
ବରଗଡ଼୦୨.୦୫.୨୦୨୫(ନବୀନ କୁମାର ଦାଶ):ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ନୂଆଁ ସାହୁଙ୍କତା.୩୦.୦୪.୨୦୨୫ ରିଖରେ ଚାକିରିରୁ ଅବସର ଗ୍ରହଣ କରିଥିଲେ।ଅଦ୍ୟ ତା.୦୨.୦୫.୨୦୨୫ ରିଖରେ ତାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା କାର୍ଯ୍ୟାଳୟର ଅଧିକାରୀ ତଥା ସମସ୍ତ କର୍ମଚାରୀଙ୍କ ତରଫରୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ ସଭାରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲାଙ୍କ ସମେତ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ହୋଇ ତାଙ୍କ ଅମୂଲ୍ୟ ଅବଦାନକୁ ସ୍ମରଣ କରିବା ସହ କାର୍ଯ୍ୟାଳୟ ର ଏକ ଅଂଶ ଭାବେ ସେ ସର୍ବଦା ନିଷ୍ଠାପର ଏଵଂ ଶୃଙ୍ଖଳିତ ଭାବେ କାର୍ଯ୍ୟ କରି ଆସିଥିବା ପ୍ରକାଶ କରି ଥିଲେ।
ପରିଶେଷରେ ଶ୍ରୀ ସାହୁ ନିଜର ଦୀର୍ଘ ୩୪ ବର୍ଷ ଚାକିରିର ସମସ୍ତ ସହ କର୍ମୀ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଦୀର୍ଘ ଦିନର ସହାଯ୍ୟ ସହଯୋଗ ପାଇଁ ଧନ୍ୟବାଦ ଜଣାଇ ତାଙ୍କ ଜୀବନ ଯାତ୍ରା ବିଷୟରେ ବର୍ଣ୍ଣନା କରି କର୍ମକ୍ଷେତ୍ରରେ ଏକତା ଏବଂ ସମର୍ପଣର ଗୁରୁତ୍ୱକୁ ବ୍ୟାଖ୍ୟା କରିଥିଲେ।ତାଙ୍କ ଅସାଧାରଣ ସେବା ପାଇଁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଏବଂ ସମସ୍ତ କର୍ମଚାରୀ ସ୍ମୃତିଚିହ୍ନ ଏବଂ ଅସ୍ଥାୟୀ ପେନସନ ଅର୍ଡର ପ୍ରଦାନ କରିବା ସହ ପରବର୍ତ୍ତୀ ଜୀବନରେ ସୁଖ,ସମୃଦ୍ଧି ଏବଂ ଶାନ୍ତି କାମନା କରିଥିଲେ।