
ଖଣ୍ଡପଡା ଗଡ/ଭାପୁର ତା-୦୫/୦୪/୨୦୨୦ରିଖ -ଖଣ୍ଡପଡା ଗଡର ମୂଖ୍ୟ ରାସ୍ତା ଓ ମୂଖ୍ୟ ସେତୁ ଦୁଇଟି କୁସୁମୀ ନଦୀ ଉପରେ ସ୍ଥିତ ।ସେଇ କୁସୁମୀ ବଡ଼ ସେତୁ ଓ ସାନ ସେତୁ ଦୁଇଟି ଯାକ ଆଜି ବିପଦରେ ।କାରଣ ସ୍ୱଳ୍ପ ବର୍ଷା ହେଲେ ମଧ୍ୟ ବର୍ଷା ଜଳ ସେତୁ ଉପରେ ଜମା ହୋଇ ପୋଖରୀ ପାଲଟି ଯାଉଛି, ଯାହାକି ଯାତାୟତ କରୁଥିବା ମହିଳା ମହାବିଦ୍ୟାଳୟ ଛାତ୍ରୀ ଓ ପଠାଣି ସାମନ୍ତ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ବାଟୋଇଙ୍କର ଦୁଃଖ ପାଲଟି ଚାଲିଛି ।

ବଡ଼ ଗାଡ଼ି ଯାତାୟାତ ବେଳେ ମଇଳା ପାଣି ଛିଟିକା ପଡ଼ି ହନ୍ତସନ୍ତ ହେଉଛନ୍ତି ।୫୦/୬୦ ବର୍ଷର ମଜଭୁତ ସେତୁ ପୁର୍ତ୍ତ ବିଭାଗର ରକ୍ଷଣା ବେକ୍ଷଣ ଅଭାବରୁ ନଷ୍ଟ ହୋଇ ଚାଲିଛି ।ଏଣୁ ସେତୁ ଉପରେ ପିଚୁ ବଜୁରି ଦୁଇ/ତିନି ଇଞ୍ଚ ପକାଗଲେ ଜମା ହେଉଥିବା ଜଳରାଶି ଉଭୟ ପାଖରେ ଥିବା ନଳାକୁ ଯାଇ ନିଷ୍କାସିତ ହୋଇପାରିବ ।ଆହୁରି ମଧ୍ୟ ସେତୁର ଆୟୁଷ ୫୦/୬୦ ବର୍ଷ ଵୃଦ୍ଧି ହେବା ସହିତ ମଜଭୁତ ରହି ସେବା ଯୋଗାଇ ପାରିବ । ଯଦି କାମ ନହୁଏ, ଖଣ୍ଡପଡା, ଭାପୁର ଓ ଭୁବନେଶ୍ୱର ଯାଉଥିବା ମୂଖ୍ୟ ରାସ୍ତା ବନ୍ଦ ହୋଇଯିବ ।ଏଣୁ ପୁର୍ତବିଭାଗ ତୁରନ୍ତ ପଦକ୍ଷେପ ନେବାପାଇଁ ସାଧାରଣ ରେ ଦାବି ହେଉଛି ।
