
ବରଗଡ଼(ନବୀନ କୁମାର ଦାଶ):ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭୁବନେଶ୍ୱର ବରମୁଣ୍ଡା ଓୟୁଏଟି ଫାର୍ମ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ କୃଷକ ଦିବସ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସି.ଏମ୍ କିଷାନ ଯୋଜନା ରେ ରାଜ୍ୟର ୫୦,୧୬,୯୩୮ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ୪୯,୪୮୨ ସଂଖ୍ୟକ ଭୂମିହୀନ କୃଷି ପରିବାର ଏବଂ ୨,୩୮୨ ଜନଜାତି କୃଷକ ପରିବାରକୁ ୨୦୨୫ ଖରିଫ ଫସଲ ୠତୁ ପାଇଁ ୧୦୨୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ଅତାବିରା ବ୍ଲକ ଅନ୍ତର୍ଗତ ଚକୁଳି ଫାର୍ମ ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା ଆୟୋଜିତ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଏଵଂ କୃଷକ ଦିବସ ତଥା “ଅଖି ମୁଠି ଅନୁକୂଳ” କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ମାନ୍ୟବର ସାଂସଦ ପ୍ରଦୀପ ପୁରୋହିତ ଏବଂ ମାନ୍ୟବର ବିଧାୟକ ଭଟଲି ଇରାଶିଷ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟନ ହେବା ସହ ଅଧିକ ଫସଲ ଅମଳ ନିମନ୍ତେ ପୂଜାର୍ଚନା କରିଵା ସହ ଚାଷୀ ଭାଇ ଭଉଣୀଙ୍କ ଉନ୍ନତି ଲାଗି ରାଜ୍ୟ ସରକାର ବଦ୍ଧପରିକର,ସେମାନଙ୍କ ଅମଳ ଓ ରୋଜଗାର ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା,ଫସଲ ବିବିଧି କରଣ ଓ ସମନ୍ୱିତ କୃଷି କାର୍ଯ୍ୟକ୍ରମ ଏବଂ ଶ୍ରୀଅନ୍ନ ଅଭିଯାନ ଭଳି ଅନେକ କୃଷକ କଲ୍ୟାଣକାରୀ ଯୋଜନା ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି ବୋଲି କହିଛନ୍ତି।
ସୂଚନା ଯୋଗ୍ୟକି,ଏହି ଅବସରରେ ବରଗଡ଼ ଜିଲ୍ଲା ସର୍ବମୋଟ ୧,୯୫,୩୭୦ ଖୁଦ୍ର ଏବଂ ଭୂମିହୀନ ଚାଷୀଙ୍କ ଖାତାକୁ ପିଏମ କିସାନ ସମ୍ମାନ ନିଧି ଟଙ୍କା ଡିବିଟି ମାଧ୍ୟମରେ ଆସିଥିବା ବେଳେ କୃଷି କ୍ଷେତ୍ର ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଚାଷୀଙ୍କୁ ପୁରସ୍କୃତ କରିବା ସହ କିଛି ଚାଷୀଙ୍କୁ ଟ୍ରାକ୍ଟର କିଣିବା,କୃଷି ଉଦ୍ୟୋଗ ଖୋଲିବା ଚାଷୀଙ୍କୁ ସବସିଡି ଟଙ୍କା ପ୍ରଦାନ କରିଛନ୍ତି।ସେମାନଙ୍କ ମଧ୍ୟରେ କୋମ୍ବାଇନ ହାର୍ଭେଷ୍ଟର କ୍ରୟ ନିମନ୍ତେ ଅତାବିରା ବ୍ଲକ ଖରମୁଣ୍ଡାର ଉମାକାନ୍ତ ପ୍ରଧାନ ଓ ଚକୁଳି ଗ୍ରାମର ରିମାଲପୁଡି ଡୁଗାଦେବୀଙ୍କୁ ୩ ଲକ୍ଷ,ଟ୍ରାକ୍ଟର କ୍ରୟ ନିମନ୍ତେ ବରଗଡ଼ ବ୍ଲକ ତୋରା ଗ୍ରାମର ପୂର୍ଣଚନ୍ଦ୍ର ସାହୁଙ୍କୁ ୧. ୫ ଲକ୍ଷ ଓ କଳାପାଣିର ରାଜୁ ସାହୁଙ୍କୁ ୧. ୨ ଲକ୍ଷ ସବସିଡି ଟଙ୍କା ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଛି।
କାଯ୍ୟକ୍ରମ ରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରସନ୍ନ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା,ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ,ପୌରାଧକ୍ଷା କଳ୍ପନା ମାଝୀ,ଲୋକ ପ୍ରତିନିଧି,ଅଂଚଳର ଚାଷୀ ଏବଂ ବିଭାଗୀୟ ଅଧିକାରୀ କର୍ମଚାରୀ ଉପସ୍ଥିତ ରହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ରେ ଆଭାସୀ ମାଧ୍ୟମରେ ଜଡିତ ଥିଲେ।