ଯାତ୍ରା ମାଲିକଙ୍କୁ ଡରେଇଲେ କେନ୍ଦ୍ରାପଡ଼ା ଜିଲ୍ଲାର ଯାତ୍ରା କମିଟି ସଘଂ….

ବାସ୍ତବବ୍ୟୁରୋ(କଟକ): ଗରାପୁର ଡାକ ବଙ୍ଗଳା ଠାରେ କେନ୍ଦ୍ରାପଡ଼ା ଜିଲ୍ଲା ଯାତ୍ରା କମିଟି ସଂଘ ର କାର୍ଯ୍ୟ କାରିଣୀ ବୈଠକ ଜିଲ୍ଲା ସଭାପତି ମିହିର ସାମଲ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଯାତ୍ରା ମାଲିକ ମାନଙ୍କର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁଁ ଦର୍ଶକ ମାନଙ୍କ ସଂଖ୍ୟା କମୁଛି,କମିଟି ଲକ୍ଷାଧିକ ଟଙ୍କା କ୍ଷତି ସହିବାକୁ ପଡୁଛି , ଦିନ ଆସିବ ଯାତ୍ରା କଳା ସଂସ୍କୃତି କୁ ବଞ୍ଚାଇ ରଖିବାକୁ କଷ୍ଟ କର ହୋଇ ପଡିବ। ଏବେ ଠାରୁ ପ୍ରତ୍ୟେକ କମିଟି ସଚେତନ ହେବା ଆବଶ୍ୟକ।

କମିଟି ର ଟିକେଟ ବିକ୍ରି କୁ ଦେଖି ପାର୍ଟି ବୁକିଂ କରିବାକୁ ବ୍ଳକ ସଭାପତି ଓ ସମ୍ପାଦକ ମାନଙ୍କୁ ଅନୁରୋଧ କରାଗଲା,ଖୁବ୍ ଶୀଘ୍ର ଜିଲ୍ଲାର ସମସ୍ତ୍ ଯାତ୍ରା କମିଟି କର୍ମକର୍ତ୍ତା ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ଜିଲ୍ଲା ସଭାପତି ପ୍ରକାଶ କରିଛନ୍ତି। ଆଜିର ବୈଠକରେ ଜିଲ୍ଲା ପରିଚାଳନା ପରିଷଦ ସଦସ୍ୟ ବସନ୍ତ କୁମାର ହାତୀ, ଅଭୟ କୁମାର ସ୍ଵାଇଁ,ଉପ ସଭାପତି ମହେଶ୍ଵର ସେଠୀ, ରାଜ ନଗର ବ୍ଳକ ସଭାପତି ବିଭୁତି ଭୂଷଣ ନାୟକ, ସମ୍ପାଦକ ଶରତ ଚନ୍ଦ୍ର ଦାସ, ରାଜ କନିକା ସମ୍ପାଦକ ଶରତ ଚନ୍ଦ୍ର ଦଳାଇ, ଆଳି ବ୍ଲକ ସମ୍ପାଦକ ବିରେନ୍ଦ୍ର କୁମାର ପଣ୍ଡା, ଅଳି ବ୍ଳକ କୋଷାଧ୍ଯକ୍ଷ ହେମନ୍ତ କୁମାର ନାୟକ ପଟ୍ଟାମୁଣ୍ଡାଇ ବ୍ଳକ ସମ୍ପାଦକ ମନୋଜ କୁମାର ନାୟକ, କେନ୍ଦ୍ରାପଡ଼ା ବ୍ଳକ ସମ୍ପାଦକ ଜିତେନ୍ଦ୍ର କୁମାର ଜେନା, ଡେରାବିଶ ବ୍ଲକ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ।

ସେୟାର କରନ୍ତୁ

Next Post

ଓ.ଏସ୍.ଏ.ପି ଷଷ୍ଠ ବାଟାଲିୟନ ପକ୍ଷରୁ ପାନୀୟ ଜଳ ବିତରଣ କେନ୍ଦ୍ର ଉଦଘାଟିତ...

Sat Apr 19 , 2025
ସଂଜୟ ଶତପଥୀ(କଟକ):ଚଳିତ ବର୍ଷ ଭିଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ‌ ରଖି ଓ.ଏସ୍.ଏ.ପି ଷଷ୍ଠ ବାଟାଲିୟନ ପକ୍ଷରୁ ଓଏମପି ସ୍ଥିତ ବାଟାଲିୟନ ତରଫରୁ ପାନୀୟ ଜଳ ବିତରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ବାଟାଲିୟନର ଦୁର୍ଗପତି ସୂର୍ଯ୍ୟନାରାୟଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଳ ବିତରଣ କେନ୍ଦ୍ରକୁ ଉଦଘାଟନ କରିଥିଲେ। ଉଦଘାଟନୀ ଉତ୍ସବରେ ଉପ ଦୁର୍ଗପତି ଅନୀଲ କୁମାର ପ୍ରଧାନ, ସହକାରୀ ଦୁର୍ଗପତି ମାନ୍ଧାତା ସାଇ,ସୁବାଷ ନାୟକ,ସୂର୍ଯ୍ୟକାନ୍ତ ଜେନା,ସୁରେଶ କିଷାନ ଇନିସପେକ୍ଟର […]

You May Like

Pin It on Pinterest