ଜିଲ୍ଲାସ୍ତରୀୟ ଅଣ୍ଡର-୧୫ ସିଏମ ଟ୍ରଫି ଫୁଟବଲ ଚାମ୍ପିୟନସିପ୍ ଉଦଘାଟିତ…

ବରଗଡ଼୭/୪(ନବୀନ କୁମାର ଦାଶ):ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଫୁଟବଲ ଆସୋସିଏସନ୍‌ ଅଫ୍ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ରାଜ୍ୟର କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କର ସାମଗ୍ରିକ ବିକାଶ ତଥା ତୃଣମୂଳ ସ୍ତରରେ କ୍ରୀଡ଼ାବିତମାନଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିବା ସହ କ୍ରୀଡ଼ା ପ୍ରତିଭା ବିକାଶ କରିବା ନିମନ୍ତେ ଆରମ୍ଭ ହୋଇ ଯାଇଛି ସିଏମ ଟ୍ରଫି ଫୁଟବଲ ଚାମ୍ପିୟନ ସିପ୍ ପ୍ରତିଯୋଗିତା ୧୫ ବର୍ଷରୁ କମ୍ କ୍ରୀଡ଼ାବିତ୍‌ ବର୍ଗ ପାଇଁ (ଅଣ୍ଡର-୧୫ କ୍ୟାଟାଗୋରିରେ) ଆୟୋଜିତ କରା ଯାଉଛି।

ଏହି କ୍ରମରେ ଜିଲ୍ଲା କ୍ରୀଡା ସଂସଦ ର ଉପ-ସଭାପତି ଯୁଗଳ ପ୍ରସାଦ ସିଂ ଙ୍କ ପୌରହିତ୍ୟ ଓ ସଚ୍ଚିଦାନନ୍ଦ ପଣ୍ଡା ଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ବରଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡା ସଂସଦ ସଭାପତି ଆଦିତ୍ୟ ଗୋୟଲ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରତିଯୋଗିତା କୁ ଉଦ୍ଘାଟନ କରି ଥିଲେ।ଉଦଘାଟନି ସମାରୋହରେ ଜିଲ୍ଲାପାଳ ତଥା ଜିଲ୍ଲା ଆଥଲେଟିକ୍ ସଂଘର ସଭାପତି ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନିକ ଭାବେ ପ୍ରତିଯୋଗିତାର ଶୁଭାରମ୍ଭ କରିବା ସହ ତୃଣମୂଳ ସ୍ତରରୁ କ୍ରୀଡ଼ା ପ୍ରତିଭାମାନଙ୍କୁ ଚୟନ କରାଯାଇ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ଦ୍ୱାରା ସଶକ୍ତ କରାଇବା ଏବଂ କ୍ରୀଡ଼ାବିତମାନଙ୍କର ସାମଗ୍ରିକ ବିକାଶ ଦିଗରେ କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସିଏମ ଟ୍ରଫି ଚାମ୍ପିୟନସିପ୍ ପ୍ରତିଯୋଗିତାର ଆୟୋଜନ କରାଯାଉଛି।

ଆଗାମୀ ଭବିଷ୍ୟତରେ କ୍ରୀଡ଼ାବିତମାନେ ଯେପରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆୟୋଜିତ ହେଉଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିବେ ତାହା ଲକ୍ଷ୍ୟ ରଖାଯାଇଛି ବୋଲି କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର,ଫୁଟବଲ ଏସୋସି ଏସନ୍ ଅଫ ଓଡ଼ିଶା ର ଉପ ସଭାପତି ରବି ପଣ୍ଡା,ପ୍ରାକ୍ତନ ସମ୍ପାଦକ ଅରୁଣ କୁମାର ମହାନ୍ତି ଓ ପ୍ରଭାତ ଆଦିତ୍ୟ ମିଶ୍ର , କ୍ରୀଡା ସମ୍ପାଦକ ହରଦୀପ ସିଂ,ଫୁଟବଲ ସମ୍ପାଦକ ଶେକ ସବଦର,କୋଷାଧ୍ୟକ୍ଷ ଡ.ଶୁଭ୍ରାଂଶୁ ଶେଖର ମହାପାତ୍ର,ଆଉ ଟ୍ଡୋର ଗେମ୍ସ ସମ୍ପାଦକ ସୁରେଶ ଦାଶ,ଜିଲ୍ଲା କ୍ରୀଡା ଅଧିକାରୀ ଅଜୟ ପଟ୍ଟ ନାୟକ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା,କାଉନ ସିଲ ସଦସ୍ୟ ମହେନ୍ଦ୍ର ଦାଶ,ପ୍ରାକ୍ତନ ଖେଳାଳୀ ପ୍ରେମନାଥ ଗିରି,ଜ୍ଞାନ ରଞ୍ଜନ ପୂଜାରୀ,ପ୍ରଦୀପ ପ୍ରଧାନ,ସୌର୍ଯ୍ୟ ରଞ୍ଜନ ରାଏ,ବେଣୁ ପ୍ରଧାନ,ସୁଜିତ୍ ମହାନ୍ତି ,ରମା କାନ୍ତ ଦାଶ,ବିକାଶ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ।

