ପ୍ରଫେସର ନରସିଂହ ଚରଣ ପଣ୍ଡା ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂଆ କୁଳପତି 

ବାସ୍ତବ ବ୍ୟୁରୋ : ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ଦ୍ବାରା ଜାରି ହୋଇଥିବ ଏକ ପତ୍ର କ୍ରମେ ଏବଂ ୨୦୨୫ ମେ’ ୧ ତାରିଖରେ ବିଶ୍ୱବିଦ୍ୟାଳୟ କୁଳସଚିବଙ୍କ ଦ୍ୱାରା ଜାରି ଏକ ସରକାରୀ ଆଦେଶ ପରେ ଆଜି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ)ର ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଶିଷ୍ଟ ସଂସ୍କୃତ ପଣ୍ଡିତ ତଥା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଶିକ୍ଷାବିତ୍ ପ୍ରଫେସର ନରସିଂହ ଚରଣ ପଣ୍ଡା । କୁଳପତି ପଦରୁ ପ୍ରଫେସର ଚକ୍ରଧର ତ୍ରିପାଠୀ ଇସ୍ତଫା ଦେବା ପରେ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ତାଙ୍କ ଇସ୍ତଫାକୁ ଭାରତର ମହାମହିମ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି।  

ନୂଆ କୁଳପତି ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସବୁଠାରୁ ବରିଷ୍ଠ ପ୍ରଫେସର ତଥା ସମସ୍ତ ସ୍କୁଲର ଡିନ୍ ପ୍ରଫେସର ପଣ୍ଡା ଏହି ପଦବିରେ କାର୍ଯ୍ୟ କରିବେ। ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଫେସର ପଣ୍ଡା ବିଶ୍ୱବିଦ୍ୟାଳୟ ସମୁଦାୟକୁ ସମ୍ବୋଧିତ କରି କହିଥିଲେ, ଏହା ବିଶ୍ୱବିଦ୍ୟାଳୟ ପାଇଁ ଏକ ଆହ୍ୱାନପୂର୍ଣ୍ଣ ସମୟ ଏବଂ ସାମୂହିକ ପ୍ରୟାସ ଦ୍ୱାରା ହିଁ ଆମେ ଆଗକୁ ବଢ଼ିପାରିବା। ବିଶ୍ବବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ, ଅଧିକାରୀ, କର୍ମଚାରୀ, ଗବେଷକ, ଛାତ୍ରଛାତ୍ରୀ ଓ ସମସ୍ତ ଅଂଶୀଦାରଙ୍କ ଠାରୁ ଆନ୍ତରିକ ସମର୍ଥନ ପାଇଁ ସେ ଆହ୍ୱାନ ଦେଇଥିଲେ ବୋଲି ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି।

ସେୟାର କରନ୍ତୁ

Next Post

ସାବଧାନ!ଜୀବନ ନେଉଛି ଲୁହୁରାଚଟି-ସମ୍ବଲପୁର ୫୩ନଂ ମୁଖ୍ୟ ରାଜରାସ୍ତା....

Fri May 2 , 2025
ବରଗଡ଼୦୨/୦୫/୨୦୨୫(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଦେଇ ଲୁହୁରାଚଟି -ସମ୍ବଲପୁର ତ୍ରୁଟିପୂର୍ଣ୍ଣ ତଥା ଅସମ୍ପୂର୍ଣ୍ଣ ୫୩ନଂ ଚାରି ଥାକିଆ ମୁଖ୍ୟ ଜାତୀୟ ରାଜପଥ ଭେଦ କରି ଯାଇଥିବା ବେଳେ ବରଗଡ଼ ରୁ ସମ୍ବଲପୁର ଅଞ୍ଚଳରେ ନିଇତି ମର୍ମନ୍ତୁଦ ଘଟଣା ମାନ ଘଟି ମୁଣ୍ଡ ପରେ ମୁଣ୍ଡ ଗଡ଼ି, ମୂଲ୍ୟବାନ ଜନ ଜୀବନ ନଷ୍ଟ ହେଉଥିବା ନଜିର ରହିଛି। କିଞ୍ଚିତ ଉଦାହରଣ ସ୍ୱରୂପ ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲି କେମ୍ପ ପେଟ୍ରୋଲ ପମ୍ପ […]

You May Like

Pin It on Pinterest