ବାସ୍ତବ ବ୍ୟୁରୋ: ଆସନ୍ତା ଜୁନ୍ ୧୨ ତାରିଖରେ ଓଡ଼ିଶାର ମୋହନ ମାଝୀଙ୍କ ବିଜେପି ସରକାର କ୍ଷମତାରେ ଏକ ବର୍ଷ ପୂରଣ କରିବ। ସରକାରର ପ୍ରଥମ ବର୍ଷ ପୂର୍ତ୍ତି ପାଳନ ଅବସରରେ ଜୁନ୍ ୧୨ ତାରିଖରୁ ଜୁନ୍ ୧୯ ତାରିଖ ଯାଏଁ ସପ୍ତାହ ବ୍ୟାପୀ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିପାରନ୍ତି ବୋଲି ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।
ରାଜସ୍ୱ ମନ୍ତ୍ରୀ ପୂଜାରୀଙ୍କ ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓଡ଼ିଶା ସରକାରଙ୍କ ସହିତ ସଂପର୍କରେ ଅଛନ୍ତି। ରାଜ୍ୟ ବିଜେପି ସରକାରର ପ୍ରଥମ ବର୍ଷର ହାସଲ ନେଇ ସମୀକ୍ଷା କରାଯାଉଛି। ଏହି ବର୍ଷକ ଭିତରେ ମୋହନ ମାଝୀଙ୍କ ସରକାର ଓଡ଼ିଶାବାସୀଙ୍କ ପାଇଁ କି କି କାର୍ଯ୍ୟ କରିଛନ୍ତି ତାହାର ମଧ୍ୟ ସମୀକ୍ଷା ହେବ।
ସୂଚନା ଅନୁସାରେ ରାଜ୍ୟ ସରକାର ଓଡ଼ିଶାର ଭୋଟରମାନଙ୍କୁ ଦେଇଥିବା ୨୧ଟି ପ୍ରତିଶ୍ରୁତିରୁ ୧୧ଟି ପ୍ରତିଶ୍ରୁତି ଏହି ବର୍ଷକ ମଧ୍ୟରେ ପୂରଣ କରିଛନ୍ତି। ବାକି ୧୦ ପ୍ରତିଶ୍ରୁତି ଆଗାମୀ ବର୍ଷ ପୂରଣ କରିବାକୁ ଚେଷ୍ଟା କରାଯିବ।