ଆଜି ଅନୁଷ୍ଠିତ ଉଦ ଘାଟନୀ ମ୍ୟାଚ ଟି ୟୁନାଇଟେଡ ସ୍ପୋର୍ଟସ କ୍ଲବ୍ ଓ ସୁପର ଜିମ୍ନାସିୟମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏଥିରେ ୟୁନାଇ ଟେଡ ଦଳ ୨-୧ ଗୋଲରେ ବିଜୟୀ ହୋଇଥିଲେ।ୟୁନାଇଟେଡ ସ୍ପୋର୍ଟସ କ୍ଲବ୍ ଦଳ ର ୧୧ ନମ୍ବର ଖେଳାଳୀ ରୋହନ ଙ୍କୁ ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳୀ ଭାବରେ ପୁରସ୍କୃତ କରାଯାଇଥିଲା।ଆଜିର ଖେଳ କୁ ଶୁଭମ୍ ପାତ୍ର ପରିଚାଳନା କରିଥିବା ବେଳେ ତାଙ୍କୁ ଲାଇନ୍ ରେ ସହଯୋଗ କରିଥିଲେ ପୂର୍ଣ୍ଣ ଚନ୍ଦ୍ର ଭୁଏ,ବଣ୍ଟି ପ୍ରଧାନ। ଚତୁର୍ଥ ରେଫରି ଥିଲେ ଉମାକାନ୍ତ ସାହୁ । ମ୍ୟାଚ୍ କମିଶନର ଅଛନ୍ତି ସୁରେଶ ଦାଶ।ସୂଚନାଯୋଗ୍ୟକି,ବରଗଡ଼ ଜିଲ୍ଲାସ୍ତରୀୟ ଅଣ୍ଡର-୧୫ ସିଏମ ଟ୍ରଫି ଫୁଟବଲ ଚାମ୍ପିୟନସିପ୍ ରେ ସର୍ବମୋଟ ୮ ଟି ଦଳ ଯଥା ୟୁନାଇଟେଡ ସ୍ପୋର୍ଟସ କ୍ଲବ୍,ବ୍ଲୁ ଡାଇମଣ୍ଡ କ୍ଲବ୍,ସୁପର ଜିମ୍ନାସିୟମ କ୍ଲବ୍, ବାବା ଆମ୍ବେଦକର କ୍ଲବ୍,ଏସଏସୱାଇ ଏସ ଗୋବିନ୍ଦ ପାଲି,ବିର୍ସା ମୁଣ୍ଡା କ୍ଲବ୍ ଖଲିଆପାଲି,ଗୋପବନ୍ଧୁ କ୍ଲବ୍ କଦଳୀ ପାଲି ଓ ଖରମୁଣ୍ଡା ୟୁଥ୍ ଏଥଲେଟିକ ଏସୋସିଏସନ ଭାଗ ନେଉଛନ୍ତି।ଏହି ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟରେ ୧୫ ଟି ଜିଲ୍ଲା ରେ ଆୟୋଜିତ ହୋଇ ସାରି ଥିବାବେଳେ ଆଜିଠାରୁ ବରଗଡ଼ ସମେତ ଅନ୍ୟ ଜିଲ୍ଲା ଗୁଡ଼ିକ ରେ ଆରମ୍ଭ ହେବ।

ରାଜ୍ୟ ସରକାର ଓ ଫୁଟବଲ ଏସୋସିଏ ସନ୍ ଅଫ ଓଡ଼ିଶା ତୃଣମୂଳ ସ୍ତରରେ ଯୁବ ଫୁଟବଲ ପ୍ରତିଭା ଚୟନ ପାଇଁ ଆୟୋ ଜିତ ହେଉଥିବା ଏହି ପ୍ରତି ଯୋଗିତା ର ଚୟନ କର୍ତ୍ତା ମାନଙ୍କ ଦ୍ଵାରା ଚୟନ ହୋଇ ଥିବା ଖେଳାଳୀ ମାନଙ୍କୁ ଫୁଟବଲ ଏସୋ ସିଏସନ୍ ଅଫ ଓଡ଼ିଶାର ଏକାଡେମୀ, ତଥା ବିଭିନ୍ନ ଜିଲ୍ଲା ରେ ଥିବା କ୍ରୀଡା ହଷ୍ଟେଲ ଗୁଡ଼ିକରେ ରହି ଫୁଟବଲ ଖେଳରେ ପ୍ରଶିକ୍ଷଣ ପାଇପାରିବେ।

ସେୟାର କରନ୍ତୁ

Next Post

ସମ୍ବଲପୁରରେ ଆୟୋଜିତ ହେବ ପେନସନ ଅଦାଲତ...

Wed Apr 9 , 2025
ବରଗଡ଼୯.୪(ବାସ୍ତବ ଟିଭି ନବୀନ କୁମାର ଦାଶ):ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ସହିତ ସମନ୍ୱୟ ରଖି ପ୍ରତ୍ୟେକ ଜିଲ୍ଲାରେ ମୁଖ୍ୟ ଆକାଉଣ୍ଟାଣ୍ଟ ଜେନେରାଲଙ୍କ କାର୍ଯ୍ୟାଳୟ ପେନସନ ଅଦାଲତ ଆୟୋଜନ କରେ ଯାହା ଦ୍ୱାରା ପେନସନଭୋଗୀଙ୍କ ଅଭି ଯୋଗର ଯାଞ୍ଚ କରାଯାଏ ଏବଂ ତତ୍ କ୍ଷଣାତ ନିଷ୍ପତ୍ତି ନେଇ ସମାଧାନ କରା ଯାଏ।ଏହି ପରିପ୍ରେକ୍ଷୀରେ ଆଗାମୀ ୧୧ ଏପ୍ରିଲ, ୨୦୨୫ ତାରିଖ ଦିନ ସମ୍ବଲପୁର ଠାରେ ଏକ ପେନସନ ଅଦାଲତ […]

You May Like

Pin It on Pinterest