ଜର୍ଜ ହାଇସ୍କୁଲ ରେ ପୁରାତନ ଛାତ୍ର ସଂଗଠନ କାର୍ଯ୍ୟାଳୟ ଓ ଅତିଥି ପ୍ରକୋଷ୍ଠ ଉଦଘାଟିତ…

ବରଗଡ଼(ବାସ୍ତବ ଟିଭି ନବୀନ କୁମାର ଦାଶ):ମଙ୍ଗଳବାର ଦିନ ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ଙ୍କ ଦ୍ୱାରା ଜର୍ଜ ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର ସଂଗଠନ କାର୍ଯ୍ୟାଳୟ ଓ ଅତିଥି ପ୍ରକୋଷ୍ଠ ଉଦଘାଟିତ ହୋଇଯାଇଛି।

ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶାଶ୍ବତୀ ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ୬ଷ୍ଠ ଓ ୯ମ ଶ୍ରେଣୀର ଛାତ୍ର ମାନଙ୍କର ପ୍ରବେଶ ଉତ୍ସବ ବା ଖଡ଼ି ଛୁଆଁ ଉତ୍ସବ ପାଳନ ପୂର୍ବକ ପୁସ୍ତକ,ପୋଷାକ ଆଦି ପ୍ରଦାନ କରାଯାଇ ଥିଲା।ଏହି ସମ୍ବର୍ଦ୍ଧନା ସଭା ରେ ଅତିରିକ୍ତ ଜିଲ୍ଳା ଅଧିକାରୀ ଜ୍ଯୋତି କାନ୍ତ ସାହୁ, ବ୍ଲକ୍ ଶିକ୍ଷାଧିକାରୀ ସୁରେନ୍ଦ୍ର କୁମାର ସାହୁ , ବିଦ୍ୟାଳୟର ବୟୋଜ୍ୟେଷ୍ଠ ବହୁ ପୁରାତନ ଛାତ୍ର,ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନେ ସକ୍ରୀୟ ଯୋଗ ଦାନ କରିଥିଲେ।

ଉଲ୍ଲେଖଯୋଗ୍ୟ ବିଷୟ ଯେ ବିଦ୍ୟାଳୟ ର ଆବଶ୍ୟକତା କୁ ଅନୁଧ୍ୟାନ କରି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଷଡ଼ଙ୍ଗୀ ସ୍କୁଲ ପରିସରରେ ଏକ ନଳକୂପ ଖନନ ଏବଂ ମିଟିଂ ହଲ୍ ରେ ଛଅ ଗୋଟି ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ସଂଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇ ଥିଲେ।ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ସୁରେଶ କୁମାର ଦାଶ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

ଓଡ଼ିଆ ପକ୍ଷର ନବମ ଦିବସରେ ‘ଆସ ବହିଟିଏ କିଣିବା’ ଅଭିଯାନ....

Thu Apr 10 , 2025
ବରଗଡ଼:-୯/୪(ବାସ୍ତବ ଟିଭି ନବୀନ କୁମାର ଦାଶ):ଓଡ଼ିଶାର ସମୃଦ୍ଧ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସଂରକ୍ଷଣ ଏବଂ ପ୍ରଚାର କରିବା ଲକ୍ଷ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି ଓଡ଼ିଆ ପକ୍ଷ ପାଳନର ନବମ ଦିବସରେ ଜିଲ୍ଲା ପାଠାଗାର ସହିତ ବିଭିନ୍ନ ବ୍ଲକ, ପୌରାଞ୍ଚଳ ଓ ପୌରପାଳିକା ପରିସର ରେ ‘ଆସ ବହିଟିଏ କିଣିବା’ ଅଭିଯାନ ଅନୁଷ୍ଠିତ ହୋଇଯାଇଛି I ଏହି […]

You May Like

Pin It on Pinterest