
ବରଗଡ଼:-୨୪/୦୪(ନବୀନ କୁମାର ଦାଶ):ବର୍ତମାନ ସମୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜୀବନ ଯାତ୍ରା ବ୍ୟାହତ ହୋଇଥିବା ବେଳେ ବିଜୁଳି ଭଳି ଅତ୍ୟାବଶ୍ୟକ ସେବା ବ୍ୟାହତ ହେଉ ଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି।
ବରଗଡ ଜିଲ୍ଲାରେ ଟାଟା ପାୱାର ମେନଣ୍ଟେନେନ୍ସ ନାଁ ରେ ବାରମ୍ବାର ଅଘୋଷିତ ବିଜୁଳି କାଟ କରୁଥିବା ଏକ ନିତିଦିନିଆ ବ୍ୟାପାର ପାଲଟି ଯାଇଛି ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ ଅଭିଯୋଗ କରିଛନ୍ତି।ଟାଟା ପାୱାର ମନଇଛା ଲାଇନ କାଟୁଛି ହେଲେ କେହି କହିବାକୁ ନାହାନ୍ତି ବୋଲି ସମ୍ପାଦକ ସ୍ୱରୂପ ଭୋଇ କହିଛନ୍ତି।ଘଣ୍ଟା ଘଣ୍ଟା ଧରି ପାୱାର କଟ ହେଉଛି କାହିଁକି ଟାଟା ପାୱାର ଉପରେ ଜବାବ କାହିଁ ଲାଗୁ କରାଯାଉନି ଓ କେବଳ ଅନୁକମ୍ପା ଦେଖାଯାଉଛି ବୋଲି ମହିଳା ନେତ୍ରୀ ମାରିୟମ ବାର୍ଲା କହିଛନ୍ତି ସେହିପରି ଜିଲ୍ଲା ସ୍ତରୀୟ “ଦିଶା” ମିଟିଂରେ ମାନ୍ୟବର ସାଂସଦ,ବିଧାୟକଙ୍କ ଉପସ୍ଥିତିରେ ଲାଇନ କଟି ଯିବା ଦୁର୍ଭାଗ୍ୟ ର କଥା ଓ ଟାଟା ପାୱାର ଉପରେ କେହି ଅଙ୍କୁଶ ଲଗାଇ ପାରୁ ନଥିବା ଶ୍ରୀ ସାହୁ କହିଛନ୍ତି ତେଣୁ ଏହି ଅଘୋଷିତ ପାୱାର କଟ୍ କୁ ବନ୍ଦ କରି ୨୪ ଘଣ୍ଟା ଅନବରତ ବିଦ୍ୟୁତ ସପ୍ଲାଇ ଜାରି ରଖିବାକୁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ଦେଇଛି ଆପ୍।
ଆଗକୁ ଟାଟା ପାୱାର ଉପରେ ପ୍ରଶାସନ ଅଙ୍କୁଶ ନଲଗେଇଲେ ବିରାଟ ଜନ ଆନ୍ଦୋଳନ କରିବାକୁ ଜନସାଧାରଣ ବାଧ୍ୟ ହେବେ ଓ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଶ୍ରୀ ସାହୁ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅସିତ ସାହୁ,ଏମ ଏ ସଲାଉଦ୍ଦିନ,ଜାଭେଦ ଖାନ ଉପସ୍ଥିତ ଥିଲେ।ସୂଚନା ଯୋଗ୍ୟ ଯେ ନିର୍ବାଚନ ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୩୦୦ ୟୁନିଟ ଫ୍ରି ବିଜୁଳି ଦିଆଯିବ ବୋଲି ବୁଲି ବୁଲି ପ୍ରଚାର କରିଥିଲେ କିନ୍ତୁ ନୂଆ ସରକାର ଗଠନ ହେବାର ଦଶମାସ ପରେ ଦେଇଥିବା ପ୍ରତିଶୃତି କୁ ଭୁଲି ଯାଇଛନ୍ତି ଅନ୍ୟପଟେ ଆମ୍ ଆଦମୀ ପାର୍ଟି ପଞ୍ଜାବ ରେ ୩୦୦ ୟୁନିଟ ପ୍ରତ୍ୟେକ ପରିବାର କୁ ଫ୍ରି ବିଜୁଳି ଦେଇଆସୁଛି ଓ ଗତ ୧୦ ବର୍ଷ ରେ ଦିଲ୍ଲୀ ଭଳି ରାଜ୍ୟରେ ଲୋକଙ୍କୁ ୨୪ ଘଣ୍ଟା ବିଜୁଳି ଓ ୨୦୦ ୟୁନିଟ ଫ୍ରି ବିଜୁଳି ଦେଇଆସୁଛି ତେଣୁ ଓଡ଼ିଆ ଭଳି ବଳକା ରାଜ୍ୟରେ କାହିଁକି ଡବଲ ଇଂଜିନ ସରକାର ବିଜୁଳି ଠିକ ରେ ଦେବାରେ ବିଫଳ ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି।
ସେହିପରି ଅତାବିରା ଅଞ୍ଚଳରେ ମଧ୍ୟ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଯାହା ସେକ୍ସନ -୧ ଅତାବିରା ଜେ ଇ ଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ ସ୍ୱରୂପ ପ୍ରାୟତଃ ମୁଁ ରାଉରକେଲା ରେ ଅଛି ବୋଲି କହିଆସୁ ଥିବାବେଳେ କେତେବେଳେ ମେଣ୍ଟେନେନ୍ସ ତ ଆଉ କେତେବେଳେ ୩୩ ଥାର୍ତି ଥ୍ରୀ କହି ବିଦ୍ୟୁତ୍ ସରୋବରାହ ଲୋକଙ୍କୁ ଭୁଆଁ ବୁଲାଉଥିବା ଅଞ୍ଚଳରେ ବେଶ୍ ନଜିର ରହିଛି