
ସଂଜୟ ଶତପଥୀ(କଟକ):ଚଳିତ ବର୍ଷ ଭିଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓ.ଏସ୍.ଏ.ପି ଷଷ୍ଠ ବାଟାଲିୟନ ପକ୍ଷରୁ ଓଏମପି ସ୍ଥିତ ବାଟାଲିୟନ ତରଫରୁ ପାନୀୟ ଜଳ ବିତରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ବାଟାଲିୟନର ଦୁର୍ଗପତି ସୂର୍ଯ୍ୟନାରାୟଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଳ ବିତରଣ କେନ୍ଦ୍ରକୁ ଉଦଘାଟନ କରିଥିଲେ।
ଉଦଘାଟନୀ ଉତ୍ସବରେ ଉପ ଦୁର୍ଗପତି ଅନୀଲ କୁମାର ପ୍ରଧାନ, ସହକାରୀ ଦୁର୍ଗପତି ମାନ୍ଧାତା ସାଇ,ସୁବାଷ ନାୟକ,ସୂର୍ଯ୍ୟକାନ୍ତ ଜେନା,ସୁରେଶ କିଷାନ ଇନିସପେକ୍ଟର ଅଭୟ ଚରଣ ବାହାଲିଆ, ଗୟାଧର ବେହେରା,ରାକେଶ ସ୍ଵାଇଁ,ସବ୍ ଇନିସପେକ୍ଟର ଅମୁଲ୍ୟ କୁମାର ଜେନା, ସଂଘର ସଭାପତି ଅଶୋକ କୁମାର ବେହେରା, ଉପସଭାପତି ପ୍ରବିର ଧଳ, ସମ୍ପାଦକ ବିମଳ ପାତ୍ର, କୋଷାଧ୍ୟକ୍ଷ ଅସୀମ ରଞ୍ଜନ ତରାଇ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଶାଖା ସଂଘର ସମସ୍ତ ସଦସ୍ୟ ଏବଂ ଦୁର୍ଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।