କାଶ୍ମୀର ଘାଟିରେ: ଭାରତୀୟ ସେନାର ବଡ ସଫଳତା…

ବାସ୍ତବ ବ୍ୟୁରୋ- ଆଜି ଭାରତୀୟ ସେନାକୁ ଏକ ବଡ଼ ଧରଣର ସଫଳତା ମିଳିଛି । କାଶ୍ମୀର ଘାଟିରେ ସେନାର ଗୁଳିରେ ପ୍ରାଣ ହରାଇଛି ଦୁର୍ଦ୍ଦାନ୍ତ ଆତଙ୍କବାଦୀ ତଥା ହିଜବୁଲ ମୁଜାହଦ୍ଦିନର କମାଣ୍ଡର ରିଆଜ ନାଇକୋ ଓରଫ ମହମ୍ମଦ ବିନ କାସିମ ଏବଂ ତା ସାଥି ଆତଙ୍କବାଦୀ ମଧ୍ୟ ପ୍ରାଣ ହରାଇଛି ।

ସେନା ପକ୍ଷରୁ ଏହି ଦୁଇ ଆତଙ୍କବାଦୀଙ୍କ ମୃତଦେହ ମଧ୍ୟ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର ନକରିବାର ସମ୍ଭାବନା ରହିଛି କାରଣ ଏହା ଦ୍ୱାରା ଉତ୍ତେଜନା ବଢିବା ସହ ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି ।

ଗତ ୮ ବର୍ଷ ହେଲା ରିଆଜ ନାଇକୋକୁ ଭାରତୀୟ ସୁରକ୍ଷା ବାହିନୀ ଖୋଜୁଥିଲା । ସେ ଜମ୍ମୁ ଓ କଶ୍ମୀରରେ ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ ଥିଲା । ଘାଟିରେ ହୋଇଥିବା ଅନେକ ଆତଙ୍କବାଦୀ ଘଟଣାରେ ତାହାର ହାତଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଜଗତସିଂହପୁର ଛୁଇଁଲା କରୋନା;ପୁଣି ଲେଉଟିଲା କେନ୍ଦ୍ରାପଡ଼ାକୁ

Wed May 6 , 2020
 ବାସ୍ତବ ବ୍ୟୁରୋ-ଜଗତସିଂହପୁର ଛୁଇଁଲା କରୋନା । ଜଗତସିଂହପୁରର ଜିଲ୍ଲାର ନାଉଗାଁ ଅଞ୍ଚଳରୁ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ ଜଣ ଗୋଟିଏ ପରିବାରର ଓ ଚତୁର୍ଥ ଆକ୍ରାନ୍ତ ସେହି ଗାଁର ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ୪ଜଣ ଯାକ ପୁରୁଷ ହୋଇଥିବା ବେଳେ ସେମାନେ ସୁରତ ଫେରନ୍ତା । ଏହି ୪ ଜଣ ଯାକ ଗୋଟିଏ ସଙ୍ଗରୋଧ ଗୃହରେ ଥିଲେ । କାହା ନିକଟରେ […]

You May Like

Pin It on Pinterest