
ବରଗଡ଼୧୮/୪(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜର ସମର ଶିକ୍ଷାର୍ଥୀ ବାହିନୀ ନୈାସେନା ତୃତୀୟ ବର୍ଷର ଶିକ୍ଷାର୍ଥୀ ମାନଙ୍କର ଏକ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପ୍ରୟୋଜନୀ ଅଡର୍ଚାଟ ଅନ୍ଧାରି ପାଲି ପରିସରରେ ଅନୁଷ୍ଠିତ ହୋଇ ଯାଇଛି।
କଲେଜ ଅଧ୍ୟକ୍ଷ ଡ଼ ପ୍ରମୋଦ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଲରମ୍ଭା କଲେଜର ଅବସର ପ୍ରାପ୍ତ ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ କିଶୋର ଚନ୍ଦ୍ର ହୋତା,ଅଧ୍ୟାପକ ପ୍ରଦିପ କୁମାର ପଣ୍ଡା, ପବିତ୍ର ମାହାଣା,ସିଦ୍ଧେଶ୍ବର ପଧାନ ଶିଶିର କୁମାର ସାହୁ,ଅବିନାଶ ସାହୁ,ଡ଼ ଅଜିତ ନାଥ,ବୈଦ୍ୟନାଥ ନାଏକ,ତୋଷରାଜ ଖମାରୀ,ତାରାଚାନ୍ଦା କଣ୍ଟା,ଗୋବିନ୍ଦ ପୋଢ,ଦେବାଶିଷ ପାତ୍ର,ମୁକେଶ ଚନ୍ଦ୍ର ପ୍ରଧାନ ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କୁ ଦେଶସେବା ସହ ମାନବ ସେବା ହିଁ ମାଧବ ସେବା ଉପରେ ଆଲୋଚନା କରିଥିଲେ।
କାର୍ଯ୍ୟକାରୀ ଅଧିକାରୀ ସି.ଟି. ଓ ସରୋଜ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନ କରିଥିବା ବେଳେ ଶିକ୍ଷାର୍ଥୀ ସିଦ୍ଧାନ୍ତ ସାହୁ ଧନ୍ୟବାଦ ଅର୍ପଣ କରି ଥିଲେ।ଏଥିରେ ପ୍ରଥମ ଓ ଦ୍ବିତୀୟ ବର୍ଷର ଶିକ୍ଷାର୍ଥୀ ମାନେ ସହଯୋଗ କରିଥିଲେ।



