ଟାଟା ପାୱାର ଓ ନିଷ୍ଠା ପରିବାର ମିଳିତ ଆନୁକୁଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର…

ବରଗଡ଼୦୮/୦୫/୨୫(ନବୀନ କୁମାର ଦାଶ):ବିଶ୍ବ ରେଡ କ୍ରସ ଡେ ଅବସର ରେ ଟାଟା ପାୱାର ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ବରଗଡ଼ ସ୍ଥିତ ଅଗ୍ରଗାମୀ ଯୁବକ ସଂଘ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।

ଏହି ଶିବିର କୁ ଟାଟା ପାୱାର ର ସୁରେନ୍ଦ୍ର ହୋତା ଏସ ଇ,ବିଭୂତି ଭୂଷଣ ଶତପଥୀ ଇ ଇ,ସି ଏସ ଆର ମୁଖ୍ୟ ଅରୁଣା ମାରାଣ୍ଡି ପ୍ରମୂଖ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ।ବିଶିଷ୍ଟ ଅତିଥି ଭାବରେ ବରଗଡ଼ ଡେପୁଟି କଲେକ୍ଟର ମଧୁସ୍ମିତା ସାମଲ,ଆସିଷ୍ଟାନ କଲେକ୍ଟର ଶିବ ପ୍ରସାଦ ବିଶ୍ଵାଳ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ମାନପତ୍ର ପ୍ରଦାନ କରି ଥଲେ।ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରକ୍ତ ଭଣ୍ଡାର ମାନଙ୍କ ରେ ରକ୍ତ ର ଅଭାବ କୁ ଦେଖି ଟାଟା ପାୱାର ର ସମସ୍ତ କର୍ମଚାରୀ ମାନେ ଓ ଅନ୍ୟ ରକ୍ତଦାତା ମାନେ ସ୍ୱେଚ୍ଛା କୃତ ଭାବରେ ରକ୍ତ ଦାନ ଭଳି ଶ୍ରେଷ୍ଠ ଦାନ କରିଥିଲେ।

ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ୧୯ୟୁନିଟ ରକ୍ତ ଓ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ୩୧ ୟୁନିଟ ରକ୍ତ ସର୍ବ ମୋଟ ୫୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ପରିସେସ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ନିଷ୍ଠା ପରିବାର ତରଫ ରୁ ଟାଟା ପାୱାର କୁ ଏକ ସ୍ମୃତି ଫଳକ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଶିବିର କୁ ଟାଟା ପାୱାର ର କର୍ମଚାରୀ ଓ ନିଷ୍ଠା ପରିବାର ର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ,ସଚି ପଣ୍ଡା ମହିଳା ଶାଖା ର ସଂଯୋଜିକା ତ୍ରିପୁରା ସୁହୁଳା,ବିଦ୍ୟାଧର ଭୋଇ,ଜୟନ୍ତ ପ୍ରଧାନ କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ ଙ୍କ ସମେତ ଅନ୍ୟ ସଦସ୍ୟ/ସଦସ୍ୟା ମାନେ ସୁପରିଚାଳନା କରିଥିଲେ।

ସେୟାର କରନ୍ତୁ

Next Post

ଗୁରୁ ଭଗବାନ ସାହୁଙ୍କ ୯୫ ତମ ଜନ୍ମୋତ୍ସବ ପାଇଁ ପ୍ରସ୍ତୁତି ବୈଠକ...

Thu May 8 , 2025
ବରଗଡ଼୦୮/୦୫/୨୦୨୫(ନବୀନ କୁମାର ଦାଶ):ଗୁରୁ ଭଗବାନ ସାହୁ ସ୍ମୃତି କମିଟି ର ଏକ ବୈଠକ ସ୍ଥାନୀୟ ଏ. ଇ. ମିସନ ସ୍କୁଲ ସମ୍ମିଳନୀ କକ୍ଷରେ ଡ.ତପସ୍ୱୀନି ଗୁରୁଙ୍କ ସଭାପତିତ୍ବରେ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ଏବଂ ସର୍ଦ୍ଦାର ପ୍ରିତମ ସିଂ ଙ୍କ ସଂଯୋଜନା ତଥା ଲୁଲୁ ରବିନ ଦାସ ଙ୍କ ଆବାହକତ୍ବରେ ରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜୁନ ୧୧ ଦେବସ୍ନାନ ପୂର୍ଣ୍ଣିମା ତିଥିରେ ଗୁରୁ ଭଗବାନ ସାହୁଙ୍କ ୯୫ ତମ […]

You May Like

Breaking News

Pin It on Pinterest