
ସଂଜୟ ଶତପଥୀ(କଟକ):ଓଡ଼ିଶାର ୩.୫ଲକ୍ଷ ପେନସନର ମାନଙ୍କୁ ପ୍ରନିଧିତ୍ୱ କରୁଥିବା “ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରି ମହାଙ୍ଘର” ୬ଷ୍ଠରାଜ୍ୟ ସମ୍ମିଳନୀରେ ୧୨ ଏପ୍ରିଲ ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ ସଂଗଠିତ କରି ସଫଳ କରିବାକୁ ମହାସଂଘର ଅଧ୍ଯକ୍ଷ ପ୍ରତାପ ଚନ୍ଦ୍ର ଦାସ ଓ ମହାସଚିବ ଗୋକୁଳାନନ୍ଦ ବେହେରା ଏକ ମିଳିତ ପ୍ରେସ ନୋଟରେ ପ୍ରକାଶ କରିଛନ୍ତି ।
ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ୬ଷ୍ଠ ରାଜ୍ୟ ସମ୍ମିଳନୀ କଟକ ତୁଳସୀପୁର ସ୍ତିତ ସାରଳାଭାବନ ଠାରେ ଶ୍ରୀ ପ୍ରତାପ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସାରା ରାଜ୍ୟର ୧୧୨ଟି ଶାଖା ସଂଘରୁ ୬୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇ ଥିଲେ । ବିଶିଷ୍ଠ କର୍ମଚାରୀ ନେତା ଓ ସ୍ତମ୍ଭକାର ଦୁର୍ଗାଚରଣ ନାୟକ ଆନୁଷ୍ଠାନିକ ଭାବେ ସମ୍ମିଳନୀକୁ ଉଦ୍ଘାଟନ କରିଥିବା ବେଳେ ଅଭ୍ୟର୍ଥନା କମିଟିର ଅଧ୍ଯକ୍ଷ ବାରବାଟୀ କଟକ ବିଧାୟକ ସୋଫିଆ ଫିର୍ଦୋଷ ସ୍ୱାଗତ ଭାଷଣ ଦେଇ ପେନସନର ମାନଙ୍କ ଜ୍ଵଳନ୍ତ ଓ ଗମ୍ଭୀର ସମସ୍ୟା ଗୁଡିକ ବିଧାନ ସଭାରେ ଉଥାପନ କରିବା ସହିତ ବିଧାୟକ ପାଷ୍ଠି ରୁ ଏକ ପାଠାଗାର କରିବାକୁ ନିର୍ଭର ପ୍ରତିଶୃତି ଦେଇଥିଲେ ।
ସମ୍ମିଳନୀର ମୁଖ୍ୟବକ୍ତା ବୃହସ୍ପତି ସାମଲ ଓ ସମ୍ମାନୀୟ ବକ୍ତା ଅଭୟ କୁମାର ଦାସ ମାର୍ଚ୍ଚ ୨୫ ତାରିଖ ପେନସନର ସ୍ୱାର୍ଥ ବିରୋଧୀ ପାର୍ଲିଆମେଣ୍ଟରେ ଗୃହୀତ ସଂଶୋଧିତ ଧାରାକୁ ମିଳିତ ଭାବେ ପ୍ରତିବାଦ ଓ ପ୍ରତିରୋଧ କରିବାକୁ ଆଜିର ଏହିଐତିହାସିକ ଆହ୍ୱାନ ଦେଇଥିଲେ । କେନ୍ଦ୍ର ଅନୁରୂପ ଚିକିତ୍ସା ଭତ୍ତା ଓ ଚିକିତ୍ସା ସୁବିଧା, ପିଜିପିଏ ବିଭାଗର ପୁନଃ ପ୍ରତିଷ୍ଠା, ୬୫ବର୍ଷରୁ ଅତିରିକ୍ତ ପେନସନ, କମୁଟେସନ ଦେୟ ୧୦ବର୍ଷ ୮ମାସ କରିବା ଆଦି ୯ଦଫା ଦାବି ଉପରେ ଆଧାରିତ ସମ୍ପଦକଙ୍କ ରିପୋର୍ଟ ଉପରେ ୩୫ଜଣ ପୁରୁଷ ଓ ମହିଳା ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଏକ ୪୪ଜଣିଆ କର୍ମକର୍ତ୍ତା ମଣ୍ଡଳୀରେ ପ୍ରତାପ ଚନ୍ଦ୍ର ଦାସ ଅଧ୍ଯକ୍ଷ ଓ ଗୋକୁଳାନନ୍ଦ ବେହେରା ମହାସଚିବ,କେଦାରନାଥ ସ୍ୱାଇଁ କୋଷାଧ୍ଯକ୍ଷ ଓ ଗଦାଧର କର ସମୀକ୍ଷକ ଭାବେ ନିର୍ବାଚିତ ହୋଇଥିବା ବିଷୟ ଶ୍ରୀ ଦାସ ଓ ଶ୍ରୀ ବେହେରା ଏକ ପ୍ରେସ ନୋଟରେ ପ୍ରକାଶ କରିଛନ୍ତି ।



