କୋରୋନା କୁ ନେଇ ପ୍ରକୃତ ଯୁଦ୍ଧ ଆରମ୍ଭ ହୋଇନାହିଁ…

 ବାସ୍ତବ ବ୍ୟୁରୋଆଜି ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ କହିଛନ୍ତି ଯେ କରୋନାକୁ ନେଇ ଏଯାଏଁ ପ୍ରକୃତ ଯୁଦ୍ଧ ଆରମ୍ଭ ହୋଇନାହିଁ । କାରଣ ସୁରତରୁ ବର୍ତ୍ତମାନ ଦିନକୁ ଏକାଧିକ ଟ୍ରେନ୍ ଆସିବାକୁ ଆରମ୍ଭ କରିଛି । ଆଗକୁ ଟ୍ରେନ ଯୋଗେ ସୁରତରୁ ପ୍ରବାସୀ ଓଡ଼ିଆ ଆସିବେ । ଫେରନ୍ତା ଓଡ଼ିଆ ବିନା ପଞ୍ଜୀକରଣ ବିନା ଆସିପାରିବେ ନାହିଁ । ଆସୁଥିବା ଲୋକେ ସରପଞ୍ଚକୁ ସୂଚନା ଦେବାକୁ ପଡ଼ିବ । ରାଜ୍ୟରେ ନମୁନା ପରୀକ୍ଷା ଆହୁରି ଅଧିକ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗ୍ରୀନ ଜୋନ ଭିତରେ ମାନବ ଜୀବିକା ପ୍ରତି ଗୁରୁତ୍ୱ ଦିଆଯାଉଛି । ଏହାସହ ମିଶନଶକ୍ତି ମାଆଙ୍କୁ ଥାଳି ପିଛା ୨ଟଙ୍କା ପ୍ରୋତ୍ସାହିତ ଦେବାକୁ ନିଷ୍ପତ୍ତି ନିଆଯାଇଛି । ୩୦ରୁ ୬ଜିଲ୍ଲାକୁ ଅଧିକ ଫେରୁଥିବା ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଛି । ନୂତନ ଶିଳ୍ପ ପଲିସି କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଏହି ସମ୍ମିଳନୀର କହିଛନ୍ତି, ଏହା ମଧ୍ୟ ରେ ଦେଶରେ ଲକ୍‌ଡାଉନକୁ ୬ ସପ୍ତାହ ପୂରିଛି । ପ୍ରଥମ ପର୍ଯ୍ୟାୟରେ ଦେଶରେ କୌଣସି ପ୍ରକାରର ଅର୍ଥନୈତିକ କାର୍ଯ୍ୟକ୍ରମ କରାଯାଇ ନଥିଲା । କିନ୍ତୁ ତୃତୀୟ ପର୍ଯ୍ୟାୟରେ ଏହାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଆଜି ଜୀବନ ଓ ଜୀବିକା ୨ଟା ଜିନିଷ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏଥିରେ ସନ୍ତୁଳନ ରହିବା ଦରକାର । ଜୀବନ ବଞ୍ଚାଉ ବଞ୍ଚାଉ ଜୀବିକା ବୁଡ଼ି ନଯିବା ଦରକାର । ଜୀବନ ଯୁଦ୍ଧରେ ଯେପରି ଜୀବିକା ବିପଦଆଡ଼କୁ ଠେଲି ନହୁଏ, ସେଥିପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ । ଅର୍ଥନୈତିକ କାର୍ଯ୍ୟକ୍ରମ ସାଧାରଣ ଅବସ୍ଥାକୁ ଆଣିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି ।

ଅର୍ଥନୀତି ଓ ଜୀବିକା ମଧ୍ୟରେ ସନ୍ତୁଳନ ପ୍ରତି ଗୁରୁତ୍ୱ ଦିଆଯିବାର ଦରକାର । ଜୀବନ ଯୁଦ୍ଧ ଲଢ଼ୁଲଢ଼ୁ  ଯେପରି ଜୀବିକା ନ ଯାଉ ସେଥିପାଇଁ ସରକାର ଏ ନେଇ ୨୬ଟି ନିର୍ଦ୍ଦେଶାବଳୀ ଦେଇଛନ୍ତି । କଣ୍ଟେନମେଣ୍ଟ ଜୋନକୁ ଛାଡ଼ିଦେଲେ ଅନ୍ୟ ସ୍ଥାନରେ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ କରିବା ପାଇଁ ଅନୁମତି ଦିଆଯାଇଛି । ସହରାଞ୍ଚଳରେ ଶିଳ୍ପାନୁଷ୍ଠାନରେ ସାମାନ୍ୟ କଟକଣା କରାଯାଇଛି । କିନ୍ତୁ ଅରେଞ୍ଜ ଓ ଗ୍ରୀନ ଜୋନରେ ସବୁ ପ୍ରକାରର ଆର୍ଥିକ କାର୍ଯ୍ୟକୁ ଅନୁମତି ମିଳିଛି । କୃଷି, ଶିଳ୍ପ ଓ ନିର୍ମାଣ କାମ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି ।ଶ୍ରୀ ଜେନା କହିଛନ୍ତି, ରେଡ ଜୋନର ସହରାଞ୍ଚଳରେ ନିର୍ମାଣ କାମ ଉପରେ କିଛି କଟକଣା ରହିଛି । ଜୀବୀକାକୁ ପୁଣି ଥରେ ସ୍ୱାଭାବିକ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଗ୍ରୀନ ଜୋନରେ ବସ ଚଳାଚଳ କରିବା ପାଇଁ ସରକାର ଅନୁମତି ଦେଇଛନ୍ତି । ଶ୍ରମିକମାନଙ୍କ ଯାତାୟତ ସୁବିଧା ପାଇଁ ବସ ଚଳାଚଳକୁ ଅନୁମତି ଦିଆଯାଇଛି । ସେହିଭଳି ଗାଁ ଗାଁରେ ଲାଗିଥିବା ବେରିକେଡକୁ ସିଆରସି ଶ୍ରୀ ଜେନା ବେଆଇନ କହିଛନ୍ତି । ବେରିକେଡ ଲଗାଇ ଶ୍ରମିକଙ୍କ ଗତିପଥ ଉପରେ କଟକଣା ଲଗାଇବା ଉଚିତ ନୁହେଁ ।

