ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧୭୩: ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବାସ୍ତବ ବ୍ୟୁରୋ- ଆଜି ଅପରାହ୍ନରେ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ପଜିଟିଭ ଚିହ୍ନଟ ହୋଇଥବା ବ୍ୟକ୍ତିମାନେ ବାଲେଶ୍ୱର ଓ କଟକ ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବାଲେଶ୍ୱର ଜିଲ୍ଲାର ୨ ଜଣ ଚିହ୍ନଟ ହୋଇଥିବା ୫୦ ବର୍ଷୀୟ ମହିଳା ଓ ୨୬ ବର୍ଷିଅ ଯୁବକ କୋଲକାତାରୁ ଫେରିଥିଲେ ଏବଂ କଟକ ଜିଲ୍ଲାର ତିଗିରିଆ ଅଞ୍ଚଳର ୩୪ ବର୍ଷିଅ ଯୁବକ ସୁରତରୁ ଫେରିଥିଲେ ବୋଲି ଟୁଇଟ୍ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ।

ଦୁଇ ଜଣ ନୂଆ ଆକ୍ରାନ୍ତଙ୍କ ସହ ବାଲେଶ୍ୱର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ ହୋଇଥିବା ବେଳେ କଟକ ଜିଳ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨ରେ ପହଞ୍ଚିଛି । ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୧୭୩ରେ ପହଞ୍ଚିଛି । ସୂଚନାଯୋଗ୍ୟ, ଆଜି ସକାଳୁ ଗଂଜାମ ଜିଲ୍ଲାରେ ଜଣେ ୧୮ ବର୍ଷିଅ ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସଂପୃକ୍ତ ଯୁବକ ଗୁଜୁରାଟର ସୁରତରୁ ଫେରି କ୍ୱାରେଣ୍ଟାଇନରେ ଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଦେଶରେ କରୋନା ଅପ୍-ଡେଟ୍

Tue May 5 , 2020
ବାସ୍ତବ ବ୍ୟୁରୋ-କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କରୋନା ସମ୍ପର୍କିତ ସୂଚନା ଦେଇ କହିଛନ୍ତି ଯେ ଭାରତରେ ଦିନକୁ ଦିନ ଅଧିକ ଗୁରୁତର ଆକାର ଧାରଣ କଲାଣି କରୋନା । ଗତ ୨୪ ଘଣ୍ଟାରେ ଭାରତରେ ୩୯୦୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶର ମୋଟ କରୋନା ସଂକ୍ରମିତ ସଂଖ୍ୟା ୪୬୪୩୩ ରେ ପହଞ୍ଚିଛି । ଚିନ୍ତାର ବିଷୟ ହେଉଛି ଯେ ଗୋଟିଏ […]

You May Like

Pin It on Pinterest