ଓଡ଼ିଆ ପକ୍ଷର ନବମ ଦିବସରେ ‘ଆସ ବହିଟିଏ କିଣିବା’ ଅଭିଯାନ….

ବରଗଡ଼:-୯/୪(ବାସ୍ତବ ଟିଭି ନବୀନ କୁମାର ଦାଶ):ଓଡ଼ିଶାର ସମୃଦ୍ଧ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସଂରକ୍ଷଣ ଏବଂ ପ୍ରଚାର କରିବା ଲକ୍ଷ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି ଓଡ଼ିଆ ପକ୍ଷ ପାଳନର ନବମ ଦିବସରେ ଜିଲ୍ଲା ପାଠାଗାର ସହିତ ବିଭିନ୍ନ ବ୍ଲକ, ପୌରାଞ୍ଚଳ ଓ ପୌରପାଳିକା ପରିସର ରେ ‘ଆସ ବହିଟିଏ କିଣିବା’ ଅଭିଯାନ ଅନୁଷ୍ଠିତ ହୋଇଯାଇଛି I

ଏହି ଅବସର ରେ ବହି ବିକ୍ରୟ ଅନୁଷ୍ଠାନଙ୍କ ସହଯୋଗ ରେ ଅସ୍ଥାୟୀ ପୁସ୍ତକ ପ୍ରଦର୍ଶନୀ ତଥା ବିକ୍ରୟ କେନ୍ଦ୍ର ଖୋଲାଯାଇଥିଲା।ଏହି କେନ୍ଦ୍ରଗୁଡ଼ିକରେ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଉପନ୍ୟାସ, ପ୍ରବନ୍ଧ,ନାଟକ ଓ ଶିଶୁ ସାହିତ୍ୟ ଆଦିରେ ଲିଖିତ ବହି ଉପଲବ୍ଧ ଥିଲା।ପାଠକ ପାଠିକା ଙ୍କୁ ନେଇ ଜିଲ୍ଲା ପାଠାଗାରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରସନ୍ନ କୁମାର ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା, ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ତାହିର ହୁସେନ,ଜିଲ୍ଲା ଇ- ପ୍ରସାଶନ ଅଧିକାରୀ ମସ୍ତରାମ ଛନ୍ଦ ଏବଂ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ପ୍ରମୋଦ କୁମାର ସିଂଙ୍କ ସମେତ ମୁଖ୍ୟବକ୍ତା ଡ଼ ରବି ନାରାୟଣ ସାହୁ ଅଭିଯାନର ଉଦ୍ଦେଶ୍ୟ ତଥା ଓଡ଼ିଆ ଭାଷାର ଗୁରୁତ୍ୱ ଓ ଏହାର ସଂରକ୍ଷଣ ପାଇଁ ସମସ୍ତଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ।

ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପାଠକ ପାଠିକାଙ୍କୁ ଖଣ୍ଡିଏ ଲେଖାଏଁ ବହି ଏବଂ ପେନ ଉପହାର ଆକାରରେ ପ୍ରଦାନ କରାଯାଇଥିବା ବେଳେ ଜିଲାସ୍ତରୀୟ ଅଧିକାରୀ,କର୍ମଚାରୀ ଓ ସାଧାରଣ ଲୋକେ ନିଜ ପସନ୍ଦର ଓଡ଼ିଆ ବହି ସବୁ କ୍ରୟ କରିଥିଲେ।

ସେୟାର କରନ୍ତୁ

Next Post

ଅତାବିରା ମହା ବିଦ୍ୟାଳୟ ରେ ଓଡ଼ିଆ ପକ୍ଷର ଦଶମ ଦିବସରେ "ଲୋକକଳା ପାଇଁ ଦିନଟିଏ"....

Fri Apr 11 , 2025
ବରଗଡ଼୧୧/୪(ବାସ୍ତବ ଟିଭି ନବୀନ କୁମାର ଦାଶ): ଓଡ଼ିଆ ପକ୍ଷ ର ଦଶମ ଦିବସରେ ଓଡ଼ିଆ ବରିଷ୍ଠ କଳାକାର ଙ୍କ ସମ୍ବର୍ଦ୍ଧନା ଉତ୍ସବ ମହା ସମାରୋହ ରେ ଅନୁଷ୍ଠିତ ହୋଇ ଯାଇଛି।ଅଧ୍ୟକ୍ଷ ଅଶ୍ଵିନୀ କୁମାର ପାଧାନ ଙ୍କ ଅଧ୍ୟକ୍ଷତାରେ ରିଙ୍କି ପ୍ରଧାନ ଙ୍କ ସଂଯୋଜନା କ୍ରମେ ୧୨ଜଣ ବର୍ଷୀୟାନ କଳାକାର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୋର୍ଣା ର ମହାରାଜ ସୁଶୀଲ ନାଏକ,କବି ସାହିତ୍ୟକ ଶିକ୍ଷାବିତ୍ ତଥା ଭାଷା ଗବେଷଣା ଓ ଆକାଶ […]

You May Like

Pin It on Pinterest