କାନପୁର ମହାବିଦ୍ୟାଳୟର ତୃତୀୟ ବର୍ଷ ର ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା…

ସଂଜୟ ଶତପଥୀ(କଟକ):କାନପୁର ଆଞ୍ଚଳିକ ମହାବିଦ୍ୟାଳୟ ସଂସ୍କୃତ ବିଭାଗ ତଥାପ୍ରଣୀ ବିଜ୍ଞାନ ବିଭାଗର +୩ ପ୍ରଥମ ବର୍ଷ ଓ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ତରଫରୁ ତୃତୀୟ ବର୍ଷ ର ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଛି। ଏହାସହିତ ଓଡ଼ିଆ ପକ୍ଷ ପାଳନ ଅବସରରେ ବହିଟିଏ କିଣିବା ଦିବସ ପାଳିତ ହୋଇଯାଇଛି ।

ଏଥିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ରୂପରେ ଯୋଗ ଦାନ କରି ପିଲାମାନଙ୍କୁ ଭଲ ମଣିଷ ହେବ ସହିତ ମହାବିଦ୍ୟାଳୟ ର ନାମ ରଖିବାକୁ ଉପଦେଶ ଦେଇଥିଲେ ।ମୁଖ୍ୟ ବକ୍ତା ରୂପରେ ସଂସ୍କୃତ ବିଭାଗର ପୂର୍ବତନ ମୁଖ୍ୟ ପ୍ରାଧ୍ୟାପିକା ଶ୍ରୀମତୀ ପୌର୍ଣମାସୀ ପଣ୍ଡା ଯୋଗଦେଇ ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ପ୍ରାଣିବିଜ୍ଞାନ ମୁଖ୍ୟ ତଥା ପ୍ରଶାସନିକ କାର୍ଯ୍ୟାଳୟ ଅଧିକାରୀ ଶ୍ରୀଯୁକ୍ତ କୃପାସିନ୍ଧୁ ସାହୁ ଓ ଦର୍ଶନ ବିଭାଗ ମୁଖ୍ୟ ଶ୍ରୀଯୁକ କାଁହୁ ଚରଣ ସାହୁ ଯୋଗଦେଇ ପିଲାମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ବିଭାଗ ମୁଖ୍ୟ ଡ଼ଃ ନବକିଶୋର ମିଶ୍ର ଶେଷରେ ପିଲାମାନଙ୍କ ସ୍ମୃତିକୁ ମନେପକାଇବା ସହିତ ସେମାନଙ୍କ ଉନ୍ନତି କାମନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତ ବିଭାଗ ଅଧ୍ୟାପିକା ମଧୁସ୍ମିତା ସିଂ, ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଶ୍ରୀମତୀ ସୁଜାତା ସାହୁ ଯୋଗଦେଇଥିଲେ. ପ୍ରଥମ ଓ ଦ୍ଵିତୀୟ ବର୍ଷର ଛାତ୍ର ଛାତ୍ରୀ ମାନଂକ ଦ୍ୱାରା ତୃତୀୟ ବର୍ଷର ପିଲାମାନଙ୍କୁ ଉପହାର ପ୍ରଦାନ କରାଯାଇଥିଲା ।ସଭାର ଆରମ୍ଭରେ ପିଲାମାନଙ୍କ ମଧ୍ୟରୁ ଶ୍ରାବଣୀ ଷଡ଼ଙ୍ଗୀ, ସ୍ମୃତିରାଣୀ ବେହେରା, ଶୁଭଶ୍ରୀ ସାହୁ, ସୌମ୍ୟା ରଥ, ବେଦ ପାଠ କରିଥିବାବେଳେ, ସୋନାଲି ବେହେରା, ମମତା ସାହୁ, ଗୁରୁପୂଜନ କରିଥିଲେ।ଅନ୍ୟମାଙ୍କ ମଧ୍ୟରେ, କିରଣ ଚନ୍ଦ୍ରମା ରାଉତ, ପ୍ରମୋଦିନୀ ମୁଦୁଲି, ଶ୍ରଦ୍ଧାଞ୍ଜଳି ନାୟକ, ସାରଦା ଦାସ, ସୀମାରାଣୀ ସାହୁ, ପ୍ରଭାଞ୍ଜନ ସେଠି, ଅଶୋକ ନାରାୟଣ ସାହୁ, ସାଗରୀକା ପ୍ରଧାନ, ପୂଜାରାଣୀ ପ୍ରଧାନ, ସ୍ଵାଗତିକା ନାୟକ, ଅତୀତ ବେହେରା, ସୌମ୍ୟ ରଞ୍ଜନ ସାହୁ ସୋମେଶ ବେହେରା, ଅଙ୍କିତା ଗୁରୁ, ମମତା ମନ୍ତୀ, ବିଶ୍ୱରଂଜନ ମହାପାତ୍ର, ସଂଗ୍ରାମ ମହାଭୋଇ, ନାଗେଶ ମହାନ୍ତି, ଦେବରାଜ ମହାଳିକ, କାଜଲ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ। ଓଡ଼ିଆ ପକ୍ଷ ପାଳନ ଅବସରରେ ସଂସ୍କୃତ ବିଭାଗ ତରଫରୁ ଓଡ଼ିଆ ପୁସ୍ତକ କିଣି ବଣ୍ଟା ଯାଇଥିଲା, ପରିଶେଷରେ ପିଲାମାନଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟ କର୍ମ ସମସ୍ତ ଙ୍କ ମନମୋହିଥିଲା।

ସେୟାର କରନ୍ତୁ

Next Post

ରାଜ୍ୟ କାର୍ଯ୍ୟାଳୟରେ ୧୩୫ତମ ଆମ୍ବେଦକର ଜୟନ୍ତୀ ପାଳନ....

Mon Apr 14 , 2025
ରାଜ୍ୟ କାର୍ଯ୍ୟାଳୟରେ ୧୩୫ତମ ଆମ୍ବେଦକର ଜୟନ୍ତୀ ପାଳନଭାରତବର୍ଷ ତଥା ଓଡିଶାକୁ ସମୃଦ୍ଧ ଓ ବିକଶିତ କରି ଆମ୍ବେଦକରଜୀଙ୍କର ସ୍ୱପ୍ନକୁ ସାକାର କରିବା: ମନମୋହନ ସାମଲ ବାବାସାହେବଙ୍କୁ ତାଙ୍କ ଜୀବନ କାଳରେ କଂଗ୍ରେସ ଦଳ ଏବଂ କଂଗ୍ରେସ ନେତୃବୃନ୍ଦ ବାରମ୍ବାର ଅପମାନିତ କରିଛନ୍ତି ଭାରତ ସମ୍ବିଧାନର ପ୍ରଣେୟତା ବାବାସାହେବ ନିଷ୍ପେସିତ ଲୋକଙ୍କ ସ୍ୱର ସାଜି ଅବହେଳିତ, ବଂଚିତ ଓ ଶୋଷିତ ଲୋକଙ୍କୁ ଯେଉଁ ଉତ୍‌ଥାନ କରିଛନ୍ତି, ତାହା ଅକଳ୍ପନୀୟ ଓ ଅବିଶ୍ୱନୀୟ […]

You May Like

Breaking News

Pin It on Pinterest