ସମ୍ବଲପୁରରେ ଆୟୋଜିତ ହେବ ପେନସନ ଅଦାଲତ…

ବରଗଡ଼୯.୪(ବାସ୍ତବ ଟିଭି ନବୀନ କୁମାର ଦାଶ):ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ସହିତ ସମନ୍ୱୟ ରଖି ପ୍ରତ୍ୟେକ ଜିଲ୍ଲାରେ ମୁଖ୍ୟ ଆକାଉଣ୍ଟାଣ୍ଟ ଜେନେରାଲଙ୍କ କାର୍ଯ୍ୟାଳୟ ପେନସନ ଅଦାଲତ ଆୟୋଜନ କରେ ଯାହା ଦ୍ୱାରା ପେନସନଭୋଗୀଙ୍କ ଅଭି ଯୋଗର ଯାଞ୍ଚ କରାଯାଏ ଏବଂ ତତ୍ କ୍ଷଣାତ ନିଷ୍ପତ୍ତି ନେଇ ସମାଧାନ କରା ଯାଏ।ଏହି ପରିପ୍ରେକ୍ଷୀରେ ଆଗାମୀ ୧୧ ଏପ୍ରିଲ, ୨୦୨୫ ତାରିଖ ଦିନ ସମ୍ବଲପୁର ଠାରେ ଏକ ପେନସନ ଅଦାଲତ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଆୟୋଜନ କରିବାର ପ୍ରସ୍ତାବ ରହିଛି।

ଯେଉଥିରେ ସମ୍ବଲପୁର, ଝାରସୁଗୁଡା,ବରଗଡ଼ ଏବଂ ଦେଓଗଡ଼ ଜିଲ୍ଲାର ସମସ୍ତ ପେନସନ ମଞ୍ଜୁରୀ କର୍ତ୍ତୃ ପକ୍ଷ,ପେନସନ ସଂଗ୍ରହ ଏବଂ ବଣ୍ଟନ ଅଧିକାରୀ,ଟ୍ରେଜେରୀ ଏବଂ ସବ- ଟ୍ରେଜେରୀ ଅଧିକାରୀ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀମାନଙ୍କୁ ବୈଠକରେ ଉପସ୍ଥିତ ରହି ଏହି ଜିଲ୍ଲାର ପେନସନ ଭୋଗୀଙ୍କ ଅଭିଯୋଗ ଗ୍ରହଣ କରିବା ସହ ସେଗୁଡିକୁ ଯାଞ୍ଚ କରି ତତ୍ କ୍ଷଣାତ ନିଷ୍ପତ୍ତି ନେଇ ସମାଧାନ କରିବେ।

ଆବଶ୍ୟକ ସ୍ଥଳେ ପେନସନ ଭୋଗୀ ମନୋରଞ୍ଜନ ପାଣିଗ୍ରାହୀ,ବରିଷ୍ଠ ଆକାଉଣ୍ଟସ୍ ଅଧିକାରୀ (ମୋ.ନଂ.-୭୦୦୮୨୯୨୬୬୮)ଏହି କାର୍ଯ୍ୟାଳୟର ଅଦାଲତକୁ ସହ-ସମନ୍ୱୟ ଅଧିକାରୀଙ୍କୁ ଯୋଗାଯୋଗ କରି ପାରିବେ।

ସେୟାର କରନ୍ତୁ

Next Post

ଜର୍ଜ ହାଇସ୍କୁଲ ରେ ପୁରାତନ ଛାତ୍ର ସଂଗଠନ କାର୍ଯ୍ୟାଳୟ ଓ ଅତିଥି ପ୍ରକୋଷ୍ଠ ଉଦଘାଟିତ...

Thu Apr 10 , 2025
ବରଗଡ଼(ବାସ୍ତବ ଟିଭି ନବୀନ କୁମାର ଦାଶ):ମଙ୍ଗଳବାର ଦିନ ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ଙ୍କ ଦ୍ୱାରା ଜର୍ଜ ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର ସଂଗଠନ କାର୍ଯ୍ୟାଳୟ ଓ ଅତିଥି ପ୍ରକୋଷ୍ଠ ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶାଶ୍ବତୀ ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ୬ଷ୍ଠ ଓ ୯ମ ଶ୍ରେଣୀର ଛାତ୍ର ମାନଙ୍କର ପ୍ରବେଶ ଉତ୍ସବ […]

You May Like

Pin It on Pinterest