
ବରଗଡ଼୨୫/୩(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରେ ସକ୍ରିୟ ଭୂମିକା ଗ୍ରହଣ କରି ଆସୁଥିବା ଆନ୍ତର୍ଜାତୀୟ ମାନ୍ୟତା ପ୍ରାପ୍ତ ସ୍ବେଚ୍ଛା ସେବୀ ସଂଗଠନ ଜେସିଆଇ ଅତାବିରା ପକ୍ଷରୁ ୧୮ତମ ଶପଥ ଗ୍ରହଣ ସମା ରୋହ ଧୁମ୍ ଧାମରେ ପାଳିତ ହୋଇ ଯାଇଛି।
ସମାରୋହରେ ଜେସିଆଇ ଜୋନ୍ -୯ ର ପୂର୍ବତନ ମଣ୍ଡଲାଧ୍ୟକ୍ଷ ହରିଶ୍ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜେ ସି ଆଇ ଅତାବିରା ର ପୂର୍ବତନ ଅଧ୍ୟକ୍ଷ ସଞ୍ଜୀବ ପରିଜା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ୨୦୨୪ଜେସିଆଇ ବର୍ଷ କୁ ସଫଳତା ସହ ସମ୍ପର୍ଣ୍ଣ କରିଥିବା ଅଧ୍ୟକ୍ଷା ନିତୁ ଅଗ୍ରୱାଲ ଓ ତାଙ୍କ ଗଭର୍ଣୀଙ୍ଗ ବଡ଼ି ଉପସ୍ଥିତ ରହି ବର୍ଷସାରା ହୋଇଥିବା କାର୍ଯ୍ୟକ୍ରମ ଓ ଉପଲବ୍ଧି ବ୍ୟକ୍ତ କରିଥିଲେ।ଅଧ୍ୟକ୍ଷା ତାଙ୍କ ବିବରଣୀ ପାଠ ବେଳେ ଭାବ ବିହ୍ୱଳ ହୋଇ ପଡ଼ିଥିଲେ।ଉପସ୍ଥିତ ଅତିଥି ଏବଂ ନିମନ୍ତ୍ରିତ ସଭ୍ୟ ମାନଙ୍କ ଦ୍ଵାରା ୨୦୨୪ ର କାର୍ଯ୍ୟକଲାକୁ ବେଶ୍ ପ୍ରଶଂସା କରିଥିଲେ।ବର୍ଷସାରା ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅଧ୍ୟକ୍ଷା ନୀତୁ ଅଗ୍ରୱାଲ ତାଙ୍କ ଦଳର ପ୍ରମୁଖ ସଭ୍ୟଙ୍କୁ ସ୍ମୃତି ପତ୍ର ଦେଇ ଅଭିନନ୍ଦନ କରିଥିଲେ।
୨୦୨୫ ଜେସିଆଇ ବର୍ଷ ପାଇଁ ନୂତନ କାର୍ଯ୍ୟକାରୀ ଦଳ ଶପଥ ଗ୍ରହଣ କରିଥିବା ବେଳେ ଅଧ୍ୟକ୍ଷ ଭାବେ ଚିନ୍ମୟ ମହାପାତ୍ର,ସେକ୍ରେ ଟାରୀ ଭାବେ କାଜଲ ଅଗ୍ରୱାଲ ଏବଂ କୋଷାଧ୍ୟକ୍ଷ ଭାବେ ଶୁଭମ୍ ଅଗ୍ରୱାଲ ଶପଥ ଗ୍ରହଣ କରି ଦାୟୀତ୍ୱ ଭାର ଗ୍ରହଣ କରିଛନ୍ତି।ମୁଖ୍ୟ ଅତିଥି ଶ୍ରୀ ଅଗ୍ରୱାଲ ଜେସିଆଇ ର ଗୁରୁତ୍ଵ ତଥା ବ୍ୟକ୍ତିତ୍ଵ ବିକାଶ ଏବଂ ସମାଜ ବିକାଶ ରେ ଜେସିଆଇ ର ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିଥିବା ନିଜ ଅଭିଭାଷଣରେ ପ୍ରକାଶ କରିବା ସହିତ ଯୁବପିଢି ଙ୍କୁ ଜେ ସି ଆଇ ରେ ଯୋଗ ଦେବାକୁ ଆହ୍ବାନ ଦେଇ ଥିଲେ।ସମ୍ମାନିତ ଅତିଥି ଶ୍ରୀ ପରିଜା ୧୮ବର୍ଷରେ ଜେ ସିଆଇ ର ବିବର୍ତ୍ତନ ଓ ପୁରୁଣା ସ୍ମୃତିଚାରଣ କରି ଆଗାମୀ ବର୍ଷ ର ସଫଳ ପ୍ରଦାନ ପାଇଁ ନୂତନ ଅଧ୍ୟକ୍ଷ ଙ୍କୁ ଅଭିନନ୍ଦନ ସହଯୋଗ ର ଆଶ୍ଵାସନା ଦେଇଥିଲେ।ଇତି ମଧ୍ୟରେ ପୂର୍ବତନ ଅଧ୍ୟକ୍ଷା ନିତୁ ଅଗ୍ରୱାଲ ଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା।ଚୟ ଲେଟି ସତ୍ୟ କ୍ରୀଷ୍ଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରସମ୍ ସେଟ୍ଟି ତନିଷ୍କା ଜେସିଆଇ ଆସ୍ଥା ପାଠ କରି ଥିଲେ।
ସେକ୍ରେଟାରୀ କାଜଲ ଅଗ୍ରୱାଲ ଧନ୍ୟବାଦ୍ ଅର୍ପଣ କରିଥିଲେ।ଆଉ ଏସ ଭି କ୍ରୀଷ୍ଣା,ସତିଶ ଚୌଧୁରୀ,ଲୋକନାଥ ଗେଜୋ,ନିରଜ୍ ମିତ୍ତଲ,ବିବିସି ଚୌଧୁରୀ, ସମିତ ପ୍ରଧାନ,ବି ଗିରି ଗୋପାଳ,ବି ଶ୍ରିହରି ପ୍ରମୁଖ ଯୋଗଦେଇଥିଲେ।