
ବରଗଡ଼୦୫.୦୫.୨୦୨୫(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଏନ୍ଏସି ଅନ୍ତର୍ଗତ ୱାର୍ଡ ନଂ -୧ ଅତାବିରା ଆରଏମସି ଠାରେ ପ୍ରତି ସୋମବାର ଦିନ ବରଗଡ଼-ସମ୍ବଲପୁର ୫୩ନଂ ମୁଖ୍ୟ ଜାତୀୟ ରାଜପଥ କଡ଼ରେ ଏକ ବଡ ସାପ୍ତାହିକ ହାଟ ବସିଥାଏ।ଏହି ହାଟକୁ ପନିପରିବା ଚାଷୀଙ୍କ ସମେତ ବେପାରୀ ମାନେ ଦୂରଦୂରାନ୍ତରୁ ରବିବାର ଦିନ ଠାରୁ ନିଜର ଆସବାବ ଜିନିଷ ପତ୍ର ନେଇ ଆସି ସୋମବାର ଦିନ ପେଟ ଚାଖଣ୍ଡକ ପାଇଁ ବେପାର କରି ଦୁଇ ପଇସା ରୋଜଗାର କରିଥାନ୍ତି।
ଏହି ସାପ୍ତାହିକ ବଜାର ଟି ୫୩ନଂ ମୁଖ୍ୟ ଜାତୀୟ ରାଜପଥ କଡ଼ରେ ରହିଥିବା ବେଳେ ବଜାର କୁ ହଜାର ହଜାର ସଂଖ୍ୟାରେ ଛୋଟ ରୁ ବଡ ଗାଡ଼ି ମଟର ସହ ବେପାରୀ ଓ ଗ୍ରାହକ ମାନଙ୍କ ଭିଡ ଜମିଯାଏ।ଏହି ପରିପେକ୍ଷୀ ରେ ଖରା ତାତିକୁ ଆଖି ଆଗରେ ରଖି ସୋମ ବାର ସାପ୍ତାହିକ ବଜାର ସମ୍ମୁଖ ରେ ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବାମଞ୍ଚ ଅତାବିରା ଜାଗୃତି ଶାଖା ପକ୍ଷରୁ ସଦସ୍ୟ/ସଦସ୍ୟା ମାନଙ୍କ ଦ୍ଵାରା ଲୋକଙ୍କୁ ଦହି ସରବତ ବିତରଣ କରାଯାଇଥିଲା।
ଏଥିରେ ଜାଗୃତି ଶାଖା ର ସଭାପତି ରେଖା ଅଗ୍ରୱାଲ,ସମ୍ପାଦକ ଅନିତା ଅଗ୍ରୱାଲ,ମଧୁ ବଲୋଦିଆ,ପିଙ୍କି ଅଗ୍ରୱାଲ,କୋମଲ ଅଗ୍ରୱାଲ,କବିତା ଅଗ୍ରୱାଲ,ସୁନିତା ଅଗ୍ରୱାଲ,ସଞ୍ଜୁ ବଙ୍କା, ଶିଖା ବଙ୍କା,ଅଞ୍ଜୂ ବଙ୍କା ପ୍ରମୁଖ ଙ୍କ ସମେତ ଶାଖା ର ସମସ୍ତ ସଦସ୍ୟ/ସଦସ୍ୟା ଙ୍କ ସକ୍ରିୟ ସହଯୋଗ ରହିଥିଲା।



