ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା

ଆସନ୍ତା ଏପ୍ରିଲ ୧୨ ତାରିଖରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହି ଗସ୍ତ ଅବସରରେ ଜେପି ନଡ୍ଡା ବିଜେପିର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ କନ୍ଧମାଳ ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ଦେଲେ ସୂଚନା ଦେଇଛନ୍ତି।  

ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ପରେ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳଙ୍କ ନାଁ ଘୋଷଣା ହୋଇପାରେ ।  ଏପ୍ରିଲ ୧୪ ତାରିଖରେ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହୋଇପାରେ ବୋଲି କନ୍ଧମାଳ ସାଂସଦ ସୂଚନା ଦେଇଛନ୍ତି। ତେବେ ମନମୋହନ ସାମଲ ରିପିଟ୍ ହେବେ ନାଁ , ତାଙ୍କ ବଦଳରେ ଆଉ କେଉଁ ନୂଆ ମୁହଁକୁ ସୁଯୋଗ ମିଳିବ ତାହା ଦେଖିବାକୁ ବାକି ରହିଲା । ଗତ ୨୦୨୪ ନିର୍ବାଚନରେ ମନମୋହନ ସାମଲ୍‌ଙ୍କ ନେତୃତ୍ୱରେ ଦଳ ବିଜୟୀ ହୋଇଥିଲା । ଆଉ ଦୀର୍ଘ ସମୟରେ ରାଜ୍ୟ କ୍ଷମତାକୁ ଫେରିଥିଲା ବିଜେପି । 

ସେୟାର କରନ୍ତୁ

Next Post

କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ

Sun Mar 30 , 2025
ବାସ୍ତବ ବ୍ୟୁରୋ : ସମୟ ଦିନ ପ୍ରାୟ ୧୧ଟା ୪୫, ଆଜି (ରବିବାର) ବେଙ୍ଗାଳୁରୁରୁ ଗୁଆହାଟୀ ଯାଉଥିଲା କାମାକ୍ଷା ଏକ୍ସପ୍ରେସ୍‌ ଟ୍ରେନ୍। ଶନିବାର ସକାଳ ୮ଟା ୫୦ରେ ଏହି ଟ୍ରେନଟି ବେଙ୍ଗଳୁରୁରୁ ଛାଡ଼ିଥିଲା, ଆଉ ସୋମବାର ଦିନ ୧ଟା ୪୫ରେ କାମାକ୍ଷାରେ ପହଞ୍ଚିଥାନ୍ତା । କିନ୍ତୁ କଟକ ମହାନଦୀ ବ୍ରିଜ୍‌ ଅତିକ୍ରମ କରିବା ପରେ ଥରିବାକୁ ଲାଗିଲା ଟ୍ରେନ। କେହି କିଛି ବୁଝିବା ପୂର୍ବରୁ ଘଟିସାରିଥିଲା ଦୁର୍ଘଟଣା। ଟ୍ରାକ୍‌ରୁ ଅଲଗା […]

You May Like

Pin It on Pinterest