ଓଡ଼ିଶା ଉପକୂଳରେ ୨ ମେ’ ପର୍ଯ୍ୟ ପ୍ରବଳ ବର୍ଷା ସମ୍ଭାବନା 

ବାସ୍ତବ ବ୍ୟୁରୋ: ଓଡ଼ିଶା ଉପକୂଳରେ ୨ ମେ’ ପର୍ଯ୍ୟ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ତତଲା କଡେଇରେ ଓଡିଶା ଭାଜି ହେଉଥିବା ବେଳେ  ଏହା ଦ୍ବାରା ତାତିରୁ ସାମୟିକ ନିସ୍ତାର ମିଳିବ ବୋଲି ପୂର୍ବାନୁମାନ କରାଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ ମେ’୨ ପର୍ଯ୍ୟନ୍ତ ଘଡ଼ଘଡ଼ି ସହିତ ବର୍ଷା ଏବଂ ପବନ ବହିବା ପାଇଁ ୟୋଲୋ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ ୫ ଦିନ ମଧ୍ୟରେ ସାରା ରାଜ୍ୟରେ ଦିନର ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ଏବଂ ପରବର୍ତ୍ତୀ ୨ ଦିନରେ ତାପମାତ୍ରା ୨-୪ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇବ ବୋଲି କୁହାଯାଇଛି।

ଆଜି ଉତ୍ତର ଓଡ଼ିଶା ଉପକୂଳରେ ଏବଂ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳ ଅଞ୍ଚଳରେ ୪୫ ରୁ ୫୦ କିଲୋମିଟର ବେଗରେ ପବନ ବହିବ। ଝଡ଼ତୋଫାନ ସହ ପାଗ ଖରାପ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀମାନଙ୍କୁ ଉତ୍ତର ଓଡ଼ିଶା ଉପକୂଳ ଏବଂ ଏହାର ବାହାରେ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି।

ଏହା ସହିତ ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ପାଗ ଉପରେ ନଜର ରଖିବାକୁ ଏବଂ ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି। ପନିପରିବା ଏବଂ ଫସଲକୁ କୁଆପଥର ମାଡ଼ରୁ ରକ୍ଷା କରିବା ପାଇଁ ଚାଷୀମାନଙ୍କୁ କୁଆପଥର ବର୍ଷାରୁ ଫସଲକୁ ସୁରକ୍ଷିତ ରଖିବା ପାଇଁ ନେଟ୍ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।

ସେୟାର କରନ୍ତୁ

Next Post

ଆତଙ୍କବାଦୀ ଆକ୍ରମଣ ରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ଶୋକସଭା...

Mon Apr 28 , 2025
ବରଗଡ଼୨୮.୦୪.୨୦୨୫(ନବୀନ କୁମାର ଦାଶ):ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ଠାରେ ଗତକାଲି ସତ୍ୟ ନାରାୟଣ ପଣ୍ଡା ଙ୍କ ସଭାପତିତ୍ବରେ ବରଗଡ଼ ର ସର୍ବ ପୁରାତନ ବିଦ୍ୟାଳୟ ଜର୍ଜ ହାଇସ୍କୁଲ ୭୫ ବ୍ୟାଚ ବନ୍ଧୁ ମାନଙ୍କ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଅଛି। ଗତ ୨୨ ଏପ୍ରିଲ ଦିନ ଜାମ୍ମୁକାଶ୍ମୀର ପହଲଗାମ ର ବୈସରନ ଘାଟିରେ ଆତଙ୍କବାଦୀ ଙ୍କ ବର୍ବରୋଚିତ ହତ୍ୟାକାଣ୍ଡ ଯୋଗୁଁ ଅଠେଇସ ଜଣ ନିରିହ ଭାରତୀୟ ଙ୍କ […]

You May Like

Pin It on Pinterest