
ବରଗଡ଼୨୮.୦୪.୨୦୨୫(ନବୀନ କୁମାର ଦାଶ):ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ଠାରେ ଗତକାଲି ସତ୍ୟ ନାରାୟଣ ପଣ୍ଡା ଙ୍କ ସଭାପତିତ୍ବରେ ବରଗଡ଼ ର ସର୍ବ ପୁରାତନ ବିଦ୍ୟାଳୟ ଜର୍ଜ ହାଇସ୍କୁଲ ୭୫ ବ୍ୟାଚ ବନ୍ଧୁ ମାନଙ୍କ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଅଛି।
ଗତ ୨୨ ଏପ୍ରିଲ ଦିନ ଜାମ୍ମୁକାଶ୍ମୀର ପହଲଗାମ ର ବୈସରନ ଘାଟିରେ ଆତଙ୍କବାଦୀ ଙ୍କ ବର୍ବରୋଚିତ ହତ୍ୟାକାଣ୍ଡ ଯୋଗୁଁ ଅଠେଇସ ଜଣ ନିରିହ ଭାରତୀୟ ଙ୍କ ନିର୍ଦୋଷରେ ପ୍ରାଣହାନି ଘଟିଥିବା ଯୋଗୁଁ ସେମାନଙ୍କ ଆତ୍ମାର ଶଦଗତ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା ଏବଂ ଆତଙ୍କ ବାଦୀ ଙ୍କୁ ସମୂଳେ ଧ୍ବଂସ କରିବା ପାଇଁ ଭାରତ ସରକାର ଙ୍କୁ ଅନୁରୋଧ କରାଯାଇଥିଲା।ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସର୍ଵଶ୍ରୀ ନିର୍ମଳ କିଶୋର କର,ଦେବୀ ପଟ୍ଟନାୟକ, ତୁଳସୀ ଚରଣ ଦାଶ,ଅଭୟ ଭୋଇ, ରବିନ୍ଦ୍ର ପାଣିଗ୍ରାହୀ,ସୁରେନ୍ଦ୍ର ଦାଶ,କୁନୁ ବଢେଇ, କୁଞ୍ଜ ବିହାରୀ ଗୁପ୍ତା,ସୁରେନ୍ଦ୍ର ପାଣିଗ୍ରାହୀ,ବାଳମୁକୁନ୍ଦ ଦାଶ,ବାସୁ ପ୍ରଧାନ,ସ୍ବାଧୀନ ମହାରଣା,ଅଶୋକ ପ୍ରଧାନ,ପ୍ରଶନ୍ନ ସାମଲ,ଅଶୋକ କୁଅଁର, ଅଶୋକ ଅଗ୍ରୱାଲ-(ଏ ଓ ବି ),ପୃଥ୍ବୀ ରାଜ ନାଏକ,ଲଳିତ ବିଶୀ,ସୁଧାଂଶୁ ଶେଖର ଶତପଥୀ,ତାନସେନ ସରାଫ ଓ ଆହୁରି ଅନେକ ଯୋଗଦେଇଥିଲେ।