ଜାତୀୟ ଉଦ୍ୟାନର ମାନ୍ୟତା ପାଇଲା ଶିମିଳିପାଳ

ବାସ୍ତବ ବ୍ୟୁରୋ: ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନର ମାନ୍ୟତା । ୨୭୫୦ ବର୍ଗ କିଲୋମିଟର ଅଞ୍ଚଳ ମଧ୍ୟରୁ ମାତ୍ର ୮୪୫.୭୦ ବର୍ଗ କିଲୋମିଟର ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭାବରେ ଘୋଷଣା କରାଗଲା । ଏହା ଶିମିଳିପାଳର ପଳପଳା ନଦୀର ଉତ୍ତର ଅବବାହିକାରୁ ଆରମ୍ଭ ହୋଇ ଦକ୍ଷିଣକୁ କାଲିପାହାଡ ପାହାଡ଼ ପର୍ଯ୍ୟନ୍ତ, ଉତ୍ତରପୂର୍ବ ସୀମା ସୀତକୁଣ୍ଡ ଠାରୁ ସୁନପୋଖରୀ ପାହାଡ଼ ଯାଏଁ ପରିବ୍ୟାପ୍ତ ରହିବ । 

ସେହିପରି ଦକ୍ଷିଣ ପଶ୍ଚିମ ସୀମା ଭାବରେ ଗୁରୁସଦର ପାହାଡ଼ ଠାରୁ ମୁରାରୀ ପର୍ବତ ଯାଏଁ ଚିହ୍ନିତ ହୋଇଛି । ସେହିଠାରୁ ପୁଣି ପଶ୍ଚିମକୁ ବେଲପାଣି ନାଳ ଠାରୁ ଧୁଣ୍ଡୁବସା ଜଳପ୍ରପାତ ପର୍ଯ୍ୟନ୍ତ ରହିଛି । ସେହିପରି ଜାତୀୟ ଉଦ୍ୟାନର ପରିସୀମା ଭିତରେ ସଂଜନାଳ, ଦଲକି ନଦୀ, ଦେବକୁଣ୍ଡ, ବୁଢ଼ାବୁଢ଼ୀ ପାହାଡ଼ର ଅଞ୍ଚଳ ଦେଇ ଦକ୍ଷିଣପୂର୍ବ ସୀମା ରହିଛି । ଦକ୍ଷିଣକୁ ଟାଙ୍ଗି ପାହାଡ଼, ବନିଆପଡ଼ା ନଦୀ ଦେଇ ପଶ୍ଚିମକୁ ମଙ୍କଡିଆ ପାହାଡ଼ ଦେଇ ନଛିପୁର ଓ ଭଞ୍ଜବସା ସହିତ ସଂଯୋଗ ହୋଇଛି ।

ଏହା ରାଜ୍ୟର ଦ୍ବିତୀୟ ଜାତୀୟ ଉଦ୍ୟାନ ହୋଇଥିବା ବେଳେ ଦେଶର ୧୦୭ତମ ସ୍ଥାନରେ ରହିଛି ।

ସେୟାର କରନ୍ତୁ

Next Post

ବଢ଼ିଲାପୋଲିସ କର୍ମଚାରୀଙ୍କ ଭତ୍ତା...

Fri Apr 25 , 2025
କନଷ୍ଟେବଲଙ୍କ ଠାରୁ ଇନ୍ସପେକ୍ଟର ଯାଏଁ ପୋଷାକ ଭତ୍ତା ଦୁଇ ଗୁଣ ବୃଦ୍ଧି ।ଇନ୍ସପେକ୍ଟରଙ୍କ ପୋଷାକ ଭତ୍ତା ୪୩୦୦ରୁ ୮୬୦୦ ଟଙ୍କାକୁ ବଢ଼ିଲା।SI, ASIଙ୍କ ପୋଷାକ ଭତ୍ତା ୪୨୦୦ରୁ ୮୪୦୦ ଟଙ୍କା ହେଲା ।ହାବିଲଦାର, କନଷ୍ଟେବଲ ଓ ସିପାହୀଙ୍କ ୫ ହଜାରରୁ ୧୦ ହଜାରକୁ ବୃଦ୍ଧି।ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସର ଏକ୍ସ ଆର୍ମି କର୍ମଚାରୀଙ୍କ ୧୧୮୦୦କୁ ବୃଦ୍ଧି।କନଷ୍ଟେବଲ, ସିପାହୀଙ୍କ ବାର୍ଷିକ ପ୍ରୋତ୍ସାହନ ରାଶି ୨୫ ହଜାରକୁ ବୃଦ୍ଧି।ହାବିଲଦାରଙ୍କ ପ୍ରୋତ୍ସାହନ ରାଶି ୩୦ ହଜାର […]

You May Like

Pin It on Pinterest