ରାଜ୍ୟସ୍ତରୀୟ ଉତ୍କଳ ଦିବସ ମଧୁବାବୁଙ୍କ ଜନ୍ମପୀଠ ସତ୍ୟଭାମାପୁର ଠାରେ ମହାସମାରୋହରେ ପାଳିତ…

ସଂଜୟ ଶତପଥୀ(କଟକ): ରାଜ୍ୟ ସ୍ତରୀୟ ଓଡ଼ିଶା ଦିବସ କଟକ ଜିଲ୍ଲା ସାଲେପୁର ମଣ୍ଡଳ ଅନ୍ତର୍ଗତ ସତ୍ୟଭାମା ପୁର ସ୍ଥିତ ମଧୁବାବୁଙ୍କ ଜନ୍ମ ପୀଠରେ ମହା ସମାରୋହରେ ପାଳିତ ହୋଇଯାଇଛି।

ଏହି ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମଧୁବାବୁଙ୍କ ଜନ୍ମପୀଠସ୍ଥିତ ଉତ୍କଳ ଗୌରବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହା ପରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଏନ୍ତୁଡ଼ିଶାଳ ପରିଦର୍ଶନ ସହିତ ମଧୁବାବୁଙ୍କ ଜନ୍ମପୀଠ ସମନ୍ବିତ ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ତତ୍ ସହିତ ଓଡ଼ିଶା ଦିବସ ଉପଲକ୍ଷେ ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀର ଉଦଘାଟନ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କରକମଳରେ କରାଯାଇଥିଲା।ଏହା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣ ରେ ମଧୁବାବୁଙ୍କ ଜନ୍ମ ପୀଠର ନବୀକରଣ ନିମନ୍ତେ ୨୫କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ।ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ୭ଜଣ ବିଧାୟକଙ୍କ ସହିତ ସଂସ୍କୃତି ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ, ଆଇନ, ପୂର୍ତ୍ତ ବିଭାଗ ଓ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ବୀ ରାଜ ହରିଚନ୍ଦନ,କଟକ ଜିଲ୍ଲାପାଳ , ରାଜସ୍ବ ଆୟୁକ୍ତ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

ସେୟାର କରନ୍ତୁ

Next Post

୨ରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

Wed Apr 2 , 2025
ବାସ୍ତବ ବ୍ୟୁରୋ: ଟ୍ରପ୍‌ ଲାଇନ ପ୍ରଭାବରେ ଖରା ପରେ ବର୍ଷା ହେବାକୁ ଥିବା ବେଳେ ୨ରୁ ୫ ତାରିଖ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ୨ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ, ଝାରସୁଗୁଡ଼ା, ଦେଓଗଡ଼ ,ବରଗଡ଼ ସମ୍ବଲପୁର, ସୋନପୁର, ବଲାଙ୍ଗୀର, ଅନୁଗୁଳ ସୁବର୍ଣ୍ଣପୁର, ନବରଙ୍ଗପୁର, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି ଓ କୋରାପୁଟ ରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ତା […]

You May Like

Pin It on Pinterest