ରାଜନୀତିରେ ଅପରାଧିକରଣର ସୃଷ୍ଟି କରୁଛି କଂଗ୍ରେସ ଦଳ: ମନମୋହନ ସାମଲ….

ବିଧାନସଭା ଘେରାଓ ନାଁରେ କଂଗ୍ରେସ ଦଳର ଗୁଣ୍ଡାଗର୍ଦ୍ଦି

 ଅପରାଧୀମାନଙ୍କୁ ପ୍ରଥମେ ରାଜନୀତିରେ ସ୍ଥାନ ଦେଇଥିଲା କଂଗ୍ରେସ ଦଳ
 ବିଧାନସଭା ଘେରାଉ ନାଁରେ ବିରୋଧୀ ଗୁଣ୍ଡାଗର୍ଦ୍ଦି କରି ଆଇନଶୃଙ୍ଖଳା ପରିସ୍ଥିତି ଉପୁଯାଇଛି
 କାର୍ଯ୍ୟରତ ସାମ୍ବାଦିକ ଏବଂ ପୋଲିସ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ଅତ୍ୟନ୍ତ ଘୃଣ୍ୟ କାର୍ଯ୍ୟ

ବାସ୍ତବବ୍ୟୁରୋ(ଭୁବନେଶ୍ୱର)୨୭/୦୩: ରାଜନୀତିରେ ହିଂସାର ସ୍ଥାନ ନାହିଁ । ଅପରାଧୀମାନଙ୍କୁ ପ୍ରଥମେ ରାଜନୀତିରେ ସ୍ଥାନ ଦେଇଥିଲା କଂଗ୍ରେସ ଦଳ ।ବାସ୍ତବରେ ରାଜନୀତିରେ ଅପରାଧିକରଣର ସ୍ରଷ୍ଟା ହେଉଛି କଂଗ୍ରେସ ଦଳ । ବିଧାନସଭା ଘେରାଓ ନାଁରେ ଯୋଜନାବଦ୍ଧ ଭାବେ ଗୁଣ୍ଡାଗର୍ଦ୍ଦି ଜରିଆରେ ଆତଙ୍କ ସୃଷ୍ଟି କରି କଂଗ୍ରେସ ଦଳ ଆଜି ଯେଉଁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜାଇଛି, ତାହା ଅତ୍ୟନ୍ତ ଲଜ୍ଜାଜନକ ଏବଂ ଭାରତୀୟ ଜନତା ପାର୍ଟୀ ଏହାକୁ ଘୋର ନିନ୍ଦା କରୁଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

କଂଗ୍ରେସର ବିଧାନସଭା ଘେରାଓ ସମୟରେ ତୁମୁଳ ହିଂସାକାଣ୍ଡକୁ ନେଇ ଦୃଢ ନିନ୍ଦା କରିଛନ୍ତି ରାଜ୍ୟ ସଭାପତି ଶ୍ରୀ ସାମଲ । ଓଡିଶାବାସୀଙ୍କ ଦ୍ୱାରା ପ୍ରତ୍ୟାଖାନ ହେବା ପରେ କଂଗ୍ରେସ ଦଳ ହତାଶ ଓ ନିରାଶ ହୋଇପଡିଛି । ନିଜ ମୂଳ ବିଚାରଧାରାରୁ ଓହରି ଯାଇ ଅଶାନ୍ତି, ହିଂସା ଓ ବିଶୃଙ୍ଖଳାକୁ ଆପଣାଇ ଶସ୍ତା ରାଜନୀତି କରୁଛି କଂଗ୍ରେସ ଦଳ । ଆଜି ବିକ୍ଷୋଭ ସମୟରେ କଂଗ୍ରେସ କର୍ମୀଙ୍କ ଢେଲା ମାଡ ଓ ଚେୟାର ମାଡରେ ଅନେକ ସଂଖ୍ୟାରେ ପୋଲିସ କର୍ମଚାରୀ ଓ ସାମ୍ବାଦିକ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ବିଶେଷ ଭାବେ କାର୍ଯ୍ୟରତ ସାମ୍ବାଦିକ ଶ୍ରୀ ପ୍ରଭାତ ବିଷୋୟୀ ଏବଂ ପୋଲିସ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣକୁ ଅତ୍ୟନ୍ତ ଘୃଣ୍ୟ କାର୍ଯ୍ୟ ବୋଲି ଶ୍ରୀ ସାମଲ କହିଛନ୍ତି ।
ଶ୍ରୀ ସାମଲ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେଉଥିବା ସାମ୍ବାଦିକ ଓ ପୋଲିସ କର୍ମଚାରୀଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ଡାକ୍ତରଖାନା କର୍ତୃପକ୍ଷଙ୍କ ସହିତ ସେମାନଙ୍କ ଚିକିତ୍ସା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ଏଥି ସହ ସମସ୍ତ ଚିକିତ୍ସିତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଏହି ଅବସରରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସଂପାଦକ ସରୋଜ କର, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ଅନିଲ ବିଶ୍ୱାଳ, ସୁଜିତ ଦାସ ଓ ରାଜେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Next Post

ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା

Sat Mar 29 , 2025
ଆସନ୍ତା ଏପ୍ରିଲ ୧୨ ତାରିଖରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହି ଗସ୍ତ ଅବସରରେ ଜେପି ନଡ୍ଡା ବିଜେପିର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ କନ୍ଧମାଳ ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ଦେଲେ ସୂଚନା ଦେଇଛନ୍ତି।   ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ପରେ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳଙ୍କ ନାଁ ଘୋଷଣା […]

You May Like

Pin It on Pinterest