ମନ୍ତ୍ରୀ ଅରୁଣ ସାହୁ ଙ୍କ ଭୁଲ ସୂଚନାକୁ ସୁଧାରିଲା I&PR ବିଭାଗ …

ବାସ୍ତବ ବ୍ୟୁରୋ- ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବିଶ୍ୱ ବିଦ୍ୟାଳୟର କୁଳପତିମାନଙ୍କ ସହ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ଆଲୋଚନା କରିବା ପରେ +୩ ଶେଷ ବର୍ଷ ପରୀକ୍ଷା ଜୁନ୍ ୨୦ ପରେ ଆରମ୍ଭ ହୋଇ ଜୁଲାଇ ୨୪ ମଧ୍ୟ ରେ ଶେଷ ହେବ ଅଗଷ୍ଟ ୩୧ ସୁଦ୍ଧା ପରୀକ୍ଷାଫଳ ବାହାରିବାର ନିଷ୍ପତି ହୋଇଅଛି । ସେହିପରି ପିଜି ଶେଷ ସେମିଷ୍ଟାର ପରୀକ୍ଷା ଅଗଷ୍ଟରେ ୨୦ ସୁଦ୍ଧା ଶେଷ ହୋଇ ସେପ୍ଟେମ୍ବର ୨୦ ସୁଦ୍ଧା ପରୀକ୍ଷାଫଳ ବାହାରିବାର ନିଷ୍ପତି ହୋଇଅଛି । ଏଥିସହିତ ପିଜି ଆଡମିସନ ପାଇଁ ଏକକ ପରୀକ୍ଷା ସେପ୍ଟେମ୍ବରରୁ  ଅକ୍ଟୋବର ମଧ୍ୟରେ ହେବ। କିନ୍ତୁ ମନ୍ତ୍ରୀ ଜୁନ ୨୦ ରେ ଆରମ୍ଭ ହେବକୁ ଥିବା +୩ ପରୀକ୍ଷା ଭୁଲବସତ ୨୪ଜୁଲାଇ ଓ ୨୦ଅଗଷ୍ଟ ସୁଧ୍ୟା ଶେଷ ହେବାକୁ ଥିବା ପିଜି ଶେଷ ସେମିଷ୍ଟର ଆରମ୍ଭ ହେବ ବୋଲି କହିଥିଲେ ।

ତେଣୁ ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଆସନ୍ତାକାଲିଠାରୁ ବିଶ୍ୱବିଦ୍ୟାଳୟ ଓ ଅଟୋନୋମୋସ କଲେଜଗୁଡ଼ିକରେ କାମ ଆରମ୍ଭ ହେବ । ପ୍ରତି ୧୫ ଦିନରେ ଥରେ କୁଳପତିମାନଙ୍କ ସହ ଆଲୋଚନା କରାଯିବ । ରାଜ୍ୟ ସରକାରଙ୍କ କୋଭିଡ଼-୧୯ ଗାଇଡ଼ଲାଇନ ଅନୁସାରେ ଏ ସମସ୍ତ ନିଷ୍ପତ୍ତି ନିଆଯାଉଛି ।

ଆଜି ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ସହ ଏକ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୁଳପତିଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ତେବେ ଜୁନ ୧୭ ଯାଏ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ୟୁଜିସି ଗାଇଡଲାଇନ ମୁତାବକ ରାଜ୍ୟରେ ଚଳିତ ଶିକ୍ଷା ବର୍ଷ କେବେ ଓ କିପରି ଆରମ୍ଭ ହେବ ଏବଂ ପରୀକ୍ଷା ପରିଚାଳନା କିପରି ହେବ ସେ ବିଚାର ବିମର୍ଷ ହୋଇଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କର୍ଣ୍ଣାଟକ ସରକାରଙ୍କ ୧,୬୦୦କୋଟିର ରିଲିଫ ପ୍ୟାକେଜ୍

Wed May 6 , 2020
ବାସ୍ତବ ବ୍ୟୁରୋ- କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଙ୍କ ସରକାର ଲକଡାଉନ ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ଗୋଷ୍ଠୀ ପାଇଁ ୧,୬୦୦ କୋଟିରୁ ଅଧିକ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହି ପ୍ୟାକେଜ ଦ୍ୱାରା ଛୋଟ ଓ ମଧ୍ୟମ ଉଦ୍ୟୋଗ, ବୁଣାକାର, ଫୁଲ ଚାଷୀ, ଧୋବି, ବାରିକ, ଅଟୋ ଏବଂ ଟ୍ୟାକ୍ସି ଡ୍ରାଇଭରମାନଙ୍କୁ ସୁବିଧା ଯୋଗାଇଦେବ । ଏହି ଘୋଷିତ ପଦକ୍ଷେପ ରେ, ଫୁଲ ବିକ୍ରେତାମାନେ ହେକ୍ଟର ପିଛା ୨୫,୦୦୦ […]

You May Like

Pin It on Pinterest