ମଇ ୧୪ ତାରିଖରୁ ୧୮୮ଗୋଟି ମଣ୍ଡିରେ ଧାନକିଣା ଆରମ୍ଭ ରବି ଧାନ ସଂଗ୍ରହ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ…

ବରଗଡ଼:-୨୪/୦୪(ନବୀନ କୁମାର ଦାଶ): ବରଗଡ଼ ଜିଲ୍ଲାରୁ ଆଗାମୀ ରବି ଧାନ କିଣା ଆରମ୍ଭ କରିବା ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ ଅନୁଷ୍ଠିତ ହୋଇଛି।

ବୈଠକରେ ଚାଷୀଙ୍କ ସୁବିଧାକୁ ଗୁରୁତ୍ଵ ଦେଇ ସମସ୍ତ ଧାନ ସଂଗ୍ରହ କେନ୍ଦ୍ର ଏବଂ ମଣ୍ଡିରେ ଡିଜିଟାଲ ଆର୍ଦ୍ରତା ମିଟର, ତାରପୋଲିନ, ୱେବ୍ରିଜ,ବିଶ୍ଳେଷଣ କିଟ୍ ଆଦି ଯୋଗାଇବା ସହିତ ପ୍ରତୀକ୍ଷା କକ୍ଷ, ଛାଇ, ପାନୀୟଜଳ,ଲାଇଟ,ପାଇଖାନା, ସିସିଟିଭି ଏବଂ ମୂଲ୍ୟ ପ୍ରଦର୍ଶନ ବୋର୍ଡ ଆଦି ସୁବିଧା ଉପଲବ୍ଧ କରିବା କରିବା ସହ କାଳବଜାରୀ ରୋକିବା ନିମନ୍ତେ ଜିଲ୍ଲା,ଉପଖଣ୍ଡ ଏବଂ ସମସ୍ତ ମଣ୍ଡି କଣ୍ଟ୍ରୋଲ ରୁମ୍ରୁ ଟୋଲ ଫ୍ରି ନମ୍ବରରେ ଆସୁଥିବା ସମସ୍ତ ଅଭିଯୋଗକୁ ଲିପିବଦ୍ଧ କରି ସେଗୁଡିକର ତୁରନ୍ତ ସମାଧାନ କରିବାକୁ ପଦକ୍ଷେପ ନେବା ସହ ମଣ୍ଡିର ସିସି ଟିଭି ଲାଇଭ ଫୁଟେଜକୁ ୨୪ ଘଣ୍ଟା ତଦାରଖ କରିବା ପାଇଁ ଆଲୋଚନା କରାଯାଇଛି।

ଏତଦବ୍ୟତୀତ ପ୍ରତ୍ୟକ ଆରଏମସି ଦ୍ୱାରା ଡ଼ାକବାଜି ଯନ୍ତ୍ର ଯୋଗେ ଧାନର ଏଫଏକ୍ୟୁ ମାନ ଏବଂ ଇନପୁଟ ସବସିଡ଼ି ବିଷୟରେ ଚାଷିକୁ ସଚେତନ କରିଵା ସହ ଧାନ ସଂଗ୍ରହ କାର୍ଯ୍ୟକୁ ସଫଳ କରାଇବା ପାଇଁ ପ୍ରତିଟି ଆର୍ ଏମ ସିର ଅଧ୍ୟକ୍ଷ ମାନଙ୍କୁ ଗାଆଁ ଗାଆଁ ବୁଲି ଚାଷୀ ମାନଙ୍କ ସହିତ ଉତ୍ତମ ଯୋଗା ଯୋଗ ରଖିବାକୁ ନିଷ୍ପତି ନେଇ ମଣ୍ଡିକୁ ଧାନ ଆସିବାର ଯଥା ସମୟ ପୂର୍ବରୁ ଚାଷୀ ମାନଙ୍କୁ ଟୋକେନ୍ ଦେବା ବ୍ୟବସ୍ଥା କରିବା,କଳାବଜାରୀ କିମ୍ବା ଆବଶ୍ୟକୀୟ ଧାନ ପଡୋଶୀ ଜିଲ୍ଲାକୁ ସ୍ଥାନାନ୍ତରଣ ଭଳି ବେଆଇନ କାର୍ଯ୍ୟ ଗୁଡିକୁ ରୋକିବା ପାଇଁ ଜିଲ୍ଲାର ସମସ୍ତ ସୀମାରେଖାରେ ପୋଲିସ୍ ମୁତୟନ କରିବା ସହିତ କଡାକଡି ଯାଞ୍ଚ୍ କରିବା ପାଇଁ ଗୁରୁତ୍ଵ ଦେଇ କାର୍ଯ୍ୟ କରିବାକୁ ଜିଲ୍ଲା ପାଳ ନିର୍ଦ୍ଦେଶ ଦେଇଛନ୍ତି।ସୂଚନା ଯୋଗ୍ୟକି, ଆଗାମୀ ମଇ ୧୪ ତାରିଖରୁ ଜିଲ୍ଲାର ୧୬୪ଗୋଟି ଧାନ କ୍ରୟ ସ୍ଥାନର ସମୁଦାୟ ୧୮୮ଗୋଟି ମଣ୍ଡି/ଧାନ କ୍ରୟ କେନ୍ଦ୍ରରେ ସକାଳ ୦୬ ଘଟିକାରୁ ୧୧. ୦୦ ଘଟିକା ପର୍ଯ୍ୟନ୍ତ ଉକ୍ତ ବର୍ଷର ରବି ଧାନ କିଣା ହେବ। ଚାଷୀଙ୍କୁ ନିଜ ଧାନ ବିକ୍ରି କରିବା ପାଇଁ ମିଲର୍ସଙ୍କ ତରଫରୁ ପଞ୍ଜିକୃତ ଚାଷୀ ଅନୁଯାଇ ପ୍ରତ୍ୟେକ ମଣ୍ଡିରେ ଜୁଟ ବ୍ୟାଗ ଯୋଗାଇ ଦିଆଯିବ।

