ଗୁରୁ ଭଗବାନ ସାହୁଙ୍କ ୯୫ ତମ ଜନ୍ମୋତ୍ସବ ପାଇଁ ପ୍ରସ୍ତୁତି ବୈଠକ…

ବରଗଡ଼(ନବୀନ କୁମାର ଦାଶ):ଗତକାଲି ଗୁରୁ ଭଗବାନ ସାହୁ ସ୍ମୃତି କମିଟି ର ବୈଠକ ସ୍ଥାନୀୟ ଏ ଇ ମିସନ ସ୍କୁଲ ଠାରେ ଡ. ତପସ୍ୱୀନି ଗୁରୁଙ୍କ ସଭାପତିତ୍ବରେ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ଏବଂ ସର୍ଦ୍ଦାର ପ୍ରିତମ ସିଂହଙ୍କ ସଂଯୋଜନା ରେ ପଶ୍ଚିମ ଓଡ଼ିଶା ଭାଷା କଳା ଓ ସଂସ୍କୃତି ର ପ୍ରଚାରକ ଗୁରୁ ଭଗବାନ ସାହୁଙ୍କ ୯୫ ତମ ଜନ୍ମୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି।
ଆସନ୍ତା ଜୁନ ୧୧, ଦେବସ୍ନାନ ପୂର୍ଣ୍ଣିମା ତିଥିରେ ଗୁରୁ ଭଗବାନ ସାହୁଙ୍କ ୯୫,ତମ ଜନ୍ମୋତ୍ସବ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ଓ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଅନୁଷ୍ଠିତ ହେବ,ଏହି ଅବସରରେ ବ୍ୟଙ୍ଗ କବି ମନୋରଞ୍ଜନ ସାହୁ, ଶାସ୍ତ୍ରୀୟ ଶବ୍ଦ ନୃତ୍ୟ ଗୁରୁ ଭାଗବତ ପଧାନ (ଭାଗବତିଆ), ବୟୋଜ୍ୟେଷ୍ଠ ନାଟ୍ୟକାର ନିର୍ଦ୍ଦେଶକ ଆଖଣ୍ଡଳମଣି ସାହୁ, ମେଟ୍ରିକ୍ ପରୀକ୍ଷାରେ ଟପ୍ପର ବବିତା ରଥଙ୍କୁ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି ସମ୍ମାନ ପ୍ରଦାନ କରାଯିବା ସହିତ ଶବ୍ଦ ନୃତ୍ୟ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଯାଇଥିଲା ।

ବିଭିନ୍ନ ଜିଲ୍ଲାରୁ ସ୍ମୃତି କମିଟି ର ସଦସ୍ୟ ସଦସ୍ୟା ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଅଛି । ଲୁଲୁ ରବିନ ଦାସଙ୍କ ଆବାହକତ୍ବରେ ଅନୁଷ୍ଠିତ ବୈଠକରେ ସର୍ବଶ୍ରୀ ଦଧିବାବନ ଶତପଥୀ, କୃଷ୍ଣ ଚନ୍ଦ୍ର ପଣ୍ଡା, ଡ଼. ଯଶବୀର ସିଂ ସୈନୀ ବିମଳ କୃଷ୍ଣ ମିଶ୍ର, ମନୋରଞ୍ଜନ ମେହେର, ଅଚ୍ୟୁତାନନ୍ଦ ବାରିକ, ରାଜକିଶୋର ମହାରଣା, ଆଶୁତୋଷ ରଥ, ନୁରାବତୀ ସାହୁ, ସଂଘମିତ୍ରା ପଟେଲ, ସଙ୍ଗୀତା ଦୀପ, ସାରଥି ମେହେର, ଜଟାଧାରୀ ପ୍ରଧାନ, ବୃନ୍ଦାବନ ବେହେରା ପ୍ରମୁଖ ଯୋଗଦାନ କରି ସଫଳ କାର୍ଯ୍ୟକ୍ରମ ପାଇଁ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।ଶେଷରେ ବରିଷ୍ଠ ସଦସ୍ୟ ପଞ୍ଚାନନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।
——–×××——–

ସେୟାର କରନ୍ତୁ

Next Post

କୁଏତ ରେ ଭାରତୀୟ ପ୍ରବାସୀ ପରିଷଦ(ବିପିପି) ଦ୍ବାରା ଚିକିତ୍ସା ଶିବିର ଆୟୋଜନ...

Mon May 26 , 2025
କୁଏତ୍(ବିଶ୍ବରଞ୍ଜନ):ଗତ ଶୁକ୍ରବାର (୨୩ମଇ)ରେ, ଭାରତୀୟ ପ୍ରବାସୀ ପରିଷଦ, ଫାହାହିଲ୍ କ୍ଷେତ୍ର କମିଟି ଏମ୍ବ ଖୈତାନର ସିଟି କ୍ଲିନିକ୍ ସହିତ ମିଳିତ ସହଯୋଗରେ ଏକ ଚିକିତ୍ସା ଶିବିର ଆୟୋଜିତ ହୋଇ ଯାଇଛି। ଉଦ୍ଘାଟନୀ ସମାରୋହରେ ବିପିପି ଉପାଧ୍ୟକ୍ଷ ଶ୍ରୀ ସମ୍ପଥ କୁମାର ଅଧ୍ୟକ୍ଷତା କରିଥିଲେ। ଫାହାହିଲ୍ କ୍ଷେତ୍ର ସଭାପତି ଶ୍ରୀ ରାଜେଶ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସୁଲେବିୟା ଶିବିର ସଂଯୋଜକ ଶ୍ରୀ ପ୍ରସନ୍ନନ ଧନ୍ୟବାଦ ଅର୍ପଣ କରିଥିଲେ। ଫାହାହିଲ୍ କ୍ଷେତ୍ର […]

You May Like

Pin It on Pinterest