ବରଗଡ଼ ସବ ଜେଲରେ ଇସ୍କନ ପକ୍ଷରୁ ସଂସ୍କାର କାର୍ଯ୍ୟକ୍ରମ…

ବରଗଡ଼(ନବୀନ କୁମାର ଦାଶ): ଶନିବାର ଦିନ ସ୍ଥାନୀୟ ସବ ଜେଲରେ ଜେଲର ସଲମାନ୍ କୁଜୁର ଙ୍କ ଅଧ୍ୟକ୍ଷତାରେ ବରଗଡ ଇସ୍କନ୍ ତରଫରୁ ଅନ୍ତେବାସୀ ମାନଙ୍କ ନିମନ୍ତେ ଏକ ସଂସ୍କାର ମୂଳକ କାର୍ଯକ୍ରମ ଆୟୋଜିତ ହୋଇଯାଇଥିଲା।

ଏହି କାର୍ଯକ୍ରମ ରେ ଇସ୍କନ୍ ର ଅଧକ୍ଷ ପୂଜ୍ୟପାଦ ରସରାଜ ରାଧିକେଶ ଦାସ କୃଷ୍ଣ କଥା ପ୍ରବଚନ କରିଥିବା ବେଳେ ଶ୍ରୀ ଅଭିଜିତ କୃଷ୍ଣ ଦାସ ପରିଚାଳନା କରିଥିଲେ । ଏହା ସହିତ ପୂଜ୍ୟପାଦ ଭାଗୀରଥି ଚୈତନ୍ୟ ଦାସ ମୃଦଙ୍ଗ ବାଦନ କରିଥିଲେ। ଇସ୍କନ କେନ୍ଦ୍ରର ଅନ୍ୟତମ ମୁଖ୍ୟ ସଦସ୍ୟ ଯଥା ତନୁଜା ପାତ୍ର ଓ ପକଲା ସାହୁ ମାତା ଯୋଗ ଦେଇଥିଲେ।
ଏହିପରି କାର୍ଯ୍ୟକ୍ରମ ପ୍ରତ୍ୟେକ ଜେଲ୍ ରେ କରାଗଲେ ଅପରାଧୀକ ମାମଲା କମ୍ ହୋଇ ଲୋକେ ସଂସ୍କରୀ ହୋଇପାରିବେ ବୋଲି ଶ୍ରୀ କୁଜୁର ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ଶେଷରେ ସହକର୍ମୀ ସବ ଜେଲର ପଞ୍ଚାନନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ସେୟାର କରନ୍ତୁ

Next Post

ସନ୍ତୁଳିତ ରାଷ୍ଟ୍ରଗଠନ ପାଇଁ ୱାକଫ ବିଲରେ ସଂଶୋଧନ ଆବଶ୍ୟକତା ଥିଲା: ଦୁଶ୍ୟନ୍ତ ଗୌତମ

Sun Apr 20 , 2025
 ଏହି ବିଲ୍ ପାରିତ ହେବା ଫଳରେ ୱାକଫ ଅନ୍ତର୍ଗତ ଦୁରୁପଯୋଗ ହେଉଥିବା ସମ୍ପତିକୁ ରକ୍ଷା କରାଯାଇ ପାରିବ ସଂଶୋଧିତ ୱାକଫ ଅଧିନିୟମ ବଳରେ ମୁସଲମାନ ସଂପ୍ରଦାୟର ଗରୀବ ଓ ମହିଳାମାନେ ଲାଭାନ୍ୱିତ ହେବେ ମୁସଲିମ୍ ସମ୍ପ୍ରଦାୟର ବହୁ କ୍ଷତି ହେବ ବୋଲି କଂଗ୍ରେସ ଦଳର ଅପପ୍ରଚାର, ସଂପୂର୍ଣ୍ଣ ଅମୁଳକ ଓ ବିଭ୍ରାନ୍ତକାରୀ କେନ୍ଦ୍ରଠାରୁ ରାଜ୍ୟ ଏବଂ ମଣ୍ଡଳସ୍ତର ପର୍ଯ୍ୟନ୍ତ ଜନସଚେତନତା ସୃଷ୍ଟି କରାଯାଇ ସଂଶୋଧିତ ୱାକଫ୍ ବିଲ୍ ବିଷୟରେ […]

You May Like

Pin It on Pinterest