ରାଜ୍ୟ କ୍ୟାବିନେଟ୍‌ର ବୈଠକରେ ୬ଟି ପ୍ରସ୍ତାବକୁ ଅନୁମୋଦନ

ବାସ୍ତବ ବ୍ୟୁରୋ: ଆଜି (ବୁଧବାର) ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। 

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଦକ୍ଷତା ଓ ବୈଷୟିକ ବିଭାଗରେ ନିୟମାବଳୀ ସଂଶୋଧନ କରିଛନ୍ତି। ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମିଳିତ ଭାବେ କାର୍ଯ୍ୟ କରିବ। ଆଗାମୀ ୫ ବର୍ଷ ପାଇଁ ୧୬୨୩ କୋଟି ୧୦ ଲକ୍ଷ ଅନୁମୋଦନ କରାଯାଇଛି। ମମତା ଯୋଜନାରେ ହିତାଧିକାରୀ ବୟସ ୧୯ ବର୍ଷ ଓ ତାଠାରୁ ଅଧିକ ଥିଲା ଏବେ ୧୮ ବର୍ଷ ୭ ମାସରୁ ୫୫ ବର୍ଷ ଧାର୍ଯ୍ୟ କରାଯାଇଛି। ଗୋଟିଏ ବର୍ଷ ପ୍ରସବ ପୂର୍ବ ଯାଞ୍ଚ ପରେ ମିଳିବ ପ୍ରଥମ କିସ୍ତି। କନ୍ୟା ସନ୍ତାନ ପାଇଁ ମିଳିବ ୧୨ ହଜାର ଟଙ୍କା। ପୁତ୍ର ସନ୍ତାନ ପାଇଁ ୧୦ ହଜାର ଟଙ୍କା।

କେନ୍ଦୁଝର ଜିଲ୍ଲାରେ ଧରଣୀଧର ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ପାଇଁ ଜମି ଲିଜ ଆକାରରେ ପ୍ରଦାନ କରାଯାଇଛି। ମୟୂରଭଞ୍ଜ ଯଶିପୁର ବ୍ଲକରେ ବ୍ୟାରେଜ ନିର୍ମାଣ ହେବ। ଏଥି ପାଇଁ ୯୭କୋଟି ଟଙ୍କାର ଟେଣ୍ଡର ପ୍ରଦାନ କରାଯାଇଛି। ଆଗାମୀ ୩୦ ମାସ ମଧ୍ୟରେ ସରିବ ପ୍ରକଳ୍ପର ନିର୍ମାଣ କାମ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୬୯୫୦ ଏକର ଜମିକୁ ପାଇପଲାଇନରେ ଜଳ ପ୍ରଦାନ କରାଯାଇପାରିବ। ବିଭିନ୍ନ ପଦବିରେ ଶାରୀରିକ ମାପ ଓ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ୨୦୨୨ ନିୟମାବଳୀ ସଂଶୋଧନ କରାଯାଇଛି।

ଉଚ୍ଚ ଶିକ୍ଷା ବିଭାଗ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ସାମାଜିକ ଓ ପଛୁଆ ବର୍ଗ ପାଇଁ ନାମ ଲେଖାରେ ୧୧.୨୫ ପ୍ରତିଶତ ସଂରକ୍ଷଣ ରହିବ। ଚଳିତ ଶିକ୍ଷା ବର୍ଷରୁ ଏହା ଲାଗୁହେବ। ଉଚ୍ଚ ସ୍ନାତକ, ସ୍ନାତକତୋର, ଶିକ୍ଷକ ଶିକ୍ଷା ଓ ଆଇନ ପାଠ୍ୟକ୍ରମ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରଦର୍ଶନ କଳାରେ ସ୍ନାତକ ପାଠ୍ୟକ୍ରମ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗ ର ବିପି ଏଡ଼/ଏମ ପି ଏ ଡ଼ ପାଠ୍ୟକ୍ରମରେ ଲାଗୁ କରାଯିବ। ଅନୁଷ୍ଠାନରେ ଜନଜାତି ଛାତ୍ର ଛାତ୍ରୀ ପାଇଁ ୨୨.୦୫% , ଅନୁସୂଚିତ ଜାତି ୧୬.୨୫%, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପାଇଁ ୫%ଓ ପୂର୍ବତନ ସେନାନଙ୍କ ପାଇଁ ପରିବାର ସଦସ୍ୟ ପାଇଁ ୧%ଆସନ ସଂରକ୍ଷଣ ପ୍ରଚଳନ ହେବ। ଅନୁସୂଚିତ ଜାତି ଓ ଜନଜାତି ପାଇଁ ଯାହା ସଂରକ୍ଷଣ ବ୍ୟବସ୍ଥା ଥିଲା ରହିବ। 

ସେୟାର କରନ୍ତୁ

Next Post

ରାଜ୍ୟରେ ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ........

Fri May 16 , 2025
ବାସ୍ତବ ବ୍ୟୁରୋ: ଆସନ୍ତା ଜୁନ୍‌ ୧୨ ତାରିଖରେ ଓଡ଼ିଶାର ମୋହନ ମାଝୀଙ୍କ ବିଜେପି ସରକାର କ୍ଷମତାରେ ଏକ ବର୍ଷ ପୂରଣ କରିବ। ସରକାରର ପ୍ରଥମ ବର୍ଷ ପୂର୍ତ୍ତି ପାଳନ ଅବସରରେ ଜୁନ୍‌ ୧୨ ତାରିଖରୁ ଜୁନ୍‌ ୧୯ ତାରିଖ ଯାଏଁ ସପ୍ତାହ ବ୍ୟାପୀ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିପାରନ୍ତି ବୋଲି ସୂଚନା […]

You May Like

Pin It on Pinterest