କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇ ଥିବା ଭାରତୀୟ ପର୍ଯ୍ୟଟନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଲା ନାଗରିକ ମଞ୍ଚ…

ବରଗଡ଼:-୨୩.୪(ନବୀନ କୁମାର ଦାଶ):କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା ଓ ପ୍ରାଣ ହରାଇ ଥିବା ୨୭ ଜଣ ଦିବଂଗତ ଆତ୍ମା ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଲା ବରଗଡ଼ ନାଗରିକ ମଞ୍ଚ । ବରଗଡ଼ ସରକାରୀ ବସ ଷ୍ଟାଣ୍ଡ ରେ କ୍ୟାଣ୍ଡେଲ ଜଳାଇ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ନାଗରିକ ମଞ୍ଚ ର ସଦସ୍ୟ ମାନେ।

ଏପରି କାପୁରୁଷ ଓ ଭୀରୁ କାର୍ଯ୍ୟ କୁ ନିନ୍ଦା କରିବା ସହ ଭାରତ ସରକାର ଆତଙ୍କୀ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସମସ୍ତେ ମତ ରଖି ଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଦସ୍ୟ ମାନଙ୍କ ମଧ୍ୟରେ ବିରେନ ପ୍ରଧାନ, ସଚ୍ଚି ପଣ୍ଡା,ସତ୍ୟ ମେହେର, ଶିବାନନ୍ଦ ମଟାରୀ,ଶୟନ ପଣ୍ଡା, ଟିଙ୍କୁ ନନ୍ଦ,ଅନିରୁଦ୍ଧ ନାୟକ,ପ୍ରଶାନ୍ତ କୁମାର ନାୟକ ,ପ୍ରମୋଦ ବେହେରା, ଲତିଫ ଖାନ, ମନୋହର ପ୍ରଧାନ, ସୁରଥ ସାହୁ,ଜିଭି ରାଓ,ସୁବାଷ ପ୍ରଧାନ, ସୁଧୀର ବରିହା, ଜୀବନ ଲାଲ ଚୌଧୁରୀ, ଲାଲା ଦୀପ, ସ୍ୱାଧୀନ ପାତ୍ର ଉପସ୍ଥିତ ଥିଲେ।

ସେୟାର କରନ୍ତୁ

Next Post

ମଇ ୧୪ ତାରିଖରୁ ୧୮୮ଗୋଟି ମଣ୍ଡିରେ ଧାନକିଣା ଆରମ୍ଭ ରବି ଧାନ ସଂଗ୍ରହ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ...

Thu Apr 24 , 2025
ବରଗଡ଼:-୨୪/୦୪(ନବୀନ କୁମାର ଦାଶ): ବରଗଡ଼ ଜିଲ୍ଲାରୁ ଆଗାମୀ ରବି ଧାନ କିଣା ଆରମ୍ଭ କରିବା ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଚାଷୀଙ୍କ ସୁବିଧାକୁ ଗୁରୁତ୍ଵ ଦେଇ ସମସ୍ତ ଧାନ ସଂଗ୍ରହ କେନ୍ଦ୍ର ଏବଂ ମଣ୍ଡିରେ ଡିଜିଟାଲ ଆର୍ଦ୍ରତା ମିଟର, ତାରପୋଲିନ, ୱେବ୍ରିଜ,ବିଶ୍ଳେଷଣ କିଟ୍ ଆଦି ଯୋଗାଇବା ସହିତ ପ୍ରତୀକ୍ଷା କକ୍ଷ, ଛାଇ, ପାନୀୟଜଳ,ଲାଇଟ,ପାଇଖାନା, ସିସିଟିଭି ଏବଂ […]

You May Like

Pin It on Pinterest