ଉତ୍କଳର କଳାର ଉତ୍କର୍ଷତା ସାରା ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି…

ବାସ୍ତବବ୍ୟୁରୋ(ଜାଜପୁର):ଉତ୍କର୍ଷ କଳାର ଦେଶ ଉତ୍କଳ,ଏହି ଉତ୍କଳର କଳାର ଉତ୍କର୍ଷତା ସାରା ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହି କଳାକୁ ଆହୁରି ଲୋକାଲ କରିବା ଲାଗି ତଥା ଅନ୍ୟ ସବୁ ରାଜ୍ୟର ଲୋକକଳା କୁ ନିଜ ସହ ଯୋଡି ଆରମ୍ଭ ହୋଇଥୂଲା “ସର୍ବଭାରତୀୟ ନାଟ୍ୟ ପରିଷଦ”। ଏହି ପରିଷଦର ଓଡ଼ିଶା ଶାଖା ର ଆଜି ୨ୟ ରାଜ୍ୟସ୍ତରୀୟ ଅଧିବେଶନ ପବିତ୍ର ବିରଜା କ୍ଷେତ୍ର ଯାଜପୁର ର ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ରାଜ୍ୟ ଶାଖା ର ସଭାପତି ନାଟ୍ୟକାର ଶ୍ରୀ ରାମଚନ୍ଦ୍ର ସାସମଲ୍ ଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅଧିବେଶନରେ ନିମନ୍ତ୍ରିତ ଅତିଥି ଭାବେ ପରିଷଦ ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ନାଟ୍ୟକାର ତଥା ସାମ୍ବାଦିକ ଶ୍ରୀ ରାଜଗୋପାଲ ପାଢ଼ୀ, ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ନାଟ୍ୟକାର ଶ୍ରୀ ପ୍ରବୀର ଜେନା ଯୋଗଦେଇଥିଲେ। ଓଡ଼ିଶା ଶାଖା ର ସମ୍ପାଦକ ଶ୍ରୀ ବିଶ୍ବମ୍ବର ସାହୁ ସ୍ବାଗତ ଭାଷଣ ଦେଇଥିବାବେଳେ ଅଧିବେଶନର ଆୟୋଜକ ତଥା ଯାଜପୁର ର ବିଶିଷ୍ଟ ନାଟ୍ଯାନୁଷ୍ଠାନ “ଅନ୍ବେଷଣ”ର ସମ୍ପାଦକ ବିବରଣୀ ପାଠ କରିଥିଲେ।

ନିମନ୍ତ୍ରିତ ଅତିଥି ମାନେ ଏହି ଅଧିବେଶନରେ ଖାଲି ନାଟକ କିମ୍ବା ନୃତ୍ୟ ନୁହେଁ ବରଂ ସମସ୍ତ ଲୋକକଳା କୁ ଏହି ପରିଷଦ ସହ ଯୋଡିବା ଏବଂ ସାରା ଭାରତରେ ଓଡ଼ିଶାର ଲୋକକଳାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରାଇବାରେ ସମସ୍ତ ଙ୍କ ର ସହଯୋଗ ଓ ଚେଷ୍ଟା ନିତାନ୍ତ ଆବଶ୍ୟକ ବୋଲି ମତପୋଷଣ କରିଥିଲେ ।ଏବଂ ସମସ୍ତେ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୁଅନ୍ତୁ ଏବଂ ସହଯୋଗର ହାତ ବଢାନ୍ତୁ। ପରିଷଦ ରେ ଯୋଗ ଦେଲେ କ’ଣ ଲାଭ ମିଳିବ ପ୍ରଶ୍ନ ର ଉତ୍ତର ରେ ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ଶ୍ରୀ ଜେନା ନିଜର ଲାଭ ଛାଡି ରାଜ୍ୟ ଲାଗି କିଛି କରିବା ସମସ୍ତ ଓଡ଼ିଶାବାସୀଙ୍କ କର୍ତ୍ତବ୍ୟ ଓ ରାଜ୍ୟଭକ୍ତି ର ନିଦର୍ଶନ। ତେଣୁ ସମସ୍ତ ସଦସ୍ୟ ଓ ସଦସ୍ୟା ଏହି ଚିନ୍ତାଧାରା କୁ ଭୁଲି ରାଜ୍ୟ ଲାଗି କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଗତ ଦିନରେ ଏହି ପରିଷଦ ରେ ଓଡ଼ିଶା ର ସମସ୍ତ ଲୋକକଳା କୁ ସାମିଲ୍ କରିବାର ପ୍ରୟାସ କରିଥିବା ଓଡ଼ିଶାର ସର୍ବପୁରାତନ ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ସଙ୍ଗୀତ ସମାଜ ର ସମ୍ପାଦକ ଶ୍ରୀ ସଞ୍ଜୟ କୁମାର ଶତପଥୀ ଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଯାଜପୁର ର ଅନ୍ବେଷଣ ର କର୍ମକର୍ତ୍ତା, ବ୍ରହ୍ମପୁର ଓ ରାଉରକେଲାର କଳାକାର ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା। ଆସନ୍ତା ଜୁନ ମାସରେ ଦ୍ବିଦୀବସୀୟ ଅଧୂବେଶନ ଓଡ଼ିଶାର ବ୍ରହ୍ମପୁରଠାରେ ଆୟୋଜନ କରାଯିବ ବୋଲି ସାଧାରଣ ବୈଠକ ରେ ନିଷ୍ପତ୍ତି ନିଆଯାଇଥିଲା। ଅବଶେଷ ରେ ରାଜ୍ୟ ଉପ -ସଭାନେତ୍ରୀ ବବିତା ସ୍ବାଇଁ କାର୍ଯ୍ୟକ୍ରମ ର ସଫଳତା ଲାଗି ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

କଲାଦହନାର ରାଜ୍ୟ ସ୍ତରୀୟ ତୃତୀୟ ସ୍ଵନକ୍ଷତ୍ର ଉଚ୍ଛବ ଏବ ପଞ୍ଚମ ସାହିତ୍ୟ ସଂପାନ ଅନୁଷ୍ଠିତ...

Tue May 6 , 2025
ବରଗଡ଼୦୫.୦୫.୨୦୨୫(ନବୀନ କୁମାର ଦାଶ):ବରଗଡ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ କଲା ଦହନା ସାଂସ୍କୃତିକ ଅନୁଷ୍ଠାନ,କଟାପାଲି, ବରଗଡ ତରଫରୁ ସମ୍ପାଦକ ତଥା ପ୍ରତିଷ୍ଠାତା କବି ଦିନେଶ ଭୋଇଙ୍କ ସମ୍ପାଦନାରେ ଏବଂ ସଭାପତି କବି ବିକ୍ରମ ସାହୁଙ୍କ ସଭାପତିତ୍ୱରେ ରାଜ୍ୟ ସ୍ତରୀୟ ତୃତୀୟ ସ୍ୱନକ୍ଷତ୍ର ଉଚ୍ଛବ ଏବଂ ପଞ୍ଚମ ସାହିତ୍ୟ ସଂପାନ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ,ନୃତ୍ୟ,ଆଲୋଚନା,ପୁସ୍ତକ ଉନ୍ମୋଚନ ସହ ନବୋଦୟ ଯୁବ ପୀଢ଼ି ମାନଙ୍କ ପାଇଁ ଉତ୍ସାହ ଜନକ ସମ୍ମାନ […]

You May Like

Pin It on Pinterest