ମହନୀ ଉତ୍ସବ ରେ ଦୁଲକିଲା ବରଗଡ଼ ସହର…

ବରଗଡ଼୨୧/୪(ନବୀନ କୁମାର ଦାଶ): ବରଗଡ଼ ସାଂସ୍କୃତିକ ଅନୁଷ୍ଠାନ ମହନୀ ପକ୍ଷରୁ ସ୍ଥାନୀୟ ବିଜୁପଟ୍ଟନାୟକ ଟାଉନ ହଲ ଠାରେ ମହନୀ ଉତ୍ସବ ପାଳିତ ହୋଇ ଯାଇଛି ।

ଏଥିରେ ୪ ବର୍ଷ ରୁ ୭ ବର୍ଷ ସବଜୁନିଅର,୮ ବର୍ଷ ରୁ ୧୩ ବର୍ଷ ଜୁନିଅର ଏବଂ ୧୪ ବର୍ଷ ରୁ ଉର୍ଦ୍ଧ୍ବ ସିନିଅର ତିନୋଟି ବିଭାଗ ରେ ସମ୍ବଲ ପୁରୀ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ସଭାପତି ଶଙ୍କର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଚନ୍ଦ୍ର ଶେଖର ବାଗ,ପୈାର ପାଲିକା ଅଧ୍ୟକ୍ଷା କଲ୍ପନା ମାଝୀ,ସମାଜ ସେବୀ ସମୀର କୁମାର ସିଂ,ଓ ଗୈାମାୟା ପେଣ୍ଟର୍ସ ର ମେନେଜିଙ୍ଗ ଡାଇରେକ୍ଟର ଦୂର୍ଗା ପ୍ରିୟଦର୍ଶିନୀ ଯୋଗ ଦେଇ ଏହିଭଳି କାର୍ଯ୍ୟକ୍ରମ କରାଗଲେ କଳାର ସହର ବରଗଡ଼ ରେ ଆହୁରି ଅନେକ କଳାକାର ସୃଷ୍ଟି ହୋଇ ଶଙ୍କର ପଟ୍ଟନାୟକ ଙ୍କ ଭଳି ବରଗଡ଼ ର ମାନ ସମ୍ମାନକୁ ଆହୁରି ଉଚ୍ଚ କୁ ନେଇ ପାରିବେ ବୋଲି ମଞ୍ଚାସିନ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।

ଏହି ଅବସରରେ ଉତ୍କୃଷ୍ଟ କଳାକାର ଭାବେ ଶୁଗ୍ରିବର ବିଶି ଓ ଲକ୍ଷ୍ମୀ ଖମାରୀ ଙ୍କୁ ମାନପତ୍ର ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ମାନିତ କରାଯାଇ ଥିଲା।ରାମ ବିଶ୍ବାଳ ମଞ୍ଚ ପରିଚାଳନା କରିଥିବାବେଳେ ଡ.ଡୋଳାମଣୀ ଶତ ପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

ଅତିରିକ୍ତ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର...

Mon Apr 21 , 2025
ବରଗଡ଼୨୧/୪(ନବୀନ କୁମାର ଦାଶ): ବରଗଡ଼ ଜିଲ୍ଲା ବରପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶ୍ରୀମତୀ ସାହୁଙ୍କ ସମେତ ଜିଲ୍ଲାପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା,ବରଗଡ଼ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ,ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପଦାରବିନ୍ଦ ତ୍ରିପାଠୀ,ବରପାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନ୍ତ କୁମ୍ଭାର ଏବଂ ବ୍ଲକ ଅଧ୍ୟକ୍ଷା ରୀନା […]

You May Like

Pin It on Pinterest