ଲୁହାପଥର ବୋଝେଇ କରୁ ଥିବାବେଳେ ମାଡ଼ି ବସିଲେ ବାମେବାରି ପୋଲିସ୍…

ବାସ୍ତବବ୍ୟୁରୋ(କେନ୍ଦୁଝର): କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅନ୍ତର୍ଗତ ଜୁରୁଡି ଠାରେ ଅ।ନ୍ତ୍ରାମ।ନ୍ତା ନିକଟରେ ଏକ ଖଣି ରେ ଗଚ୍ଛିତ ଥିବ। ଲୁହାପଥର କୁ ମେସିନ ଲଗାଇ ଚୋରି କରୁଥିବା ବେଳେ ବାମେବାରି ପୋଲିସ କୈାଣସି ସୁତ୍ରରୁ ଖବରପାଇ ଗାଡ଼ିକୁ ଜବତ୍ କରିଛି।

ଯୋଡ଼ା ଓ ବଡ଼ବିଲ ଅଂଚଳରେ ପ୍ରତ୍ୟେକଦିନ କିଛିନାକିଛି ଚୋରି ହେବାରେ ଲାଗିଛି। ସେହି ଠାରୁ ହାଇୱ। ଲଗାଇ ସେଠାରେ ଗଚ୍ଛିତ ଥିବା ଲୁହାପଥର ବୋଝେଇ କରୁଥିବା ବେଳେ ବାମେବାରି ପୋଲିସ ଅତର୍କିତ ଚଢ଼ାଉ କରି ଥିଲା ।ଅନ୍ଧାର ର ସୁଯୋଗ ରେ ଖଣିଜ ଚୋର ମାନେ ଫେରାର ହୋଇ ଯାଇଥିବା ବେଳେ ପୋଲିସ ଦୁଇଟି ହାଇ ୱା ଟ୍ରକ୍ ନଂ ଓ ଡି ୦୯ ପି ୮୩୩୦,ଓ ଡି ୦୨ ସି ୟାଇ ୦୦୪୦ ଓ ଗୋଟିଏ ଲୋଡର ମେସିନ ନଂ ଓ ଡି ୦୯ଏ ୪୫୯୩ କୁ ଜବତ କରିଥିଲା ।

ଏଥିରେ ସଂପୃକ୍ତ ଜଣେ ଅଭିଯୁକ୍ତ ଜୁରୁଡି ନ୍ୟୁକଲୋନୀ ର ମହେଶ୍ୱର ମହାନ୍ତ ଓରଫ ମୁନ। କୁ ଗିରଫ କରିଛି । ଏ ନେଇ ବାମେବାରି ଥାନା ରେ କେସ ନଂ ୮୨/୨୦୨୫ ଦଫା୩୦୩(୨),୧୧୧(୩),୩(୫) ବିଏନ ଏସ ଓ ୨୧ ଏମଏମଡିଆର ଆକ୍ଟ ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି ।ଏହି ଚୋରା କାରବାର ରେ ଆଉ ୬ ରୁ ୭ ଜଣ ଙ୍କ ସଂପୃକ୍ତି ଥିବା ପୋଲିସ ତଦନ୍ତ ରୁ ଜାଣି ବାକୁ ପାଇଛି ,ଖୁବ୍ ଶୀଘ୍ର ସେମାନଙ୍କୁ ପୋଲିସ ଗିରଫ କରିବ ବୋଲି ଆଇ ଆଇ ସି ଜସକେତନ ଭୋଇ ସୂଚନା ଦେଇଛନ୍ତି । ଜବତ ହାଇୱ।ଦ୍ୱୟରେ ରେ ପ୍ରାୟ ୪୫ ମେଟ୍ରିକ୍ ଟନ୍ ରୁ ଉର୍ଦ୍ଧ୍ବ ଉନ୍ନତ ମାନର ଗୁଣ୍ଡ ଲୁହାପଥର ବୋଝେଇ ହୋଇ ଥିଲା ।ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି ।

ସେୟାର କରନ୍ତୁ

Next Post

ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତକୁ ନେଇ ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲାପାଳ...

Sat May 31 , 2025
କେନ୍ଦ୍ରାପଡ଼ା(ରାକେଶ ମହାନ୍ତି): ୩୦/୦୫/୨୦୨୫-ଆସନ୍ତା ୨ ତାରିଖ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦ୍ରାପଡ଼ା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଜିଲ୍ଲାପାଳ ବିଭିନ୍ନ ଅଧିକାରୀଙ୍କୁ ଦେଇଥିବା ଦାୟୀତ୍ବ ସମ୍ପର୍କରେ ବୁଝିବା ସହିତ ଅନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଆଲୋଚନା କରିଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ […]

You May Like

Pin It on Pinterest