୧-ରାଜ୍ୟରେ ଦ୍ଵିତୀୟ covid-19 ରୋଗୀ ଙ୍କ ମୃତ୍ୟୁ। ଏହି ବ୍ୟକ୍ତି ଜଣକ ଭୁବନେଶ୍ୱର ର ମଧୁସୂଦନ ନଗର ର ୭୭ ବୟସ୍କ ବୃଦ୍ଧ। ସେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ।

୨-ଆଜି ଓଡିଶା ରେ ନୂଆ ୧ ଜଣ covid-19 ରୋଗୀ ଚିହ୍ନଟ। ଏହି ରୋଗୀ ଜଣକ ଗଂଜାମ ଜିଲ୍ଲାର ବୋଲି କୁହାଯାଇଛି। ଓଡିଶା ରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୭୭ ରେ ପହଁଚିଲା।

୩-ଭାରତରେ ଗତ ୨୪ ଘଣ୍ଟାରେ ୨୯୬୬ covid-19 ରୋଗୀ ଚିହ୍ନଟ। ୨୪ ଘଣ୍ଟାରେ ୧୨୯୭ ରୋଗୀ ଆରୋଗ୍ୟ।
୪-ସତର ଜିଲାକୁ କାଳବୈଶାଖୀ ଡ଼ର; ପାଣିପାଗ ବିଭାଗ ଜାରି କଲା ସତର୍କ ସୂଚନା।
୫-ଗାଁରେ କରାଯାଇଥିବା ବ୍ୟାରିକେଡ୍ ହଟାଯାଉ, ନହେଲେ ହେବ କାର୍ଯ୍ୟାନୁଷ୍ଠାନ:SRC
୬-ଭୁବନେଶ୍ୱରରେ ହୋମ୍ ଓ ସରକାରୀ କ୍ୱାରେଣ୍ଟାଇନ ଆରମ୍ଭ, ରିସିଭିଂ ସେଣ୍ଟରରେ ପ୍ରବାସୀଙ୍କ ସ୍କ୍ରିନିଂ ।

୭-ଛତ୍ରପୁର:ନାକେଦମ୍ କଲେଣି ସୁରତ ଫେରନ୍ତା,ସଙ୍ଗରୋଧ କେନ୍ଦ୍ରରେ ଗୋଷ୍ଠୀ ସଂଘର୍ଷ,ଚମ୍ପଟ ଘଟଣାରେ ୧୨ଜଣଙ୍କ ନାମରେ ଏତଲା।
୮-ଜୁଲାଇ ୧୮ରୁ ୨୩ମଧ୍ୟରେ ହେବ ଜେଇଇ ମେନ୍ ପରୀକ୍ଷା,୨୬ରେ NEET, ଉତ୍ତର ପୁର୍ବ ନୂଆ ଦିଲ୍ଲୀ ବ୍ୟତୀତ ଦେଶରେ ଅନ୍ୟଠି ହେବ ନାହିଁ ସିବିଏସଇର ବାକି ଥିବା ଦଶମ ଶ୍ରେଣୀ ପରୀକ୍ଷା।
୯-୧୧ରୁ ମାଟ୍ରିକ ଖାତାଦେଖା ଯୋଜନା,ଗ୍ରିନ ଓ ଅରେଞ୍ଚ ଜୋନରେ ମୂଲ୍ୟାୟନ ପାଇଁ ସରକାରଙ୍କ ଅନୁମତି ମାଗିଛି ବୋର୍ଡ।
୧୦-ଜିଦରେ ଅଟଳ “ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ”, ଗ୍ରୀନ ଜୋନରେ ବି ଗଡ଼ିଲାନି ବସ।
୧୧-ଭୁବନେଶ୍ୱର:ଖୋଲିବନି ମଦ ଦୋକାନ,ସ୍ଥିତି ସମୀକ୍ଷା ପରେ ନିଷ୍ପତ୍ତି।ମଦ ଉପରେ କରୋନା ଟିକସ:ଦିଲ୍ଲୀରେ ୭୦ ଓ ଆନ୍ଧ୍ରରେ ୭୫% ଲାଗୁ।
୧୨-ସୁରତରୁ ପ୍ରବାସୀମାନେ କେବଳ ଟ୍ରେନ ଯୋଗେ ଓଡ଼ିଶା ଫେରିପାରିବେ,ଘୋଷଣା କଲେ ରାଜ୍ୟସରକାର।
୧୩-୧ ଲକ୍ଷ କର୍ମଚାରୀଙ୍କୁ ୨୦୭ କୋଟିର ଅନୁଦାନ ଦେଲା ଇପିଏଫ୍ଓ।
୧୪-ଜାତୀୟ କୃଷି ଓ ଗ୍ରାମ୍ୟ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ମଙ୍ଗଳବାର ଦିନ ବିଭିନ୍ନ ରାଜ୍ୟର ସମବାୟ ବ୍ୟାଙ୍କସମୂହ ଏବଂ ଆଞ୍ଚଳିକ ଗ୍ରାମ୍ୟବ୍ୟାଙ୍କଗୁଡିକୁ ୧୨,୭୬୭ କୋଟି ଟଙ୍କା ଯୋଗାଇ ଦିଆଯାଇଛି।
୧୫-ଚାଇନା ଛାଡୁଥିବା ବିଦେଶୀ କମ୍ପାନୀଙ୍କ ପାଇଁ 4ଲକ୍ଷ 61 ହଜାର ହେକ୍ଟର ଜମି ପ୍ରସ୍ତୁତ କରୁଛି ଭାରତ।
୧୬-ସାଉଦୀ ଆରବରେ କାର୍ଯ୍ୟରତ ୨୬ ଲକ୍ଷ ଭାରତୀୟଙ୍କ ଦାନାପାଣି ସଙ୍କଟରେ।