ଏହି ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ୯୨୫୭୧ ଜଣ ଚାଷୀ ଧାନ ବିକ୍ରି ପାଇଁ ନିଜ ନାମ ପଞ୍ଜିକରଣ କରିଛନ୍ତି।ବୈଠକ ରେ ମାନ୍ୟବର ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ସମେତ ମାନ୍ୟବର ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ,ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ,ପଦମପୁର ବିଧାୟିକା ବର୍ଷା ସିଂ ବରିହା ଏବଂ ଜିଲ୍ଲାପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଉପସ୍ଥିତ ରହି ଜିଲ୍ଲାରେ ସୁଚାରୁ ଭାବେ ଧାନ କ୍ରୟ କରିବା ପାଇଁ ନିଜ ମତାମତ ଦେଇଥିବା ବେଳେ ଜିଲ୍ଲାପାଳ ଆଦିତ୍ୟ ଗୋୟାଲ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ,ପଦମପୁର ଅତିରିକ୍ତ ଜିଲ୍ଲାପାଳ କୃଣାଳ ମୋତିରାମ ଚୌହାନ,ଉପଜିଲ୍ଲାପାଳ ବରଗଡ ପ୍ରସନ୍ନ କୁମାର ପାଣ୍ଡେ,ପଦମପୁର ଉପଜିଲ୍ଲାପାଳ ଅରଗୁଳା ସ୍ନେହା,ଆରଏମସି କର୍ମ କର୍ତ୍ତା,ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀ ଉପସ୍ଥିତ ରହି ଧାନ ସଂଗ୍ରହ ପାଇଁ ଜିଲ୍ଲାର ପୂର୍ବ ପ୍ରସ୍ତୁତି ଉପସ୍ଥାପନ କରିଥିଲେ।

ସେୟାର କରନ୍ତୁ

Next Post

ବରଗଡ ଜିଲ୍ଲାରେ ଟାଟା ପାୱାର ମନଇଛା ଲାଇନ କାଟୁଛି-ଆପ୍

Thu Apr 24 , 2025
ବରଗଡ଼:-୨୪/୦୪(ନବୀନ କୁମାର ଦାଶ):ବର୍ତମାନ ସମୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜୀବନ ଯାତ୍ରା ବ୍ୟାହତ ହୋଇଥିବା ବେଳେ ବିଜୁଳି ଭଳି ଅତ୍ୟାବଶ୍ୟକ ସେବା ବ୍ୟାହତ ହେଉ ଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି। ବରଗଡ ଜିଲ୍ଲାରେ ଟାଟା ପାୱାର ମେନଣ୍ଟେନେନ୍ସ ନାଁ ରେ ବାରମ୍ବାର ଅଘୋଷିତ ବିଜୁଳି କାଟ କରୁଥିବା ଏକ ନିତିଦିନିଆ ବ୍ୟାପାର ପାଲଟି ଯାଇଛି ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ ଅଭିଯୋଗ କରିଛନ୍ତି।ଟାଟା ପାୱାର […]

You May Like

Pin It on Pinterest