ରାଜ୍ୟରେ ବଢିବାରେ ଲାଗିଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା….

ବାସ୍ତବ ବ୍ୟୁରୋ: ରାଜ୍ୟରେ ବଢିବାରେ ଲାଗିଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଓଡ଼ିଶାରୁ ଆଉ ୫ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବରରୁ ୪ ଓ ଖୋର୍ଦ୍ଧାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏମାନଙ୍କ ମଧ୍ୟରେ ୪ ପୁରୁଷ ଓ ଜଣେ ମହିଳା କରୋନା ସଂକ୍ରମିତ ଅଛନ୍ତି। ପୂର୍ବରୁ ଭୁବନେଶ୍ବରରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାଫଳରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି।

ସୂଚନାନୁଯାୟୀ, ଭାରତରେ କୋଭିଡ-୧୯  ଦୁଇଟି ନୂତନ ଭାରିଆଣ୍ଟ୍ NB.1.8.1 ଏବଂ LF.7 ଚିହ୍ନଟ ହୋଇଛି । ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୭ ଛୁଇଁଥିବା ବେଳେ ଏବେ ସୁଦ୍ଧା ଦେଶରେ ୧୧ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। 

ଦିଲ୍ଲୀ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ କୋଭିଡ୍-୧୯ ମାମଲା ହଠାତ୍ ବୃଦ୍ଧି ପାଇଛି । ଏହି ସମସ୍ତ ରାଜ୍ୟରେ ଡାକ୍ତରଖାନାଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି ।

ସେୟାର କରନ୍ତୁ

Next Post

ବିଜେପି ସଂଘର୍ଷମୟ ଯାତ୍ରାର ଅଗ୍ରଗଣ୍ୟ ନେତା ଥିଲେ ପ୍ରସନ୍ନ ଭାଇ: ମନମୋହନ ସାମଲ

Fri May 30 , 2025
ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକରେ ରାଜ୍ୟ ବିଜେପିର ଶୋକ । ରାଜ୍ୟ କାର୍ଯ୍ୟାଳୟରେ ପାର୍ଥୀବ ଶରୀର ପହଂଚିବା ପରେ ରାଜ୍ୟ ସଭାପତି, ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ପଦାଧିକାରୀ, କାର୍ଯ୍ୟକର୍ତା ଜଣାଇଲେ ଶ୍ରଦ୍ଧାଞ୍ଜଳୀ । ବାସ୍ତବବ୍ୟୁରୋ(ଭୁବନେଶ୍ୱର)୩୦/୦୫: ବିଶିଷ୍ଟ ରାଜନେତା, ବିଜେପିର ପ୍ରଥମ ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରସନ୍ନ ପଟ୍ଟନାୟକଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । […]

You May Like

Pin It on Pinterest