ସାବଧାନ!ଜୀବନ ନେଉଛି ଲୁହୁରାଚଟି-ସମ୍ବଲପୁର ୫୩ନଂ ମୁଖ୍ୟ ରାଜରାସ୍ତା….

ବରଗଡ଼୦୨/୦୫/୨୦୨୫(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଦେଇ ଲୁହୁରାଚଟି -ସମ୍ବଲପୁର ତ୍ରୁଟିପୂର୍ଣ୍ଣ ତଥା ଅସମ୍ପୂର୍ଣ୍ଣ ୫୩ନଂ ଚାରି ଥାକିଆ ମୁଖ୍ୟ ଜାତୀୟ ରାଜପଥ ଭେଦ କରି ଯାଇଥିବା ବେଳେ ବରଗଡ଼ ରୁ ସମ୍ବଲପୁର ଅଞ୍ଚଳରେ ନିଇତି ମର୍ମନ୍ତୁଦ ଘଟଣା ମାନ ଘଟି ମୁଣ୍ଡ ପରେ ମୁଣ୍ଡ ଗଡ଼ି, ମୂଲ୍ୟବାନ ଜନ ଜୀବନ ନଷ୍ଟ ହେଉଥିବା ନଜିର ରହିଛି।

କିଞ୍ଚିତ ଉଦାହରଣ ସ୍ୱରୂପ ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲି କେମ୍ପ ପେଟ୍ରୋଲ ପମ୍ପ ସମ୍ମୁଖରେ ବରଗଡ଼-ସମ୍ବଲପୁର ୱେ ରାଜରାସ୍ତା କଡରେ ଛିଡା ହୋଇ ରହିଥିବା ଟ୍ରଲର ନଂ-ଓ ଆର୍ ୧୪ ଏସ୍କ ୩୬୧୬ ର ପଛ ପଟେ ବଡ଼ି ଭୋର୍ ରୁ ବାଇକ୍ ନଂ- ଓଡି ୧୭ ଏସି ୭୦୪୯ ଭାରସାମ୍ୟ ହରାଇ ଜୋର୍ ରେ ଧକ୍କା ଦେବା ଫଳରେ ବାଇକ୍ ସହ ବାଇକ୍ ଆରୋହୀ ଛିଟିକି ପଡ଼ି ରକ୍ତ ଯୁଡୁବୁଡୁ ଅବସ୍ଥାରେ ପଡ଼ି ରହି ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା।ସ୍ଥାନୀୟ ତଥା ଯିବା ଆସିବା ଲୋକଙ୍କ ସୂଚନା ମତେ ଘଟଣା ସ୍ଥଳରେ ଅତାବିରା ପୋଲିସ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ସହ ବାଇକ୍ ଆରୋହୀଙ୍କ ମୃତଦେହକୁ, ଶବ ବ୍ୟବଚ୍ଛେଦ ପାଇଁ ବରଗଡ ଡାକ୍ତରଖାନା କୁ ପଠାଇ ଅଧିକରୁ ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ଙ୍କ ପକ୍ଷରୁ ସୂଚନା ମିଳିଛି।

ବାଇକ୍ ଆରୋହୀ ଜଣକ ଦେବଗଡ଼ ଅଞ୍ଚଳର ହୋଇଥିବା ଜଣା ପଡ଼ିଛି।ସେ ବରଗଡ଼ ଜିଲ୍ଲା ଭଟଲି ଥାନା ତରାକନା ରେ ଶିକ୍ଷକତା କରି ଆସୁଥିବା ବେଳେ ନିଜସ୍ଵ ଘର ଦେବଗଡ଼ ଅଭିମୁଖେ ଫେରୁଥିବା ସମୟ ରେ ଭାରସାମ୍ୟ ହରାଇ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ସାଧାରଣ ରେ ଚର୍ଚ୍ଚା ର ବିଷୟ ହୋଇଛି।ଅନ୍ୟ ପକ୍ଷରେ ରାଜରାସ୍ତା ତଥା ଲୋକଙ୍କ ଯିବା ଆସିବା ସେବା ରାସ୍ତା ରେ ସତେ ଯେମିତି ଭଡା ରେ ଲାଗିବା ଭଳିଆ ମାସ ମାସ ଧରି ନୋ ପାର୍କିଂ ସ୍ଥାନରେ ଭଙ୍ଗା ଦଦରା ଛୋଟ ରୁ ବଡ ଭାରି ଯାନ ବାହାନ ଗୁଡ଼ିକ ରଖି ଦେଉଥିବା ଯୋଗୁଁ ନିଇତି ଟ୍ରାଫିକ ସମସ୍ୟା ଅଣାୟତ୍ତ ହୋଇ ଛୋଟ ରୁ ବଡ ଦୁର୍ଘଟଣା ଯୋଗୁ ଲୋକ ତଥା ସ୍କୁଲ କଲେଜ୍ ପିଲା ଯିବା ଆସିବା ରେ ସୁରକ୍ଷିତ ମଣୁ ନାହାନ୍ତି।

ସେୟାର କରନ୍ତୁ

Next Post

ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗର କର୍ମଚାରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା...

Fri May 2 , 2025
ବରଗଡ଼୦୨.୦୫.୨୦୨୫(ନବୀନ କୁମାର ଦାଶ):ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ନୂଆଁ ସାହୁଙ୍କତା.୩୦.୦୪.୨୦୨୫ ରିଖରେ ଚାକିରିରୁ ଅବସର ଗ୍ରହଣ କରିଥିଲେ।ଅଦ୍ୟ ତା.୦୨.୦୫.୨୦୨୫ ରିଖରେ ତାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା କାର୍ଯ୍ୟାଳୟର ଅଧିକାରୀ ତଥା ସମସ୍ତ କର୍ମଚାରୀଙ୍କ ତରଫରୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ ସଭାରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ […]

You May Like

Pin It on Pinterest