୨୯ ଯାଏ ଜାଳିବ ତାତି…..

ବାସ୍ତବ ବ୍ୟୁରୋ : ତତଲା କଡେଇରେ ଭାଜି ହେଉଛି ଓଡ଼ିଶା । ଆହୁରି ୫ ଦିନ ଯାଏ ଏମିତି ଜଳିବ ସାରା ଓଡ଼ିଶା । ମଝିରେ ମଝିରେ କାଳବୈଶାଖୀ ଆଶ୍ବସ୍ତି ଆଣିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।  ଆସନ୍ତା ୨୪ ଘଣ୍ଟା ପାଇଁ  ଝାରସୁଗୁଡା, ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗୀର ୪ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି  ପାଣିପାଗ ବିଭାଗ। 

ସୋନପୁର, ବରଗଡ଼, ସୁନ୍ଦରଗଡ ଓ ଅନୁଗୁଳ ପାଇଁ  ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ଉଷ୍ମ ରାତି ପାଇଁ ସମ୍ବଲପୁର ଓ ବଲାଙ୍ଗୀର ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଉଭୟ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ୧୧ ଜିଲ୍ଲା- ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା,ଯାଜପୁର, କଟକ, ଜଗସିଂହପୁର, ପୁରୀ ଖୋର୍ଦ୍ଧା, ନୟାଗଡ,ଗଞ୍ଜାମ ଓ ଗଜପତିକୁ ଦିଆଯାଇଛି ୟେଲୋ ଆଲର୍ଟ । ସେହିପରି ଶନିବାର ପ୍ରବଳ ତାତି ନେଇ ଝାରସୁଗୁଡା, ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗୀର ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । 

ଶନିବାର ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ବେଳେ ମାଲକାନଗିରି ,ଗଞ୍ଜାମ, କୋରାପୁଟ ମୟୂରଭଞ୍ଜରେ ବିଜୁଳି ଘଡଘଡି ବର୍ଷା ସହ ୩୦ରୁ ୪୦ କିମିର ଝଡ ପବନ ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ  ଜାରି କରାଯାଇଛି । ୨୯ ଯାଏ ପ୍ରବଳ ତାତି ସହ କାଳବୈଶାଖୀ ବର୍ଷା ବି ଜାରି ରହିବ । 

ସେୟାର କରନ୍ତୁ

Next Post

ଯୁଦ୍ଧକୁ ନେଇ ସମସ୍ତ ଗଣମାଧ୍ୟମ ଚ୍ୟାନେଲ ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ଜାରି.....

Sat Apr 26 , 2025
ବାସ୍ତବ ବ୍ୟୁରୋ: ପହଲଗାମ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନାକୁ ଦୃଷ୍ଟିରେ ରଖି, କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସମସ୍ତ ଗଣମାଧ୍ୟମ ଚ୍ୟାନେଲ ପାଇଁ ଏକ ପରାମର୍ଶ ଜାରି କରିଛି। ଜାତୀୟ ସୁରକ୍ଷାକୁ ଧ୍ୟାନରେ ରଖି ଏହି ପରାମର୍ଶଦାତା ଜାରି କରାଯାଇଛି। ଏହି ଯୁଦ୍ଧ ସମୟର ଭିଡିଓ କିଭଳି ପ୍ରସାରଣ କରାଯିବ ଓ ତାହା ଉପରେ କ’ଣ କଟକଣା ଲଗାଯାଇଛି ସେନେଇ ସୂଚନା ଓ […]

You May Like

Pin It on Pinterest