁନି ସାହୁ
ପାଟଣାଗଡ : ସରୋଜ ମେହେର
ସୋନୁପର : ନିରଞ୍ଜନ ପୂଜାରୀ
କଣ୍ଟାବାଞ୍ଝୀ : ଅଜୟ ଦାଶ
ବୀରମହାରାଜପୁର : ପଦ୍ମନାଭ ବେହେରା

ଆସ୍କା ଲୋକସଭା ପ୍ରାର୍ଥୀ-: ପ୍ରମିଳା ବିଷୋୟୀ
ବିଧାନସଭା ଆସନ
ହିଞ୍ଜଳିକାଟୁ : ନବୀନ ପଟ୍ଟନାୟକ
ଆସ୍କା : ମଞ୍ଜୁଳା ସ୍ୱାଇଁ
ସୋରଡା : ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ
ସାନଖେମୁଣ୍ଡି : ନନ୍ଦିନୀ ଦେବୀ
ପୋଲସରା : ଶ୍ରୀକାନ୍ତ ସାହୁ
କବିସୂଯ୍ୟନଗର : ଲତିକା ପ୍ରଧାନ
ଖଲ୍ଲିକୋଟ : କେକେ ସୂଯ୍ୟମଣି ବୈଦ୍ୟ

କନ୍ଧମାଳ ଲୋକସଭା ପ୍ରାର୍ଥୀ-: ଅଚ୍ୟୁତ ସାମନ୍ତ
ବିଧାନସଭା ଆସନ
ବାଲିଗୁଡା : ଚକ୍ରଧର କହଁର
ଜି. ଉଦୟଗିରି : ସାଲୁଜା ପ୍ରଧାନ
ବୌଦ୍ଧ : ପ୍ରଦୀପ କୁମାର ଅମାତ
କଣ୍ଟାମାଳ : ମହୀଧର ରାଣା
ଭଞ୍ଜନଗର : ବିକ୍ରମ କେଶରୀ ଆରୁଖ
ଦଶପଲ୍ଲା : ରମେଶ ବେହେରା

ବରଗଡ ଲୋକସଭା ପ୍ରାର୍ଥୀ-: ପ୍ରସନ୍ନ ଆଚାର‌୍ୟ୍ୟ
ବିଧାନସଭା ଆସନ
ବରଗଡ : ଦେବେଶ ଆଚାର‌୍ୟ୍ୟ
ଅତାବିରା : ସ୍ନେହାଙ୍ଗିନୀ ଛୁରିଆ
ଭଟଲୀ : ସୁଶାନ୍ତ ସିଂ
ପଦ୍ମପୁର : ବିଜୟ ରଞ୍ଜନ ସିଂହ ବରିହା
ବିଜେପୁର : ନବୀନ ପଟ୍ଟନାୟକ
ଝାରସୁଗୁଡା : ନବ କିଶୋର ଦାସ

ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ-: ସୁନୀତା ବିଶ୍ୱାଳ
ବିଧାନସଭା ଆସନ
ସୁନ୍ଦରଗଡ : ଯୋଗଶ ସିଂ
ରାଜଗାଙ୍ଗପୁର : ମଙ୍ଗଳା କିଷାନ
ତଳସରା : ଷ୍ଟିଫେନ ସୋରେନ
ରାଉରକେଲା : ସାରଦା ପ୍ରସାଦ ନାୟକ
ରଘୁନାଥପଲ୍ଲୀ : ସୁବ୍ରତ ତରାଇ
ବଣାଇ : ରଣଜିତ୍ କିଷାନ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚଉକି ହରାଇଲେ କାହିଁକି ? ସିଦ୍ଧାନ୍ତ

Mon Mar 18 , 2019
ଭୁବନେଶ୍ୱର(ବାସ୍ତବଟିଭି): ଘଟିଲା ସମସ୍ତ ମନ୍ତ୍ରୀଙ୍କ ପ୍ରତିକ୍ଷାର ଅନ୍ତ । ଘୋଷଣା ହେଲା ୯ ଲୋକସଭା ଓ ୫୪ ବିଧାନସଭା ପ୍ରାର୍ଥୀଙ୍କ ନାମ । ତାହା ସହ ପ୍ରଥମ ଓ ଦିତୀୟ ପର୍ଯ୍ୟାୟର ନିର୍ବାଚନୀ ତାଲିକା ଘୋଷଣାକରି ନବୀନ ନିଜ ହାତକୁ ପକେଟରୁ କାଢ଼ି ବସିଗଲେ । ବୋଧହୁଏ ଯେମିତି କିଛି ଦିନପାଇଁ ଆଉ ପ୍ରାର୍ଥୀଙ୍କ କହଳି ତାଙ୍କ ଦୁଆରେ ଦେଥିବାକୁ ଚାହୁଁନାହାନ୍ତି ନବୀନ । ହେଲେ ପ୍ରଥମ ଓ ଦିତୀୟ […]
sri

You May Like

Pin It on Pinterest