ଶ୍ରମିକମାନେ ନିଜ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଇପାରିବେ । ଠିକାଦାରମାନେ ନିଦ୍ଦିଷ୍ଟ ଗାଡ଼ିରେ ଶ୍ରମିକମାନଙ୍କୁ ନେଇପାରିବେ । ସେହିଭଳି ଆବଶ୍ୟକ ପଡ଼ିଲେ ଜିଲ୍ଲାପାଳମାନେ ଶ୍ରମିକଙ୍କ ପାଇଁ ଗାଡ଼ି ଯୋଗାଇ ଦେବେ । ଶ୍ରମିକମାନଙ୍କ ଯିବାଆସିବାରେ ବାଧା ସୃଷ୍ଟି କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦୁଇ ରାଜ୍ୟର ସହମତିରେ ବାହାର ରାଜ୍ୟରୁ କୁଶଳୀ ଶ୍ରମିକ ଆମ ରାଜ୍ୟକୁ ଅଣାଯାଇପାରିବ । ମନେରଗା ଅଧିକରେ  ଦୈନିକ ୭.୫ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଉଛି । ଆଗାମୀ ଦିନରେ ଏହାକୁ ବଢ଼ାଇବା ପାଇଁ ନିର୍ଦ୍ଦେଶ ହୋଇଛି ବୋଲି କହିଛନ୍ତି ଏସଆରସି ଶ୍ରୀ ଜେନା ।

ଶ୍ରୀ ଜେନା କହିଛନ୍ତି, କୃଷି, ଶିଳ୍ପ ଓ ନିର୍ମାଣ କାମ କରାଯାଇପାରିବ । ରାଜ୍ୟ ସରକାର ଗ୍ରୀନ ଜୋନରେ ବସ ଚଳାଚଳକୁ ଅନୁମତି ଦେଇଛନ୍ତି । କୃଷି କାର୍ଯ୍ୟ ପାଇଁ ଶ୍ରମିକମାନେ ନିଜ ଜିଲ୍ଲାର ଅନ୍ୟ ଜିଲ୍ଲାକୁ ଯାଇପାରିବେ । ଖରିଫ ଫସଲ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଯଥେଷ୍ଟ ପରିମାଣରେ ସାର, ଔଷଧ, ବିହନ ଓ ମଞ୍ଜି ମହଜୁଦ ଅଛି । ଶ୍ରମିକମାନେ ଗୋଟିଏ ସ୍ଥାନରୁ ଅନ୍ୟତ୍ର ଯିବା ପାଇଁ ଅନୁମତି ଦରକାର ନାହିଁ । କୃଷକମାନଙ୍କ ପାଇଁ ପାଇଁ ଟୋଲଫ୍ରି ନମ୍ବର ଜାରି କରାଯାଇଛି । ୧୮୦୦୧୦୨୫୧୬୬କୁ ଫୋନ କଲେ ଚାଷୀମାନେ ବିଭିନ୍ନ ପ୍ରକାରର ପରାମର୍ଶ ଓ ଉପଦେଶ ପାଇପାରିବେ । ମୁଗ, ବିରି, ଚିନାବାଦମ ଓ ସୂର୍ଯ୍ୟମୁଖୀ ମଞ୍ଜି କିଣିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ନାଫେଡ ଓ ଲ୍ୟାମ୍ପ ଜରିଆରେ ଏହା କିଣାଯିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଖଣ୍ଡପଡା କୁସୁମି ସେତୁ ପ୍ରତି ପୁର୍ତବିଭାଗ ର ଅବହେଳା...

Tue May 5 , 2020
ଖଣ୍ଡପଡା ଗଡ/ଭାପୁର ତା-୦୫/୦୪/୨୦୨୦ରିଖ -ଖଣ୍ଡପଡା ଗଡର ମୂଖ୍ୟ ରାସ୍ତା ଓ ମୂଖ୍ୟ ସେତୁ ଦୁଇଟି କୁସୁମୀ ନଦୀ ଉପରେ ସ୍ଥିତ ।ସେଇ କୁସୁମୀ ବଡ଼ ସେତୁ ଓ ସାନ ସେତୁ ଦୁଇଟି ଯାକ ଆଜି ବିପଦରେ ।କାରଣ ସ୍ୱଳ୍ପ ବର୍ଷା ହେଲେ ମଧ୍ୟ ବର୍ଷା ଜଳ ସେତୁ ଉପରେ ଜମା ହୋଇ ପୋଖରୀ ପାଲଟି ଯାଉଛି, ଯାହାକି ଯାତାୟତ କରୁଥିବା ମହିଳା ମହାବିଦ୍ୟାଳୟ ଛାତ୍ରୀ ଓ ପଠାଣି ସାମନ୍ତ ମହାବିଦ୍ୟାଳୟ […]

You May Like

Pin It on Pinterest