ଆଜିଠାରୁ ଜେ. ସି. ଆଇ. ଅତାବିରା ଦ୍ଵାରା ସାତ ଦିନିଆ ସ୍କେଟିଂ କର୍ମଶାଳା…

ବରଗଡ଼୦୨.୦୫.୨୦୨୫(ନବୀନ କୁମାର ଦାଶ):ଜେ. ସି. ଆଇ. ଅତାବିରା ଦ୍ଵାରା ଅତାବିରା ଆନନ୍ଦ କଲ୍ୟାଣ ମଣ୍ଡପ ଠାରେ ଆଜି ଠାରୁ ସାତଦିନିଆ ସ୍କେଟିଂ କର୍ମଶାଳା ପ୍ରାରମ୍ଭ ହେବାକୁ ଯାଉଛି | ଅନ୍ତର୍ଜାତୀୟ ପ୍ରଶିକ୍ଷକ ମହାରାଷ୍ଟ୍ର ନିବାସୀ ରବୀନ୍ଦ୍ର ମିଶାଲ ଏବଂ ତାଙ୍କ ସହାୟକ ଏହି ତାଲିମ ଶିବିରରେ ଚାରି ବର୍ଷ ବୟସ ସୀମାରୁ ଉର୍ଦ୍ଧ୍ୱ ବୟସର ପୁଅ ଝିଅ ଙ୍କୁ ତାଲିମ୍ ଦେବେ ବୋଲି ପ୍ରୋଜେକ୍ଟ ଡାଇରେକ୍ଟର ସମିତ ପ୍ରଧାନ ସୂଚନା ଦେଇଛନ୍ତି ୲

ଏହି କର୍ମଶାଳାରେ ୫୦ ରୁ ଉର୍ଦ୍ଧ୍ୱ ସଭ୍ୟ ପଞ୍ଜୀକୃତ ହୋଇଥିବା ଅଧ୍ୟକ୍ଷ ଚିନ୍ମୟ ମହାପାତ୍ର ସୂଚନା ଦେଇ ଛନ୍ତି ୲ଏହି ସାତ ଦିନରେ କ୍ୟାରିୟର୍ କାଉନସେଲିଂ,ବକ୍ତୃତା ତାଲିମ,ସ୍କେଚ୍ ଅନ୍ ସ୍କେଟ ଭଳି ଅନେକ ଶିକ୍ଷଣିୟ କାର୍ଯ୍ୟକ୍ରମ ହେବାକୁ ଯାଉଛି।ଶେଷ ଦିନ ହୀରାକୁଦ ଡାଇକ ଅଞ୍ଚଳରେ ସାମୁହିକ ସ୍କେଟିଂ ହେବ ବୋଲି ପ୍ରୋଜେକ୍ଟ ସଂଚାଳିକା ନୀତୁ ଅଗ୍ରୱାଲଙ୍କ ଦ୍ଵାରା ପ୍ରକାଶ।

ସେୟାର କରନ୍ତୁ

Next Post

ବିଜେଡିର ନୂଆ ସଂଗଠନ ଗଠନ........

Mon May 5 , 2025
ବାସ୍ତବ ବ୍ୟୁରୋ: ବିଜୁ ଜନତା ଦଳ(ବିଜେଡି)ର ନୂଆ ସାଂଗଠନିକ ଟିମ୍ ଗଠନ ହୋଇଛି। ଦଳ ସୋମବାର ପଦପଦବୀ ତାଲିକା ଘୋଷଣା କରିଛି। ଦଳରେ ୬ଟି ସାଂଗଠନିକ ଜିଲ୍ଲାର ସଭାପତି, ୧୫ ଉପସଭାପତି, ୨୦ ବରିଷ୍ଠ ସାଧାରଣ ସଂପାଦକ ଓ ୩୫ ସାଧାରଣ ସଂପାଦକ ନିଯୁକ୍ତ କରାଯାଇଛି। ସୁବାସ ସିଂଙ୍କୁ କୋଷାଧ୍ୟକ୍ଷ ଦାୟିତ୍ଵ ଦିଆଯାଇଛି। ଏସବୁ ପଦରେ ନେତାମାନଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି। ପ୍ରଥମ ଥର ବିଜେଡିରେ […]

You May Like

Pin It on Pinterest