ଅତାବିରାରେ ଉଲ୍ଲାସର ସହିତ ପାଳନ ହେଲା, “ଇଦ୍-ଓଲ-ଫିତର୍” ପର୍ବ…

ବରଗଡ଼୩୧/୩(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ମୁସଲିମ ସମାଜ ତରଫରୁ ଇଦ୍ ନମାଜ ପାଠ କରି,ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଉଲ୍ଲାସର ସହିତ “ଇଦ୍-ଓଲ-ଫିତର୍ ପର୍ବ ପାଳିତ ହୋଇଯାଇଛି।

“ଇଦ୍-ଓଲ-ଫିତର୍ ପର୍ବ “- ଇସଲାମ ଧର୍ମରେ ବିଶ୍ୱାସ କରୁ ଥିବା ମୁସଲିମ୍ ଧର୍ମାବଲମ୍ବୀଙ୍କର ଏହା ଏକ ପ୍ରମୁଖ ପର୍ବ।ପବିତ୍ର ରମଜାନ ମାସ ରେ,ତିରିଶ ଦିନ ନିର୍ଜଳା ଉପବାସ ରହି, ଶେଷ ଦିନରେ ଏହି ପର୍ବ ପାଳନ କରା ଯାଇଥାଏ।ଇସଲାମର ଧାର୍ମିକ ଗ୍ରନ୍ଥ କୁରାନ ଅନୁଯାୟୀ,-ଏହି ଉପବାସ ମାସରେ ସମସ୍ତ ମୁସଲିମ ନିଜ ଅର୍ଜିତ ମୋଟ୍ ଧନ-ସମ୍ପତ୍ତିରୁ “ଜକାତ ଓ ଫିତରା” ନାମରେ ୨.୫ପ୍ରତିଶତ ସମ୍ପତ୍ତି , ଗରିବ ଓ ଅସହାୟ ମାନଙ୍କୁ ଦାନ କରନ୍ତି ଏବଂ ତିରିଶ ଦିନ ଲଗାତାର ନିର୍ଜଳା ଉପବାସ ରହି “ତରାବି ନମାଜ” ସାମୁହିକ ଭାବେ ମସଜିଦ ରେ ପାଠ କରନ୍ତି।

ରମଜାନ ମାସର ଅନ୍ତିମ ରାତି ରେ ଚନ୍ଦ୍ର ଦେଖି,ଚନ୍ଦ୍ର ତିଥି ଅନୁସାରେ ସକାଳୁ ଏହି ଇଦ୍-ଉଲ-ଫିତର ନମାଜ ପାଠ କରାଯାଏ।ଆଜି ଅତାବିରା ଇଦ ଗାହ ପଡ଼ିଆରେ,ଅତାବିରା ମୁସଲିମ ସମାଜର ସମସ୍ତ ସମ୍ମାନୀତ,ବୟସ୍କ,ବୃଦ୍ଧ ତରୁଣ ଓ ଦାଇତ୍ବବାନ କାର୍ଯ୍ଯକର୍ତ୍ତାଙ୍କ ସମାବେଶରେ ଏହି ନମାଜ ଖୁସିର ସହିତ ପାଠ କରାଗଲା ଓ ସମସ୍ତଙ୍କୁ ସେୱେଇଁ ମିଠା ପ୍ରସାଦ ରୂପେ ବଣ୍ଟନ କରାଯାଇ ଥିଲା।

ସେୟାର କରନ୍ତୁ

Next Post

ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସ, (UCCC )୨୭, ବିଶ୍ୱାଳ ବଗିଚା, ତଳ ତେଲେଙ୍ଗା ବଜାର,କଟକ ସପକ୍ଷରେ ମାନ୍ୟବର ହାଇକୋର୍ଟ ଙ୍କ ଐତିହାସିକ ରାୟ...

Mon Mar 31 , 2025
ସଂଜୟ ଶତପଥୀ(କଟକ): ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସ ପକ୍ଷରୁ ଆଜି ଭୁବନେଶ୍ବର ଠାରେ ପ୍ରେସ ମିଟ୍ ମାଧ୍ୟମରେ କିଛି ବିଦ୍ରୋହୀ ସଦସ୍ୟଙ୍କ ଦ୍ବାରା ସମାନ ନାମରେ ନୂଆ ସଙ୍ଗଠନ ଭୁବନେଶ୍ବରଠାରେ କରି ନିଜକୁ ମୂଳ ସଙ୍ଗଠନ କହୁଥିବା ର ପର୍ଦ୍ଦାଫାଶ ହୋଇଥିବା ଉପରେ ତଥ୍ୟ ଓ ରାୟ ର ନକଲ ସାମ୍ବାଦିକମାନଙ୍କୁ ପ୍ରଦାନ ସହ କଟକ ୟୁସିସିସି ହିଁ ପ୍ରକୃତ ଅନୁଷ୍ଠାନ‌ବୋଲି ପ୍ରମାଣ ସାମ୍ବାଦିକମାନଙ୍କୁ ପ୍ରଦାନ କରିଥିଲେ। ଏହି […]

You May Like

Pin It on Pinterest