ଭୂତଟିକ୍ରା ରେ ଶ୍ରୀ ଶ୍ରୀ ବୀର ହନୁମାନ ଜୟନ୍ତୀ ଓ ବିଶ୍ଵଶାନ୍ତି ମହାଯଜ୍ଞ ସମ୍ପର୍ଣ୍ଣ…

ବରଗଡ଼(ନବୀନ କୁମାର ଦାଶ)୧୪/୪:ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ବୁଗବୁଗା ପଞ୍ଚାୟତ ଭୂତ ଟିକ୍ରା ରେ ପବିତ୍ର ମହା ବିଷୁବ ସଂକ୍ରାନ୍ତି,(ପଣା ସଂକ୍ରାନ୍ତି)ଓ ହନୁମାନ ଜୟନ୍ତୀ ଅବସର ରେ ଶ୍ରୀ ଶ୍ରୀ ବୀର ହନୁମାନ ଙ୍କ ପୂଜାର୍ଚ୍ଚନା ସହ ବିଶ୍ଵଶାନ୍ତି ମହାଯଜ୍ଞ ମହା ସମାରୋହ ରେ ପାଳିତ ହୋଇଯାଇଛି।

କଳସ ଅଧିବାସ ସହ ଗାଆଁ ର ଭାଗବତ ଟୁଙ୍ଗି ଠାରେ ରାଧା କୃଷ୍ଣ ଙ୍କ ଠାରେ ପୂଜକ ଭାବେ ଅଶ୍ଵିନୀ କର୍ଣ୍ଣ ଓ ପ୍ରେମାନନ୍ଦ କର୍ଣ୍ଣ ଙ୍କ ନିତ୍ୟ ନୈମିତ୍ତିକ ପୂଜାର୍ଚ୍ଚନା ପୂର୍ବକ ବୀର ହନୁମାନ ଜୟନ୍ତୀ ଧୁମଧାମରେ ପାରମ୍ପ ରିକ ରୀତିନୀତି ଅନୁଯାୟୀ ଧୂପ ଦ୍ବୀପ ନୈବେଦ୍ୟ ଅର୍ପଣ କରି ଭଜନ କୀର୍ତ୍ତନ ଓ ଘଣ୍ଟ ଶଙ୍ଖ ହୁଳହୁଳି ର ତାଳରେ ଗଗନ ପବନ ଉଚ୍ଛୁଳି ଉଠିଥିଲା।ଶ୍ରୀ ଶ୍ରୀ ବୀର ହନୁମାନ ଙ୍କ ପୂଜାର୍ଚ୍ଚନା ପରେ ଯଜ୍ଞ ର ବ୍ୟାସାଧିସ ଭାବେ କୈଳାସ ଚନ୍ଦ୍ର ଧରୁଆ ଙ୍କ ବରଣ ହୋଇଥିବା ବେଳେ ଯଜ୍ଞ ରେ କର୍ତ୍ତା ଭାବେ ସପତ୍ନିକ ଅରୁଣ କର୍ଣ୍ଣ ଓ କନକ କର୍ଣ୍ଣ, ଦୋଲମଣୀ କର୍ଣ୍ଣ ଓ ପଦ୍ମିନୀ କର୍ଣ୍ଣ ଦାୟିତ୍ୱ ତୁଲାଇ ଥିଲେ।ଶ୍ରଦ୍ଧାଳୁ ମହିଳା ପୁରୁଷ ମାନେ ସଂକଳ୍ପ ପୂର୍ବକ ଯଜ୍ଞ ରେ ଘୃତ ଆହୁତି ଦେଇ ଆଳତୀ ପୁଷ୍ପାଞ୍ଜଳି ସହ ପୂର୍ଣ୍ଣାହୁତି ହୋଇ ଯଜ୍ଞ ସମାପନ ହୋଇ ଥିଲା।ଏଥିରେ ଗ୍ରାମର ଆବାଳବୃଦ୍ଧ ବନିତା ସମସ୍ତଙ୍କ ସକ୍ରିୟ ସହଯୋଗ ରହିଥିବା ବେଳେ ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ଥା ରହିଥିଲା।

ସେୟାର କରନ୍ତୁ

Next Post

ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ପୋଡିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଅକ୍ଷମଣୀୟ: ସଜ୍ଜନ ଶର୍ମା....

Tue Apr 15 , 2025
 ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାରତୀୟ ଜନତା ପାର୍ଟୀର ଯଥେଷ୍ଟ ସମ୍ମାନ ରହିଛି ସଂପୃକ୍ତ ଯୁବକ ଯୁଗଲ କୁମାର ସାହୁ (ହୀରୁ)କୁ ତୁରନ୍ତ ଗିରଫ କରାଯାଇଛି ଭୁବନେଶ୍ୱର, ତା.୧୫/୦୪: ବଲାଙ୍ଗୀର ଜିଲ୍ଲା ପାଟଣାଗଡର ପର୍ଶୁରାମ ଛକସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିକୁ ପୋଡି ଦେବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଅକ୍ଷମଣୀୟ । ସରକାରଙ୍କ ନିର୍ଦ୍ଦେଶରେ ଭଗବାନ ପର୍ଶୁରାମ ଏବଂ ବିଜୁ ବାବୁଙ୍କ ପ୍ରତିମୂର୍ତି ସ୍ଥାପନା କରିବାକୁ ପ୍ରଶାସନିକ ନିଷ୍ପତି […]

You May Like

Pin It on Pinterest