ବିଜେପି ସଂଘର୍ଷମୟ ଯାତ୍ରାର ଅଗ୍ରଗଣ୍ୟ ନେତା ଥିଲେ ପ୍ରସନ୍ନ ଭାଇ: ମନମୋହନ ସାମଲ

ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକରେ ରାଜ୍ୟ ବିଜେପିର ଶୋକ
 ରାଜ୍ୟ କାର୍ଯ୍ୟାଳୟରେ ପାର୍ଥୀବ ଶରୀର ପହଂଚିବା ପରେ ରାଜ୍ୟ ସଭାପତି, ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ପଦାଧିକାରୀ, କାର୍ଯ୍ୟକର୍ତା ଜଣାଇଲେ ଶ୍ରଦ୍ଧାଞ୍ଜଳୀ ।
ବାସ୍ତବବ୍ୟୁରୋ(ଭୁବନେଶ୍ୱର)୩୦/୦୫: ବିଶିଷ୍ଟ ରାଜନେତା, ବିଜେପିର ପ୍ରଥମ ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରସନ୍ନ ପଟ୍ଟନାୟକଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ତାଙ୍କ ପରଲୋକରେ ରାଜ୍ୟ ବିଜେପି ତରଫରୁ ଗଭୀର ଶୋକବ୍ୟକ୍ତ କରାଯାଇଛି ।
ସ୍ୱର୍ଗତଃ ପଟ୍ଟନାୟକ ତିନି ଥର କାମାକ୍ଷାନଗରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଓଡ଼ିଶାର ପ୍ରଥମ ବିଧାୟକ ଭାବେ ଦଳ ପକ୍ଷରୁ ବିଜୟୀ ହୋଇ ଇତିହାସ ରଚିଥିଲେ । ରାଜ୍ୟରେ ଦଳକୁ ତୃଣମୂଳସ୍ତରରେ ମଜ୍‌ଭୁତ କରିବାରେ ସ୍ୱର୍ଗତଃ ପଟ୍ଟନାୟକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସଙ୍ଗଠନକୁ ସୁଦୃଢ କରିବାରେ ତାଙ୍କ ଅବଦାନ ଚିରସ୍ମରଣୀୟ ହୋଇରହିବ । ତାଙ୍କ ତ୍ୟାଗ ଓ ଉତ୍ସଗୀକୃତ ମନୋଭାବ କାର୍ଯ୍ୟକର୍ତାଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ । ସ୍ୱର୍ଗତଃ ପଟ୍ଟନାୟକ ଓଡ଼ିଶା ବିଜେପିର ସଂଘର୍ଷମୟ ଯାତ୍ରାର ଅଗ୍ରଗଣ୍ୟ ନେତା ଓ କର୍ମୀ ଥିଲେ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଶ୍ରୀ ସାମଲ କହିଥିଲେ ଯେ, ବିଜେପିର ପ୍ରଥମ ନିର୍ବାଚନରେ ସ୍ୱର୍ଗତ ପଟ୍ଟନାୟକ କାମାକ୍ଷାନଗରରୁ ବିଜୟୀ ହୋଇ ଦଳ ପାଇଁ ମୂଳଦୂଆ ପକାଇଥିଲେ । ସେ ବିଧାୟକ ଭାବେ ନିର୍ବାଚିତ ହେବା ପରେ କାମାକ୍ଷାନଗରର ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ହୋଇଥିଲା । କାମାକ୍ଷାନଗରରେ ୧୫ରୁ ଊର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନ ନିର୍ମିତ ହୋଇଥିଲା । ତାଙ୍କ ବିୟୋଗରେ ରାଜ୍ୟ ତଥା ବିଜେପି ପରିବାର ପାଇଁ ଅପୂରଣୀୟ କ୍ଷତି ହୋଇଛି ।
ରାଜ୍ୟ କାର୍ଯ୍ୟାଳୟରେ ସ୍ୱର୍ଗତଃ ପଟ୍ଟନାୟକଙ୍କ ପାର୍ଥୀବ ଶରୀର ପହଂଚିବା ପରେ ରାଜ୍ୟ ସଭାପତି ଶ୍ରୀ ସାମଲ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ସମେତ ରାଜ୍ୟ ପଦାଧିକାରୀ ଓ ବହୁ ସମର୍ଥକ ପହଂଚି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଅବସରରେ ସ୍ୱର୍ଗତଃ ପଟ୍ଟନାୟକଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରାଯିବା ସହ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ସମସ୍ତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ସେୟାର କରନ୍ତୁ

Next Post

ଲୁହାପଥର ବୋଝେଇ କରୁ ଥିବାବେଳେ ମାଡ଼ି ବସିଲେ ବାମେବାରି ପୋଲିସ୍...

Fri May 30 , 2025
ବାସ୍ତବବ୍ୟୁରୋ(କେନ୍ଦୁଝର): କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅନ୍ତର୍ଗତ ଜୁରୁଡି ଠାରେ ଅ।ନ୍ତ୍ରାମ।ନ୍ତା ନିକଟରେ ଏକ ଖଣି ରେ ଗଚ୍ଛିତ ଥିବ। ଲୁହାପଥର କୁ ମେସିନ ଲଗାଇ ଚୋରି କରୁଥିବା ବେଳେ ବାମେବାରି ପୋଲିସ କୈାଣସି ସୁତ୍ରରୁ ଖବରପାଇ ଗାଡ଼ିକୁ ଜବତ୍ କରିଛି। ଯୋଡ଼ା ଓ ବଡ଼ବିଲ ଅଂଚଳରେ ପ୍ରତ୍ୟେକଦିନ କିଛିନାକିଛି ଚୋରି ହେବାରେ ଲାଗିଛି। ସେହି ଠାରୁ ହାଇୱ। ଲଗାଇ ସେଠାରେ ଗଚ୍ଛିତ ଥିବା ଲୁହାପଥର ବୋଝେଇ କରୁଥିବା ବେଳେ […]

You May Like

Pin It on Pinterest