ବରଗଡ଼ ପୁରୁଣା ହସ୍ପିଟାଲର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲା ବରଗଡ଼ ନାଗରିକ ମଞ୍ଚ…

ବରଗଡ଼୨୮.୦୪.୨୦୨୫(ନବୀନ କୁମାର ଦାଶ):ବରଗଡ଼ ସହର ମଧ୍ୟରେ ଥିବା ପୁରୁଣା ହସ୍ପିଟାଲ ତଥା ସିଏଚସି ରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇ ପଡିଥିବାରୁ ଏହାର ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛି ବରଗଡ଼ ନାଗରିକ ମଞ୍ଚ।

ଏହି ହସ୍ପିଟାଲ ରେ ସେଲାଇନ ଷ୍ଟାଣ୍ଡ ନଥିବା ରୁ ରୋଗୀଙ୍କ ସମ୍ପର୍କୀୟଙ୍କୁ ଘଣ୍ଟା ଘଣ୍ଟା ସେଲାଇନ ହାତରେ ଧରି ଛିଡା ହେବାକୁ ପଡୁଛି ସେହିପରି ଭୀଷଣ ଗରମ ସମୟ ରେ ରୋଗୀଙ୍କ ପାଇଁ ବେଡ଼ ର ସୁବିଧା ନଥିବାରୁ ତଳେ ବାରଣ୍ଡା ରେ ରୋଗୀ ମାନେ ପଡ଼ି ରହୁଛନ୍ତି, ବରଗଡ଼ ର ଏହି ହସ୍ପିଟାଲ କୁ ପ୍ରତ୍ୟେକ ଦିନ ଶହ ଶହ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି କିନ୍ତୁ ସ୍ୱାସ୍ଥ୍ୟ ସେବା ଠିକ ସେ ମିଳୁନଥିବା କାରଣରୁ ଖେଦାପାଲି ସ୍ଥିତ ମୁଖ୍ୟ ଚିକିତ୍ସାଳୟ କୁ ରେଫର କରି ଦିଆ ଯାଉଛି।ଯେଉଁ ଠାରେ ସ୍ୱାସ୍ଥ୍ୟ ସେବା ଆହୁରି ବିପର୍ଯ୍ୟସ୍ତ ସେଠାରୁ ପୁଣି ବୁର୍ଲା କୁ ରେଫର କରାଯାଉ ଥିବା ଅଭିଯୋଗ ହୋଇଛି ତେଣୁ ଏପରି ସ୍ଥିତି ରେ ରୋଗୀ ଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ଗୋଟିଏ ସରକାରଙ୍କ ପ୍ରାଥମିକ ଦାଇତ୍ୱ ତେଣୁ ଏହି ସିଏଚସି କୁ ପରିଦର୍ଶନ କରି ଯାହା ସବୁ ସମସ୍ୟା ରହିଛି ସମାଧାନ କରିବା ସହ ଅପରେସନ ଥିଏଟର (ଓଟି ) କୁ କାର୍ଯ୍ୟକ୍ଷମ କରିବା ସହ ମୋଟ ୨୧ ଟି ଡାକ୍ତର ପଦବୀ କୁ ପୂରଣ କରାଯାଉ ।

ଏବେ ୫ ଟି ଡାକ୍ତର ରେ କାମ ଚାଲୁଛି ତାହା ସହ ନର୍ସ ଓ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି କରିବା ସହ ସମସ୍ତ ଔଷଧ ଓ ପରୀକ୍ଷା ଓ ଟେଷ୍ଟ କୁ ନିଶ୍ଚିତ କରିବା କୁ ନାଗରିକ ମଞ୍ଚ ଦାବୀ ଜଣାଇଛି।ଏହି ସମୟରେରେ ଶିବାନନ୍ଦ ମଟାରୀ,ମହେନ୍ଦ୍ର ପୁରୋହିତ,ପ୍ରଶାନ୍ତ କୁମାର ନାୟକ,ସୁଶାନ୍ତ ସାହୁ,ଲତିଫ ଖାନ,ରାଜେନ୍ଦ୍ର ସିକନ୍ଦର,ଗଙ୍ଗା ପୂଜାରୀ, ବିମଲ କୁମାର ଶିକା,ସାରଥୀ ମେହେର, ସୁଶାନ୍ତ ପାଢ଼ୀ,ବିକାଶ ଅଗ୍ରୱାଲ,ସୁରେଶୁ ନିକାଣ୍ଟି,ଭବାନୀ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସେୟାର କରନ୍ତୁ

Next Post

ଓଡ଼ିଶା ଉପକୂଳରେ ୨ ମେ’ ପର୍ଯ୍ୟ ପ୍ରବଳ ବର୍ଷା ସମ୍ଭାବନା 

Mon Apr 28 , 2025
ବାସ୍ତବ ବ୍ୟୁରୋ: ଓଡ଼ିଶା ଉପକୂଳରେ ୨ ମେ’ ପର୍ଯ୍ୟ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ତତଲା କଡେଇରେ ଓଡିଶା ଭାଜି ହେଉଥିବା ବେଳେ  ଏହା ଦ୍ବାରା ତାତିରୁ ସାମୟିକ ନିସ୍ତାର ମିଳିବ ବୋଲି ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ମେ’୨ ପର୍ଯ୍ୟନ୍ତ ଘଡ଼ଘଡ଼ି ସହିତ ବର୍ଷା ଏବଂ ପବନ ବହିବା ପାଇଁ ୟୋଲୋ ଏବଂ […]

You May Like

Pin It on Pinterest